Jan 3, 2024, 20:41 IST

ଲାଗିଲା ଭୟଙ୍କର ନିଆଁ ଚାହୁଁ ଚାହୁଁ ହେଇଗଲା ଏମିତି ୩୬୦ ଯାତ୍ରୀ ଙ୍କ ସହ କଣ ହେଲା !! ଶୀଘ୍ର ଦେଖନ୍ତୁ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନୂଆ ବର୍ଷର ଆରମ୍ଭରୁ ଘଟିଲା ବିରାଟ ଅଘଟଣ। ଉଡ଼ୁଥିବା ବିମାନରେ ଲାଗିଗଲା ନିଆଁ। ୩୬୦ ଜଣ ଯାତ୍ରୀଙ୍କୁ ନେଇ ଲ୍ୟାଣ୍ଡ ହେବା ପୂର୍ବରୁ ଘଟିଛି ଏଭଳି ଅଘଟଣ।
Special Report
ତେବେ ଜରୁରୀକାଳୀନ ଟିମ୍ ୩୬୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଏଭଳି ଅଘଟଣ କାହିଁକି ଘଟିଲା ତାହାକୁ ନେଇ ତଦନ୍ତ ଜାରି ରହିଛି। ଏଭଳି ଅଘଟଣ ଜାପାନ ଦେଶର ଟୋକିଓ ସ୍ଥିତ ହାନେଡା ବିମାନବନ୍ଦରରେ ଦେଖିବାକୁ ମିଳିଛି। 
ସୂଚନା ଅନୁଯାୟୀ ଲ୍ୟାଣ୍ଡିଂ ବେଳେ ଜଳିଗଲା ବିମାନଟି। ବିମାନରେ ପ୍ରାୟ ୩୬୦ ଯାତ୍ରୀ ଥିଲେ। ଟୋକିଓର ହନେଡା ବିମାନ ବନ୍ଦରରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ଚାରିଆଡେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।
Special Report
ଜାପାନ ଏୟାରଲାଇନ୍ସର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି। ରନଓ୍ୱେରେ ତଟରକ୍ଷୀ ବାହିନୀ ବିମାନ ସହ ଜାପାନ ଏୟାରଲାଇନ୍ସର ଧକ୍କା ହେବା ପରେ ସେଥିରେ ନିଆଁ ଲାଗିଯାଇଥିବା କୁହାଯାଉଛି।
ତେବେ ଏହି ଅଗ୍ନିକାଣ୍ଡରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଉଦ୍ଧାର କରାଯାଇଛି। ଜାପାନ ଏୟାରଲାଇନ୍ସର ଏହି ବିମାନରେ ପ୍ରାୟ ୪୦୦ ଯାତ୍ରୀ ଥିଲେ।
Special Report
ବିମାନରେ ଅଗ୍ନିକାଣ୍ଡ ଘଟିବା ପରେ ଦେଖୁ ଦେଖୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। ପରେ ଉଦ୍ଧାରକାରୀ ଦଳ ସମସ୍ତ ଯାତ୍ରୀ କୌଣସି ଅଘଟଣା ଘଟିବା ପୂର୍ବରୁ ଉଦ୍ଧାର କରି ଆଣିଥିଲେ। 
ସେପଟେ ନିଆଁ କରାଳ ରୂପ ଧାରଣ କରି ପୂରା ବିମାନଟିକୁ ଗ୍ରାସ କରିଦେଇଥିଲା। ବିମାନର ସିଟ୍‌, ଚକା ଓ ଡେଣା ପୂରା ପୋଡି ପାଉଁଶ ହୋଇଯାଇଛି। ବିମାନରେ ନିଆଁ ଲାଗିବା ପରେ ତୁରନ୍ତ ଘଟଣାସ୍ଥଳରେ ଜାପାନ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସେପଟେ ମାମଲାର ଯାଞ୍ଚ ଜାରି ରହିଥିବା କହିଛି ପରିବହ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ। ନିଆଁ ଲାଗିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି।

Advertisement