ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଅନେକ କୁସଂସ୍କାର ଦୂର ହୋଇଯିବା ପରେ ମଧ୍ୟ ଯୌତୁକ ନିର୍ଯ୍ୟାତନା ନାମକ କୁ ସଂସ୍କାର ପାଇଁ କେତେଯେ ନିରୀହ ଝିଅଙ୍କ ଜୀବନ ଚାଲିଯାଉଛି ତାହାର ହିସାବ ନାହିଁ।

ଏବେ ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଗୋଟିଏ ଜୀବନ। ମଣିଷ ଯେତେ ଆଧୁନିକ ହେଲେ ବି ଅମାନବିକତା ଆଜି ବି ରହିଛି। ତେବେ ବନ୍ଧୁଗଣ ବାପାଙ୍କ ହାତ ଛାଡି ବିଶ୍ୱାସ ଓ ଭଲପାଇବାରେ ଧରିଥିଲେ ସ୍ୱାମୀର ହାତ।
ନୂଆ ପରିବାର ନୂଆ ସ୍ୱପ୍ନ ନେଇ ଶାଶୁଘରକୁ ଆସିଥିଲେ ହେଲେ ନବବଧୂକୁ ଶାଶୁ ଘର ଲୋକ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର ଲୋକେ। ଏପରି ଘଟଣା ଘଟିଛି କଟକ ଜିଲ୍ଲା ଭଦ୍ରେଶ୍ୱର୍ ଥାନା ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତ ଡିହମାଳ ଗାଁରେ।

ସେହି ଗାଁର ତ୍ରିଲୋଚନ ଦାସ ଙ୍କ ପୁଅ ଦେବୀ ପ୍ରସାଦ ଦାସ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଝିଅ ସୋନାଲି ବେହେରାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ।
ବିବାହର ଚାରି ରୁ ପାଞ୍ଚ ମାସ ହେବ ସ୍ଵାମୀ ସ୍ତ୍ରୀ ମଧ୍ୟରେ ବୈବାହିକ ଜୀବନ ସୁଖମୟ ଥିଲା। ଏହାପରେ ସୋନାଲିଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଶାରୀରିକ ଓ ମାନସିକ ନିର୍ଯାତନା।

ସ୍ଵାମୀ ଜଣକ ଛୁଟିରେ ଗାଁକୁ ଆସିଲେ ସାଙ୍ଗ ମାନଙ୍କ ସହିତ ମିଶି ମଦ ପିଇ ସ୍ତ୍ରୀ କୁ ମାଡ ମାରେ। ଏହିଭଳି ଅଭିଯୋଗ କରିଛନ୍ତି ମୃତ ଝିଅର ବାପା ପୂର୍ଣ୍ଣଚନ୍ଦ୍ର। ତେବେ ବନ୍ଧୁଗଣ ଏବେ ସ୍ତ୍ରୀ ସୋନାଲି କୁ ଜୀବନରୁ ମାରି ଦେଇଥିବା ଅଭଯୋଗ ହୋଇଛି।

ଏପଟେ କିନ୍ତୁ ମୃତ ସୋନାଲି ର ଶାଶୁ କହିଛନ୍ତି ଯେ, ସେ ଏହା ବିଷୟରେ କିଛି ଜାଣିନାହାନ୍ତି। ଏହି ଘଟଣାରେ ଭଦ୍ରେଶ୍ୱର୍ ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି।
ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଭଦ୍ରେଶ୍ୱର୍ ଥାନା ପୋଲିସ ମୃତ ସୋନାଲିଙ୍କ ପରିବାରକୁ କେବେ ନ୍ୟାୟ ଦେଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।