Apr 6, 2024, 16:28 IST

ନିର୍ବାଚନ ସମୟରେ ଜଣା ପଡ଼ିଲା ଭ-ୟ-ଙ୍କ-ର ଖବର ଦେଖନ୍ତୁ ସାର୍ଟ ଖୋଲିଲା ମାତ୍ରେ ବାହାରିଲା ଏହିପରି କିଛି ଜିନିଷ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Tf

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Yy
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ବନ୍ଧୁଗଣ କୋରାପୁଟ ଜିଲ୍ଲା ପାଡୁଆ ବସଷ୍ଟାଣ୍ଡ ନିକଟରେ ବସକୁ ଅପେକ୍ଷା କରିଥିଲେ ଜଣେ ଯୁବକ।
ଆଉ ସେହି ଯୁବକଙ୍କୁ ଦେଖି ପୋଲିସର ସନ୍ଦେହ ହେଇଥିଲା। ତା'ପରେ ପୋଲିସ ଯୁବକଙ୍କ ନିକଟକୁ ଆସି ଯାଞ୍ଚ କରିଥିଲେ। ଆପଣ ମାନେ ଭିଡିଓଟିରେ ଦେଖି ପାରୁଥିବେ ଯୁବକ ଜଣଙ୍କ ଡ୍ରେସ ପିନ୍ଧିଛନ୍ତି ଆଉ ସେହି ଡ୍ରେସ ତଳେ ଗଞ୍ଜି ବି ପିନ୍ଧିଛନ୍ତି ପେଟ ଭଳି ପିଠି ବି ବାହାରି ପଡ଼ିଛି। ଡ୍ରେସ ଖୋଲିଲା ବେଳକୁ ଦେହ ସାରା ଲାଗିଛି ସେଲଟେପ। 
ଆଉ ସେହି ସେଲଟେପ ଭିତରୁ ବାହାରୁଛି ପୁଳା ପୁଳା ଗଞ୍ଜେଇ। ତାହା ପୁଣି ୭ କେଜିର ଗଞ୍ଜେଇ ହେବ। ଏହା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଇଛି। ନନ୍ଦପୁର ଉପଖଣ୍ଡ ଅଧିନ ପାଡ଼ୁଆ ପୋଲିସକୁ ମିଳିଛି ବଡ ସଫଳତା।
Bb
ଦେହରେ ସେଲଟେପ ଗୁଡ଼ାଇ ଅଭିନୟ କରି ଗଞ୍ଜେଇ ଚାଲାଣ କରିଥିବା ସମୟରେ ଜଣେ ଛତିଶଗଡର ଯୁବକଙ୍କୁ ପୋଲିସ ଗିରଫ କରିଛି। ଜିଲ୍ଲା ଆରକ୍ଷ ଅଧ୍ୟକ୍ଷକଙ୍କ କୋଇନ୍ଦା ଥାନା ସୂଚନା ଅଧୀନରେ ଥାନା ଏସଆଇ ଟୁଟୁ ସବରଙ୍କ ନେତୃତ୍ୱରେ ପୋଲିସ ଗତକାଲି ସନ୍ଧ୍ୟାରେ ବସଷ୍ଟାଣ୍ଡ ନିକଟରେ ଯୁବକଙ୍କୁ ଯାଞ୍ଚ କରିଥିଲେ। 
ଆଉ ଯାଞ୍ଚ ପରେ ଦେହରେ ସେଲଟେପ୍ ଗୁଡ଼ାଇ ପ୍ରାୟ ୭ କେଜି ଗଞ୍ଜେଇକୁ ଲୁଚାଇ ରଖିଥିଲେ ଯୁବକ ଜଣଙ୍କ। ଯୁବକଙ୍କର ଗୋଟିଏ ପରେ ଗୋଟିଏ ଦେହରୁ ଡ୍ରେସ ଖୋଲିଲା ବେଳକୁ ଦେହରୁ ମିଳିଥିଲା ୭ କେଜି ଗଞ୍ଜେଇ। ଯାହାକୁ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ।
ଏହା ସହିତ ଟ୍ରାଭେଲର ବ୍ୟାଗରୁ ୭ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଯୁବକ ଜଣଙ୍କ ହେଉଛନ୍ତି ଛତିଶଗଡ ଅଞ୍ଚଳର ମନି କର୍ତ୍ତା। ପୋଲିସ ତରଫରୁ ଏକ ମାମଲା ରୁଜୁ କରି ପୋଲିସ ଅନୁସନ୍ଧାନ ଜାରି ରଖିଛି।

Advertisement