Jan 9, 2024, 11:47 IST

ଲାକ୍ଷାଦ୍ଵୀପ ମନ୍ତ୍ରୀ ମାନେ ମୋଦୀ ଙ୍କୁ ମୁସଲିମ କଣ୍ଢେଇ ଆଉ କେତେ କଣ ଗାଳି ଦେଇ ଥିଲେ ବୋଲି ରାସ୍ତା ମଝିରେ ସାତ ବେଣ୍ଟିଆ କରି ବୁଲେଇଲେ ଭାରତୀୟ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରଧାନମନ୍ତ୍ରୀ ଙ୍କ ବିରୁଦ୍ଧ ରେ ଅଶାଳୀନ ଟିପ୍ପଣୀ ଦେଇ ନିଲମ୍ବିତ ହେଲେ ତିନି ମନ୍ତ୍ରୀ। ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଟିପ୍ପଣୀ କୁ ନେଇ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି।
Special Report
ମାଲଦିପ ସରକାର ଙ୍କ ପକ୍ଷରୁ ଏନେଇ ଏକ ବୟାନ ଜାରି କରାଯାଇଛି। ମନ୍ତ୍ରୀ ମାରୀୟମ ୟୁନା , ମାଲସା ହସିନ ଯାହାନ ଙ୍କୁ ନିଲମ୍ବନ କରାଯାଇଛି। ଏହି ତିନି ମନ୍ତ୍ରୀ ତିନି ଜଣ ମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିରୁଦ୍ଧରେ ଅପତ୍ତି ଜନକ ଟିପ୍ପଣୀ ଦେଇ ଥିଲେ।
ଏହା ପୂର୍ବରୁ ଏହି ବୟାନ କୁ ବ୍ୟକ୍ତିଗତ କୁହା ଯାଇ ଏହାକୁ ଆଡେ଼ଇ ଦିଆ ଯାଇଥିଲା। ନିକଟରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ଵୀପ ଗସ୍ତରେ ଯାଇଥିଲେ। ସେଠାକାର କିଛି ଫଟୋ ମଧ୍ୟ ସେ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ।
ଏଥିରେ ମନ୍ତ୍ରୀ ଲେଖିଥିଲେ କି ଯେଉଁ ମାନେ ରୋମାଞ୍ଚ ପସନ୍ଦ କରନ୍ତି ସେମାନେ ଲାକ୍ଷାଦ୍ଵୀପ ଯେମିତି ହେଲେ ମଧ୍ୟ ଯାଆନ୍ତି। ଏହାପରେ ଅନେକ ଲୋକ ଲାକ୍ଷାଦ୍ଵୀପ କୁ ଖୁବ ଗୁଗଲ ରେ ସର୍ଚ୍ଚ କରିଥିଲେ।
Special Report
ଏହାପରେ ମାଲଦିପ ପଟୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇ ଯାଇଥିଲା। ଏଠାକାର ମନ୍ତ୍ରୀ ମୋଦୀ ଙ୍କ ଫଟୋ ଉପରେ ଆପତ୍ତି ଜନକ ଟିପ୍ପଣୀ ପ୍ରଦାନ କରିଥିଲେ।
ସେ କହିଥିଲେ କି ଆମେ ପ୍ରଦାନ କରୁଥିବା ସେବା ସେମାନେ କିଭଳି ପ୍ରଦାନ କରି ପାରିବେ। ଏଥି ସହ ଲେଖିଥିଲେ କି ଆମେ ଯେପରି ପରିଷ୍କାର ରହିଛୁ ସେଭଳି କିପରି ସେମାନେ ରହି ପାରିବେ। ଏହା ପରେ ହିଁ ସମାଲୋଚନା ଆରମ୍ଭ ହୋଇ ଯାଇଥିଲା।
ଏଭଳି କିଛି ବୟାନ କୁ ଭାରତର ଅନେକ ସେଲିବ୍ରିଟି ମାନେ ମଧ୍ୟ ବିରୋଧ କରିଛନ୍ତି। ବଲିଉଡ ତାରକା ଅକ୍ଷୟ କୁମାର, ସଲମାନ୍ ଖାନ, କଙ୍ଗନା ରଣାୱତ ଓ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ଯ ଏହାକୁ ଟୁଇଟ କରି ଜଣାଇଛନ୍ତି।
ଏହାପରେ ଭାରତ ମାଲଦିପ ପାଇଁ ସମନ ଜାରି କରିଛି। ଯେଉଁଥିରେ ସେମାନଙ୍କୁ ଏଭଳି ମତ ଦେବା ପଛରେ ଉତ୍ତର ଦେବାକୁ କୁହା ଯାଇଛି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement