ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଆରଆଇ ଲିଲି ଚୌଧୁରୀ। ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ସେ ପାଞ୍ଚ ହଜାର ଟଙ୍କା ନେଉଥିବା ବେଳେ ଧରା ପଡ଼ିଥିଲେ।

ତାଙ୍କୁ ଭିଜିଲାନ୍ସ ରେଡ ହ୍ୟାଣ୍ଡ ରେ ଧରିଥିଲେ। ଖବର ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ର ରାଜସ୍ବ ନିରୀକ୍ଷକ ଲିଲି ଚୌଧୁରୀ ଜଣେ ବ୍ୟକ୍ତି ଙ୍କୁ ସେ ଲାଞ୍ଚ ମାଗିଥିଲେ। ଯୋଜନା ବଦ୍ଧ ଭାବରେ ଚଢ଼ାଉ କରାଯାଇ ଥିଲା।
ଆଉ ଯେଉଁ ସମୟରେ ସେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ ସେତେବେଳେ ହିଁ ତାଙ୍କୁ ଭିଜିଲାନ୍ସ ର ଅଧିକାରୀ ମାନେ ଧରି ପକାଇ ଥିଲେ। ବ୍ୟକ୍ତି ଜଣକ ମଧ୍ୟ ଏହା ଅଭିଯୋଗ କରିଥିଲେ କି ତାଙ୍କୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମଗା ଯାଇଥିଲା।
ଆଉ ଏବେ ସେହି ଆରଆଇ ଲିଲି ଚୌଧୁରୀ ଙ୍କ ନିକଟରୁ ସମସ୍ତ ଲାଞ୍ଚ ପଇସା କୁ ଜବତ କରାଯାଇଛି। ସେପଟେ ସୁନ୍ଦରଗଡ଼ ଭିଜିଲାନ୍ସ ତରଫ ରୁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ତେବେ ଆପଣ ମାନେ ଜାଣିଥିବେ କି ଲାଞ୍ଚ ନେବା ପାଇଁ ସରକାରୀ କର୍ମଚାରୀ ମାନେ କିଭଳି କାର୍ଯ୍ୟ କରୁଛନ୍ତି। ମାସ ଶେଷରେ ତାଙ୍କର ଯଥେଷ୍ଟ ପାରିଶ୍ରମିକ ପାଉଥିବା ବେଳେ ମଧ୍ୟ ସେ ସାଧାରଣ ଲୋକ ମାନଙ୍କ ନିକଟରୁ ମଧ୍ଯ ଲୁଟିବାରେ ଲାଗି ପଡିଛନ୍ତି।
ଆଉ ଲୋକ ମାନେ ମଧ୍ୟ ଏଭଳି ଅନେକ ଅଫିସର୍ ମାନଙ୍କ ଶିକାରୀ ହୋଇ ଚାଲିଛନ୍ତି। ତାଙ୍କୁ ସୁବିଧା ଦେବା ବଦଳରେ କେତେକ ଅଫିସର ଏଭଳି ଅଛନ୍ତି,
ଯେଉଁ ମାନେ କି ଏବେ ସାଧାରଣ ଲୋକ ମାନଙ୍କୁ ଖୁବ୍ ହଇରାଣ କରିବା ସହ କାମ ପୂରା କରିବା ପାଇଁ ତାଙ୍କ ଠାରୁ ଲାଞ୍ଚ ନେବାରେ ଲାଗିଛନ୍ତି। ଏହି ଆରଆଇ ଲିଲି ଚୌଧୁରୀ ଏବେ ଧରା ପଡି ଯାଇଛନ୍ତି ଆଉ ନିଜ ମୁହଁ ମଧ୍ୟ ଲୁଚାଇ ବସିଛନ୍ତି।
ତାଙ୍କ ଭଳି ଆହୁରି ଅନେକ କର୍ମଚାରୀ ଅଛନ୍ତି ଯେଉଁ ମାନେ ସାଧାରଣ ଲୋକଙ୍କୁ ଲୁଟୁ ଛନ୍ତି ସେମାନେ ଆଗକୁ ଧରା ପଡ଼ିବେ। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।