Apr 21, 2024, 16:42 IST

ଜୀବନର ଅନ୍ୟ ନାମ ସଂଘର୍ଷ କାମ କରୁନି ହାତ ଗୋଡ ଦେଖନ୍ତୁ କିଭଳି ଭାବେ ରାତି ଦିନ ସଂଘର୍ଷ କରି କ୍ଲୀଅର୍ କଲେ UPSC

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨୦୨୩ ର ୟୁପିଏସସି ପରୀକ୍ଷା ଫଳ ବାହାରିବା ପରେ ସେଥିରେ କୃତକାର୍ଯ୍ୟ ହୋଇଥିବା ଅନେକ ପିଲାଙ୍କର ସଂଘର୍ଷର କାହାଣୀ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଜଣେ ଥିଲେ କେରଲର ସାଗରିକା।
ସାଗରିକା ମସ୍ତିଷ୍କ ପାର୍ସି ନାମକ ଏକ ରୋଗରେ ପୀଡିତ ଅଛନ୍ତି। ଯେଉଁଥିରେ ବ୍ୟକ୍ତିର ମାନସିକ କ୍ଷମତା ପ୍ରଭାବିତ ହୋଇଥାଏ। ଏଥିସହ ମୁଭମେଣ୍ଟ କରିବା ମଧ୍ୟ ବହୁତ କଷ୍ଟଦାୟକ ହୋଇଥାଏ। 
Hh
ଜନ୍ମ ପୂର୍ବରୁ ମଧ୍ୟ ଏହି ରୋଗରେ ବ୍ୟକ୍ତି ପୀଡିତ ହେବାର ସମ୍ଭାବନା ରହିଥାଏ। ତେବେ ଏଭଳି ଜଟିଳ ପରିସ୍ଥିତିରେ ପୀଡିତ ଥାଇ ମଧ୍ୟ ସାଗରିକା ୟୁପିଏସସି କ୍ରାକ କରିପାରିଛନ୍ତି। ସାଗରିକା ନିଜର ରୋଗକୁ ନିଜର ଦୁର୍ବଳତା ବୋଲି ମାନିନଥିଲେ।
ସାଗରିକାଙ୍କ ଡାହାଣ ହାତ ସଂପୂର୍ଣ୍ଣ ଭାବେ କାମ କରୁନାହିଁ। ସବୁ ଲୋକ ଡାହାଣ ହାତରେ ଲେଖୁଥିବା ବେଳେ ସାଗରିକା ବାମ ହାତରେ ସବୁ ଲେଖନ୍ତି। ହେଲେ ସେହି ବାମ ହାତର କେବଳ ୩ ଟି ଆଙ୍ଗୁଠି ହିଁ କାର୍ଯ୍ୟ କରିଥାଏ। 
ତେବେ ସାଗରିକା ୟୁପିଏସସି ସାକ୍ଷାତକାର ପାଇଁ ଏକ ହ୍ଵିଲ ଚେୟାର ନେଇ ଦିଲ୍ଲୀ ଯାଇଥିଲେ। ଏହି ସମୟରେ ତାଙ୍କ ପିତା ମଧ୍ୟ ତାଙ୍କ ସହିତ ଥିଲେ। ସେ କତାରରୁ ଆସି ତାଙ୍କ ଝିଅକୁ ଉତ୍ସାହିତ କରିଥିଲେ।
Nn
ସାରିଗକା କହିଛନ୍ତି ଯେ ସାକ୍ଷାତକାରରେ ତାଙ୍କୁ ସ୍ନାତକୋତ୍ତର ବିଷୟ ଓ ତାଙ୍କ ଜିଲ୍ଲା କୋଜିକୋଡେ ବିଷୟରେ ଅଧିକ ପ୍ରଶ୍ନ ପଚରାଯାଇଥିଲା। ତାପରେ ସେଠାରେ ସାକ୍ଷାତକାରରେ ପଚରା ଯାଇଥିବା କଠିନ ପ୍ରଶ୍ନର ଉତ୍ତର ସାଗରିକା ଦେଇ ପାରିଥିଲେ। 
ଯେଉଁ କାରଣରୁ ୨୪ ବର୍ଷିୟା ସାଗରିକା ୟୁପିଏସସି କ୍ରାକ କରିଦେଇଛନ୍ତି। ତେବେ ସାଗରିକାଙ୍କ ଏହି ସଂଘର୍ଷମୟ କାହାଣୀ ଶୁଣି ଲୋକମାନେ ଦୁଃଖୀତ ହେଉଛନ୍ତି। ହେଲେ ସାଗରିକାଙ୍କ ସଫଳତା ପାଇଁ ତାଙ୍କୁ ସବୁଆଡୁ ପ୍ରଶଂସାର ସୁଅ ମଧ୍ୟ ଛୁଟି ଆସୁଛି।
ସାଗରିକାଙ୍କର କଠିନ ପରିଶ୍ରମ ଓ ଦୃଢ ମନୋବଳ ଯୋଗୁ ସେ ଲାଇଫରେ ଆଜି ଏତେ ବଡ ସଫଳତାର ଅଧିକାରିଣୀ ହୋଇପାରିଛନ୍ତି। ଯେଉଁ କାରଣରୁ ତାଙ୍କୁ ସମସ୍ତେ ପ୍ରଶଂଷା ଏବେ ପ୍ରଶଂସା କରୁଛନ୍ତି।

Advertisement