Jan 3, 2024, 11:51 IST

କୋମଳ ମତି ଶିଶୁ କନ୍ୟା କୁ ବୋରୱେଲ ରେ ପକାଇଥିବା ମା କୁ ଠାବ କଲା ପୋଲିସ, ଏବେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦ୍ଵିତୀୟ ସନ୍ତାନ ବୋଲି ବୋରୱେଲ ଭିତରେ ଫିଙ୍ଗି ଦେଇଥିଲ ବାପା ମାଆ। ଆଉ ଏବେ ବୋରୱେଲ ରେ ପଡ଼ିଥିବା ଝିଅର ଜନ୍ମଦାତ୍ରି ମିଳି ଯାଇଛନ୍ତି।
Special Report
ସେ ମଧ୍ୟ ଏହା ମାନିଛନ୍ତି କି ସେ ଝିଅକୁ ବୋରୱେଲ ରେ ଫିଙ୍ଗି ଦେଇଥିଲେ ବୋଲି। ଆପଣ ମାନେ ଜାଣିଥିବେ କି ଡିସେମ୍ବର ୩୧ ତାରିଖରେ ହିଁ ଜଙ୍ଗଲ ଭିତରେ ଥିବା ବୋରୱେଲ ରୁ ଝିଅକୁ ଉଦ୍ଧାର କରାଯାଇ ଥିଲା।
ଧୀରେ ଧୀରେ ଏହି ଖବର ଚାରିଆଡେ ବ୍ୟାପିବାକୁ ଲାଗିଲା ଆଉ ଆରମ୍ଭ ହୋଇ ଯାଇଥିଲା ଉଦ୍ଧାର କାର୍ଯ୍ୟ। ଦୀର୍ଘ ଛଅ ଘଣ୍ଟା ପରେ ଜୀବିତ ଅବସ୍ଥାରେ ହିଁ ଏହି ନବଜାତ ଶିଶୁ କନ୍ୟା କୁ ଉଦ୍ଧାର କରାଯାଇ ଥିଲା।
ସେହି ସମୟରେ ହିଁ ତା ଉପରେ ସାରା ଓଡ଼ିଶା ଆଶୀର୍ବାଦ ଅଜାଡ଼ି ପକାଇ ଥିଲା। ଏହି ଶିଶୁ ଟି ନାମ ବିଜୟିନୀ ଦିଆ ଯାଇଛି। ଏବେ ବିଜୟିନୀ ର ବାପା ଓ ମାଆ କୁ ଠାବ କରାଯାଇଛି।
Special report
ତାଙ୍କର ଏବେ ପରିଚୟ ମିଳି ଯାଇଛି।। ଏହି ଦମ୍ପତି ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର। ମହିଳାଙ୍କ ମାନସିକ ଅବସ୍ଥା ଠିକ ନାହିଁ। ବିଜୟିନୀ ହେଉଛନ୍ତି ସଂପୃକ୍ତ ମହିଳାଙ୍କ ଦ୍ଵିତୀୟ ସନ୍ତାନ।
ବିଜୟିନୀ ଙ୍କ ମାଆ ଏବେ କଟକ ଏସିବି ରେ ଚିକିତ୍ସାଧୀନ ଅବସ୍ଥାରେ ଥିବା କହିଛନ୍ତି ସମ୍ବଲପୁର ର ଏସପି। ସେ ସ୍ପଷ୍ଟ କରିଛନ୍ତି ମାନସିକ ଅସ୍ଥିରତା ଓ ଡିପ୍ରେସନ୍ ରେ ଥିବା ମହିଳା ଜଣକ ଶିଶୁ କନ୍ୟା ଜନ୍ମ ହେବାର ପାଞ୍ଚ ଛଅ ଘଣ୍ଟାରେ ହିଁ ଫିଙ୍ଗି ଦେଇଥିଲେ।
ଏକଥା ମଧ୍ୟ ମହିଳା ଜଣକ ସ୍ବୀକାର କରିଛନ୍ତି। ତାଙ୍କର ସ୍ବାମୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।। ମହିଳା ଜଣକ ସଂପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଡ଼ାକ୍ତରଖାନା ରୁ ଫେରିବା ପରେ ତାଙ୍କୁ ସମ୍ପୂର୍ଣ ଭାବରେ ପଚରା ଉଚରା କରାଯିବ ବୋଲି ଏସପି ଜଣକ କହିଛନ୍ତି।
କାହିଁକି ଓ କିଭଳି ପରିସ୍ଥିତି ରେ ସେ ଏଭଳି କରିଛନ୍ତି ଏନେଇ ତାଙ୍କୁ ପଚରା ହେବ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement