Jan 4, 2024, 12:54 IST

ହେ ଭଗବାନ୍ କି ଦୁଃଖଦ ମୃତ୍ୟୁ .. ମାଛ ଜାଲ ରେ ଲାଗିଲା ଶିଶୁ ର ମୃତ ଦେହ

Special Report

ନମସ୍କାର ପାଠକ ବନ୍ଧୁ।ପିଲା ଜନ୍ମ ହେବା ପରେ ମା ମାନେ ନିଜ ପିଲା କୁ ବହୁତ ଭଲ ପାଇବା ଦିଅନ୍ତି।ତାର ଯତ୍ନ ନିଅନ୍ତି।ହେଲେ ଭାଗ୍ୟ କେତେବେଳେ କାହାକୁ କେଉଁ ପରିସ୍ଥିତି ରେ ଆଣି ଛାଡି ଦିଏ ତାହା କେହି ଜାଣି ନଥାନ୍ତି।
Special Report
ଏଭଳି ଗୋଟିଏ ଛୋଟ ପିଲା ଟି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ।ତାର ନାମ ହେଉଚି ଶୁଭମ୍ ସାହୁ।ଯିଏ କି ଆଜି ଏହି ଦୁନିଆରେ ନାହିଁ।ସବୁଦିନ ପାଇଁ ସେ ତାର ବାପା ମା ଓ ପରିବାର କୁ ଛାଡ଼ି ଚାଲି ଯାଇଛି।ତା ମାଆ ର ସାମାନ୍ୟ ଭୁଲ୍ ପାଇଁ ଆଜି ସମସ୍ତଙ୍କ ଠାରୁ ସେ ଦୂରେଇ ଯାଇଛି।
ସୂଚନା ଅନୁସାରେ ବାଲେଶ୍ଵର ଜିଲାର ସୋର ପୌର ପାଳିକା ର ଚାରି ନମ୍ବର ୱାର୍ଡ ର ରାୟପୁର ଅଞ୍ଚଳ ର ମୋହନ ସାହୁ ଙ୍କ ପୁଅ ହେଉଚି ଶୁଭମ୍ ସାହୁ।ଯାହାର ବୟସ ମାତ୍ର ତିନି ବର୍ଷ।ହେଲେ ହଟାତ ସେ ନିଜେ ଚାଲି ଚାଲି ଗାଁ ର ପୋଖରୀ ଭିତରକୁ ଚାଲି ଯାଇଥିଲା।
ଆଉ ବାହାରକୁ ଫେରି ପାରି ନ ଥିଲା।ତାର ପରିବାର ଲୋକେ ତାକୁ ବହୁତ ଖୋଜି ଥିଲେ।ହେଲେ କେଉଁଠାରେ ବି ତାର ସନ୍ଧାନ ମିଳି ପାରି ନ ଥିଲା।ଏହା ପରେ ପରିବାର ଲୋକେ ଥାନା କୁ ଯାଇ ଅଭିଯୋଗ କରିଥିଲେ।ପରେ ପିଲା ଟି ର ମୃ-ତ ଦେହ ପୋଖରୀ ରୁ ମିଳି ଥିଲା।
Special Report
ତାର ମା କୌଣସି କାମ ରେ ବ୍ୟସ୍ତ ଥିବା ସମୟ ରେ ଶୁଭମ୍ ଓ ତାର ଭଉଣୀ ସେଠାରେ ବସି ଖେଳୁ ଥିଲେ।ଏହି ସମୟ ରେ ତାର ଭଉଣୀ କୁ ଝାଡା ଜୋର୍ ରେ ମାରିଥିଲା।ସେ ବିଲ କୁ ଯାଇ ଥିଲା।ଏହାର କିଛି ସମୟ ପରେ ଶୁଭମ୍ କୁ ତାର ମା ସବୁ ଆଡ଼େ ଖୋଜି ଥିଲେ।
ତାର ବଡ ଭଉଣୀ କୁ ପଠାଇ ଥିଲେ ପୁଅ ଝିଅ କୁ ଖୋଜିବା ପାଇଁ।ବଡ ଭଉଣୀ ଯେତେ ବେଳେ ଜୋର୍ ରେ ଡାକ ଛାଡି ଥିଲା।ସେତେବେଳେ କେବଳ ସାନ ଭଉଣୀ ର ଶବ୍ଦ ଶୁଣିବାକୁ ପାଇ ଥିଲା।ହେଲେ ଭାଇ ଶୁଭମ୍ ର କୌଣସି ପତ୍ତା ନ ଥିଲା।
ଏହା ପରେ ଶୁଭମ୍ ର ବାପା ଙ୍କ ପାଖକୁ ଖବର ଯାଇଥିଲା।ସେ ଆସି ଶୁଭମ୍ ଙ୍କୁ ଖୋଜା ଖୋଜି କରିଥିଲେ।ହେଲେ ସେ ମିଳି ନ ଥିଲା।ପରେ ପିଲା ଟି କୁ ଗାଁ ରେ ପୋଖରୀ ରେ ଖୋଜା ଯାଇଥିଲା।ସେହି ଠାରେ ଜାଲ ପକାଇ ଦେଖିଲା ବେଳ କୁ ଶୁଭମ୍ ସେଠାରେ ମୃ-ତ ଅବସ୍ଥା ରେ ପଡ଼ି ରହିଥିଲା।
ସଙ୍ଗେ ସଙ୍ଗେ ତାକୁ ଉଦ୍ଧାର କରା ଯାଇ ମେଡିକାଲ ରେ ଭର୍ତି କରା ଯାଇଥିଲା।ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କଲେ।ଏହା ପରେ ପୋଲିସ ତାଙ୍କ ଶବ କୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଥିଲା।

Advertisement