ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।କିଛି ପୁରୁଷ ମାନେ ଅଛନ୍ତି ଯେଉଁ ମାନେ କିନ୍ନର ମାନଙ୍କ ସହିତ ସମ୍ପର୍କ ରଖୁଛନ୍ତି।ହେଲେ ପରେ ତାଙ୍କୁ ବିବାହ କରିବା ପାଇଁ ମନା କରି ଦେଉଛନ୍ତି।

କହୁଛନ୍ତି କି ଆମ ପରିବାର ଲୋକେ ରାଜି ହେଲେ ନାହିଁ।ଯଦି ବିବାହ କରିବାର ନ ଥିଲା ତେବେ କଣ ପାଇଁ ସେହି ପୁରୁଷ ମାନେ କିନ୍ନର ମହିଳା ମାନଙ୍କ ସହିତ ସମ୍ପର୍କ ରଖନ୍ତି ଜଣେ କିନ୍ନର ଗଣ ମାଧ୍ୟମ ଆଗରେ ପ୍ରକାଶ କରନ୍ତି।
ସୂଚନା ଅନୁସାରେ ପ୍ରକୃତି ସାହୁ ନାମକ ଜଣେ କିନ୍ନର ଙ୍କୁ ଏ ବିଷୟ ରେ ପଚରା ଯାଇଥିଲା।ସେ କହିଥିଲେ କି ବର୍ତ୍ତମାନ ସମୟ ରେ ପୁରୁଷ ମାନେ ନାରୀ ମାନଙ୍କୁ ସେମାନଙ୍କ ହାତ ର ଖେଳନା ବୋଲି ଭାବୁଛନ୍ତି।

ମୋତେ ମୋର ପରିବାର ବହୁତ ସମର୍ଥନ କରିଛନ୍ତି।ମୁ ତାହାକୁ କେବେ ଭୁଲି ପାରିବି ନାହିଁ।ମୋ ବାପା ମୋତେ ସବୁବେଳେ କହିଛନ୍ତି କି ଯା ବି କରିଛୁ ଭଲ ରେ କର।ସବୁବେଳେ ସତ୍ୟ ପଥ ରେ ଚାଲେ।ଭୁଲ ରାସ୍ତା ରେ କେବେ ବି ନିଜ କୁ ନିଅନି।

ଏହି କଥା କୁ ମୁ ସବୁବେଳେ ମନେ ରଖିବି।ଆଜି ମୁଁ ଯା ବି କିଛି କରିଛି ସେସବୁ ସେମାନଙ୍କ ଆଶ୍ରିର୍ବାଦ କରୁଛି।ଆଜି ମୁଁ ବହୁତ ଖୁସି ଏତେ ବାଟରେ ଆସି ପହଞ୍ଚିଛି।ଏବେ ମଧ୍ୟ ଟ୍ରୁ ଲଭ ରହିଛି।

ଆଉ କିଛି ଲୋକ ମାନେ କେବଳ ଟାଇମ୍ ପାସ୍ କରିବା ପାଇଁ ପ୍ରେମ କରୁଛନ୍ତି।ପୃଥିବୀ ରେ ଅନେକ ପ୍ରକାର ଲୋକେ ଅଛନ୍ତି।ସମସ୍ତେ ନିଜ ନିଜ ଇଚ୍ଛା ରେ ପ୍ରେମ କରୁଛନ୍ତି।ଓ ପ୍ରେମ କରି ପୁଣି ଝିଅ ମାନଙ୍କୁ ଛାଡି ଦେଉଛନ୍ତି।
ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି ଏପରି କରନ୍ତୁ ନାହିଁ।ଝିଅ ମାନଙ୍କୁ ନିଜ ହାତ ର ଖେଳଣା ଭାବନ୍ତୁ ନାହିଁ।କିନ୍ନର ଶବ୍ଦ କୁ ନେଇ କି ସମସ୍ତେ ଖରାପ ବୋଲି ଭାବନ୍ତି।ଏପରି ଭାବିବା ଠିକ୍ ନୁହେଁ।ଆମେ ବି ଗୋଟିଏ ମଣିଷ।ସେଥିପାଇଁ ଏପରି କରନ୍ତୁ ନାହିଁ।