ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ବଡ଼ ଖବର ଆସି ପହଞ୍ଚିଛି ଯାହା ଆମର ଗଭୀର ଅବପାତ ରୂପରେ ଥିଲା ତାହା ଆଜି ସକାଳେ ଘନୀଭୂତ ହୋଇ ବାତ୍ୟା ରେ ପରିଣତ ହୋଇଛି ଯାହାର ନାମ ତେଜ ମଧ୍ୟ ରଖା ଯାଇଛି।
ଏବଂ ଅନୁମାନ କରାଯାଉଛି କି ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ। ଆଉ ଏହା ଏକ ଭୀଷଣ ବାତ୍ୟାରେ ମଧ୍ୟ ପରିଣତ ହେବାର ସମ୍ଭାବନା ଅଛି। ଆଉ ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
ଏହା ୨୫ ଅକ୍ଟୋବର ବେଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ଦୂରତା ୯୮୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ ପୁର୍ବ ରେ ଓମାନ ର ସକଟ୍ରା ପାଖାପାଖି ଅଞ୍ଚଳରୁ ଏହା ଦୂରରେ ରହିଛି।
ଏହାର ଗତିର ଦିଗ ୨୨ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ।୨୨ ତାରିଖ ପର ଥରି ଏହାର ଗତିରେ ମଧ୍ୟ ସାମାନ୍ୟ ଭାବରେ ପରିବର୍ତ୍ତନ ହେବ। ଆଉ ୨୫ ତାରିଖ ବେଳକୁ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି।
ଗତକାଲି ଯେଉଁ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହୋଇଥିଲା ତାହା ଆଜି ମଧ୍ୟ ସକ୍ରୀୟ ରହିଛି। ଏବଂ ଅନୁମାନ କରାଯାଉଛି କି ଆସନ୍ତା ୨୨ ତାରିଖ ସୁଦ୍ଧା ଏହାର ଆହୁରି ଘନୀଭୂତ ହେବ ଏବଂ ଅବପାତ ର ରୂପ ନେବ।
୨୨ ତାରିଖ ସକାଳ ସୁଦ୍ଧା ମଧ୍ଯ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପରବର୍ତ୍ତୀ ସମୟରେ ଏହା ଗତିପଥ ପରିବର୍ତ୍ତିତ କରି ଊତ୍ତର ପୂର୍ବ ଦିଗରେ ଏହା ବାଂଲାଦେଶ ଉପକୂଳ ମୁହାଁ ହେବାର ସମ୍ଭାବନା ମଧ୍ଯ ରହିଛି।
ଏହା ପ୍ରଭାବରେ ରାଜ୍ୟରେ ୨୩ ,୨୪ ଓ ୨୫ ତାରିଖରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାରେ ମଧ୍ୟ ସମ୍ଭାବନା ରହିଛି।୨୩ ତାରିଖରେ ଆମର ଉପକୂଳ ସ୍ଥାନ ମାନଙ୍କରେ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।
ପାର୍ଶ୍ଵବର୍ତ୍ତୀ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ , ମାଲକାନଗିରି, କୋରାପୁଟ ରାୟଗଡା, କନ୍ଧମାଳ, ଏହି ସବୁ ଜିଲ୍ଲା ମାନଙ୍କରେ ଗୋଟେ ରୁ ଦୁଇଟା ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବ।