Updated: Oct 21, 2023, 16:26 IST

ରାତିରେ ମାଡ଼ି ଆସିଲା ମହାବଳ ବାଘ ଦେଖନ୍ତୁ କେମିତି ଜିଅନ୍ତା ଗାଈକୁ ଗୁହାଳରୁ ନେଇ .....

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବାଘ କୁ ନେଇ ଲୋକ ଙ୍କ ମନ ରେ ଅଧିକ ଭୟ ରହିଛି।ସେ ହେଉଛି ଏକ ହିଂସ୍ର ଜନ୍ତୁ।ଏବେ ଲୋକ ମାନେ ପଶୁ ପକ୍ଷୀ ମାନଙ୍କ ଘର ଭାଙ୍ଗି ଦେଉ ଥିବାରୁ ସେମାନେ ଜନ ବସତି ଆଡ଼କୁ ମାଡ଼ି ଆସୁଛନ୍ତି।ଲୋକ ମାନଙ୍କୁ ମାରି ଖାଇ ଦେଉଛନ୍ତି।
Special report
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହେନ୍ଦ୍ର ଗିରି ପଞ୍ଚାୟତ ରେ।ଏଠାରେ ଗୋଟିଏ ଗୁହାଳ ଭିତରେ କଲରା ପତରିଆ ବାଘ ପଶି ଥିବାର ଅନୁମାନ କରା ଯାଇଛି।ସୁସ୍ଥ ସବଳ ଗାଈ ଟି କୁ ସମ୍ପୂର୍ଣ୍ଣ ରୂପେ ଖାଇ ଦେଇ ଥିବାର ଲୋକ ମାନେ କହୁଛନ୍ତି।
ସୂଚନା ଅନୁସାରେ ସନ୍ତୋଷପୁର ଗ୍ରାମ ରେ ଥିବା ନୃସିଂହ ନାୟକ ଙ୍କ ଘର ରେ କିଛି ଦୂର ରେ ତାଙ୍କ ଗୁହାଳ ରହିଥିଲା।ସେହି ଗୁହାଳ ଭିତରେ ୬ ଟି ଗାଈ ରାତି ରେ ଶୋଇ ଥିଲେ।ହେଲେ ସକାଳୁ ନୃସିଂହ ନାୟକ ଯେତେବେଳେ ଗାଈ ପାଖକୁ ଯାଇଛନ୍ତି
ସେଠାରେ ସେ ତାଙ୍କ ର ଗୋଟିଏ ଗାଈ ନ ଥିବାର ଦେଖିଥିଲେ।ଏହା ପରେ ସେ ଅନେକ ଆଡ଼େ ଖୋଜା ଖୋଜି କରିଥିଲେ।ହେଲେ ଗାଈ ପାଇ ନ ଥିଲେ।ଗାଁ ଠାରୁ କିଛି ଦୂର ରେ ସେ ଏକ ବଡ ଗଛ କୁ ଦେଖିଥିଲେ।
Special report
ସେଠାରେ ତାଙ୍କ ଗାଈ ର ଅଧା ଶରୀର ପଡ଼ି ଥିବାର ସେ ଦେଖିଲେ।ଆଉ ଅଧା ଶରୀର କୁ କୌଣସି ଏକ ହିଂସ୍ର ଜନ୍ତୁ ଖାଇ ଥିବାର କୁହା ଯାଉଛି।ଲୋକ ମାନେ ଏବେ କହୁଛନ୍ତି କି ସେଠାରେ କଲରା ପତରିଆ ବାଘ ଘୁରି ବୁଲୁଛି।
ସେ ହିଁ ରାତି ରେ ଗୁହାଳ ଭିତରେ ପଶି ଗାଈ କୁ ଖାଇ ଦେଇଛି।ଏ କଥା କୁ ଅନ୍ୟ ମାନେ ଶୁଣିବା ପରେ ଗାଁ ରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି।ଲୋକ ମାନେ ରାତିରେ ଆଉ ଘରୁ ବାହାରକୁ ବାହାରୁ ନାହାଁନ୍ତି।ଏବେ ସମସ୍ତେ ଭୟବୀତ ଅଛନ୍ତି।
ଗାଁ ର ଲୋକ ମାନେ ଏ ବିଷୟ ରେ ପ୍ରଶାସନ କୁ ଖବର ଦେଇଥିଲେ।ସେମାନେ ଆସି କଲରା ପତରିଆ ବାଘ କୁ ଖୋଜିଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ସେହି ବାଘ କୁ ଧରା ଯାଉଛି।

Advertisement