ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି।
ଆଫଗାନିସ୍ତାକୁ ୬ ୱିକେଟ୍ରେ ହରାଇ T-20 ସିରିଜକୁ କବ୍ଜା କଲା ଭାରତ। ଶିବମ ଦୁବେଙ୍କ ଅଲ୍ରାଣ୍ଡର ପ୍ରଦର୍ଶନ ଓ ଜୟସୱାଲ୍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଜିତିଛି ଭରତ। ୧୭୩ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ କ୍ୟାପ୍ଟେନ୍ ରୋହିତ ଶର୍ମା ଓ ଜୟସୱାଲ୍।
ଖାତା ଖୋଲିବା ପୂର୍ବରୁ ରୋହିତ ଆଉଟ୍ ହୋଇଯାଇଥିଲେ। ତା’ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ। ଜୟସୱାଲ୍ଙ୍କ ସହ ମିଶି ସେ କିଛି ସମୟ ପାଇଁ ପାଳିକୁ ସମ୍ଭାଳି ଥିଲେ। ଜୟସୱାଲ୍ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ
୧୬ ବଲ୍ରେ ୨୯ ରନ୍ କରି ଆଉଟ୍ ହୋଇଥିଲେ କୋହଲି। ତା’ପରେ ଆସିଥିଲେ ଶିବମ ଦୁବେ। ଉଭୟ ମିଶି ପାଳି ସମ୍ଭାଳିବା ସହିତ ଭାରତକୁ ବିଜୟ ଅଭିମୁଖେ ନେଇଥିଲେ। ଏଥିସହ ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସ କରିଥିଲେ।
ତେବେ ବନ୍ଧୁଗଣ ସାଧାରଣତଃ ଭାତରେ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ। ଆଉ କ୍ରିକେଟ ପ୍ରେମୀ ମାନେ ନିଜର ପ୍ରିୟ ଖେଳାଳି କୁ ଦେଖିବା ପାଇଁ ଗ୍ରାଉଣ୍ଡକୁ ଆସିଥାନ୍ତି। କେହିକେହି ଫ୍ୟାନ୍ସ ଅଜବ କାରନାମା କରିଥାନ୍ତି।
ତେବେ ଗତକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ଵିତୀୟ ଟି-ଟ୍ଵେଣ୍ଟି ମ୍ୟାଚରେ ଦେଖିବାକୁ ମିଳିଥିଲା ଅଜବ ଘଟଣା। ମ୍ୟାଚ ଚାଲିଥିବା ବେଳେ ଫିଲ୍ଡିଂ କରୁଥିବା ବିରାଟ କୋହଲିଙ୍କ ପାଖକୁ ହଠାତ୍ ଦୌଡ଼ିଲେ ଫ୍ୟାନ୍ସ।
ଆଉ ଏମିତି ବିରାଟଙ୍କ ସହ କଲେ ଯାହାକୁ ନେଇ ସବୁଠି ଚର୍ଚ୍ଚା। ତେବେ ଖେଳିବା ସମୟରେ ପଡିଆ ଭିତରକୁ ପଶି ଯାଇଥିଲେ ଜଣେ ଦର୍ଶକ। ଏହାପରେ ସେ କୋହଲିଙ୍କ ପାଦ ଛୁଇଁ ପ୍ରଣାମ କରିବା ପରେ ତାଙ୍କୁ କୁଣ୍ଢେଇ ଥିଲେ।
ଯାହାର ଫଟୋ ଆଉ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଆଉ କୋହଲି ମଧ୍ୟ ତାଙ୍କୁ ଜାବୁଡ଼ି ଧରିଥିଲେ। ଏହିସମୟରେ ସୁରକ୍ଷାକର୍ମୀ ମାନେ ଆସି ସେହି ଯୁବକକୁ ସେଠାରୁ ନେଇ ଯାଇଥିଲେ।