ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୁବନେଶ୍ୱରରେ ହୋଇଥିବା ଅପହରଣ କଥା ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଏନେଇ ଭୁବନେଶ୍ୱରରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।

ଜଣେ ବ୍ୟକ୍ତିଙ୍କୁ ଅପହରଣ କରା ଯାଇଥିଲା। ଏନେଇ ତାଙ୍କର ସ୍ତ୍ରୀ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ। ଆଜି ସେହି ବ୍ୟକ୍ତି ନିଜେ ହିଁ କ୍ୟାମେରା ସାମ୍ନାରେ ନିଜେ କିଭଳି ଅପହରଣ ହୋଇଥିଲେ ସେକଥା ସେ ନିଜେ କହିଛନ୍ତି।
ସେ ଯେତେବେଳେ ତାଙ୍କ କୁକୁରକୁ ନେବା ପାଇଁ ଆସିଥିଲେ ସେତେବେଳେ ତାଙ୍କୁ ପ୍ରଥମେ ଜଣେ ଆସି ବାଡେଇ ଥିଲେ। ସାତ ରୁ ଆଠ ଜଣେ ଦୁର୍ବୃତ୍ତ ଥିବା ବେଳେ ଲକି ନାମକ ଏକ ଯୁବକ ମଧ୍ଯ ସାମିଲ ଥିଲେ।
ଏହାପରେ ତାଙ୍କୁ ଅପହରଣ କରି ନେଇ ତାଙ୍କ ସ୍ତ୍ରୀ ଙ୍କୁ ପଇସା ମାଗିଥିଲେ। ସେ ଏକ ଜାଗା କିଣିବା ପାଇଁ ପଇସା ରଖିଥିଲେ। ଆଉ ତାଙ୍କ ଆକାଉଣ୍ଟ ରେ ପଇସା ଥିବା କଥା ସେହି ଲକି ନାମକ ଯୁବକ ଜାଣିବାକୁ ପାଇଥିଲା।

ସେ ଅପହରଣ ହୋଇଥିବା ସମୟରେ ଯେତେବେଳେ ତାଙ୍କର ସ୍ତ୍ରୀ ଙ୍କୁ ବାରମ୍ବାର ଭିଡିଓ କଲ କରାଯାଉ ଥିଲା। ସେତେବେଳେ ସେ ଏକ କୋଡ୍ ୱାର୍ଡ ରେ ତାଙ୍କ ସ୍ତ୍ରୀ ଙ୍କୁ ପୋଲିସ ର ସହାୟତା ନେବା ପାଇଁ କହିଥିଲେ।
ତାଙ୍କୁ କେଉଁଠାକୁ ନିଆ ଯାଇଥିଲା ସେ ଜାଣି ନଥିଲେ କାରଣ ତାଙ୍କର ଆଖି କୁ ବାନ୍ଧି ଦିଆ ଯାଇଥିଲା। ଯେଉଁ ଗାଡ଼ିରେ ସେ ଥିଲେ ସେଥିରେ ୫ ଜଣ ରୁ ଅଧିକ ଲୋକ ଥିଲେ। ଏଭଳି ତାଙ୍କୁ ଅନେକ ପ୍ରକାର ଧମକ ଦେଇଛନ୍ତି।
ବ୍ୟକ୍ତି ଜଣକୁ ଅନେକ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି। ଯାହା ଦ୍ବାରା ବ୍ୟକ୍ତି ଜଣକ କ୍ଷତ ବିକ୍ଷତ ହୋଇ ଯାଇଛନ୍ତି। ଶେଷରେ ପୋଲିସ ଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଥିଲା।
ଆଉ ସେ ଏବେ ସୁସ୍ଥ ମଧ୍ୟ ଅଛନ୍ତି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।