ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ପାକିସ୍ତାନ ଦଳ ଆଇସିସି ବିଶ୍ୱକପ କୁ ବିଦାୟ ନେଇ ସାରିଛି।ପାକିସ୍ତାନ କ୍ରିକେଟ ଦଳ ର ଖରାପ ପ୍ରଦର୍ଶନ ଯୋଗୁଁ ସେମାନେ ବିଶ୍ୱକପ୍ ରୁ ବିଦାୟ ନେଇଥିଲେ।ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।

ନିକଟ ରେ ପାକିସ୍ତାନ ର ପୂର୍ବତନ ଖେଳାଳୀ ମାନେ କିଛି ଏଭଳି କଥା କହିଛନ୍ତି ଯେଉଁଥି ପାଇଁ ତାଙ୍କୁ ସୋସିଆଲ ମିଡ଼ିଆ ରେ ଟ୍ରୋଲ ର ଶିକାର ହେବାକୁ ପଡ଼ିଛି।କିଛି ଭାରତୀୟ ପ୍ରଶଂସକ ମାନେ ତାଙ୍କ ଦଳ କୁ ନେଇ ଅନେକ କଥା କହିଥିଲେ।
ସୂଚନା ଅନୁସାରେ ପାକିସ୍ତାନ ର ପୂର୍ବତନ ଖେଳାଳୀ ଅବଦୁଲ ରଜାକ ଭାରତୀୟ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନ ଙ୍କ ବିଷୟ ରେ ଏପରି କିଛି କହିଥିଲେ ଯେଉଁଥି ପାଇଁ ତାଙ୍କ ପ୍ରଶଂସକ ମାନେ ଏହାକୁ ସହି ପାରି ନ ଥିଲେ।

ପାକିସ୍ତାନ ରେ ହେଉଥିବା ଏକ କାର୍ଯ୍ୟକ୍ରମ ରେ ତାଙ୍କର ପୂର୍ବତନ ଖେଳାଳି ମାନେ ଅଂଶ ଗ୍ରହଣ କରିଥିଲେ।ଏଥିରେ ଅବଦୁଲ ରଜାକ ମଜାକ କରିବା ଉଦ୍ଦେଶ୍ୟ ରେ କହି ଦେଇଥିଲେ କି ମୁଁ ଯଦି ବିଶ୍ଵ ସୁନ୍ଦରୀ ଐଶର୍ଯ୍ୟା ରାୟ ଙ୍କୁ ବିବାହ କରି ଥାଆନ୍ତି।
ତେବେ ତାଙ୍କ ଠାରୁ ମୋର ଗୋଟିଏ ସନ୍ତାନ ଜନ୍ମ ହୋଇ ଥାନ୍ତା।କିନ୍ତୁ ଏହା ସମ୍ପୂର୍ଣ୍ଣ ଅସମ୍ଭବ।ତେଣୁ ଏଭଳି ଆଶା ରଖିବା ମଧ୍ୟ ବୃଥା ଅଟେ।ତାଙ୍କ ର ଏଭଳି କଥା କୁ ନେଇ ସେ ଏବେ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେଉଛନ୍ତି।
କିଛି କ୍ରିକେଟ ପ୍ରଶଂସକ ମାନେ କହିଛନ୍ତି କି ପାକିସ୍ତାନ ଦଳ ବିଶ୍ୱକପ୍ ରୁ ବାଦ୍ ହେବା ପରେ ଆଉ କିଛି କରି ପାରିବେ ନାହିଁ।ନିଜ ରାଗ କୁ ଶାନ୍ତ କରିବା ପାଇଁ ସେମାନେ ଏଭଳି ମନ୍ତବ୍ୟ ଦେବେ।
ତାଙ୍କର ଏହି କଥା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ଜଣେ ଖେଳାଳି ଙ୍କ ଏଭଳି ମନ୍ତବ୍ୟ କୁ ସମସ୍ତେ ନିନ୍ଦା କରିଛନ୍ତି।ଓ କହିଛନ୍ତି ଅବଦୁଲ ରଜାକ ଙ୍କୁ ଅଭିନେତ୍ରୀ ଐଶର୍ଯ୍ୟା ରାୟ ଙ୍କୁ ଭୁଲ ମାଗିବା ଆବଶ୍ୟକ।