ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଂଗ୍ରେସ ଜାରୀ କରିଛି ନିର୍ବାଚନୀ ଇସ୍ତେହାର। ରାଜ୍ୟବାସୀ ଙ୍କ ପାଇଁ ମଧ୍ୟ ଅନେକ ପ୍ରତିଶ୍ରୁତି ରହିଛି। କ୍ଷମତା କୁ ଆସିଲେ କଂଗ୍ରେସ ଗଢ଼ିବ ଆଇପିଏଲ ଟିମ।

ବର୍ତ୍ତମାନ୍ ସମୟରେ ବିଧାନ ସଭା ନିର୍ବାଚନ ପାଇଁ ସରଗରମ ହୋଇଛି ମଧ୍ୟପ୍ରଦେଶ। ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ଏବେ କଡ଼ା ଟକର ଲାଗି ଥିବାର ଦେଖିବାକୁ ମିଳିଛି। ଉଭୟ ଦଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ଯ ଲାଗି ରହିଛି।
ଗୋଟେ ପଟେ ବିଜୟ ଗଡ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରଖିଛି ବିଜେପି। ଅନ୍ୟପଟେ ରଣ ହାତେଇବାକୁ ଚେଷ୍ଟା କରିଛି କଂଗ୍ରେସ। ଏହାରି ମଧ୍ୟରେ କିନ୍ତୁ ବେଶ ଫୋକସ ରେ ରହିଛି ହାତ ଦଳର ପ୍ରତିଶୃତି।
କଂଗ୍ରେସ ଏବେ ନିର୍ବାଚନ ପାଇଁ ଇସ୍ତେହାର ଜାରୀ କରୁଛି ସେଥିରେ ଜନ ସାଧାରଣ ଙ୍କ ପାଇଁ ମଧ୍ୟ ରହିଛି ପୂଳା ପୂଳା ପ୍ରତିଶ୍ରୁତି। କୁହା ଯାଉଛି କି ପ୍ରତିଶ୍ରୁତି ବାଜି ଜରିଆରେ ନିର୍ବାଚନ ଜିତିବା ପାଇଁ ଲକ୍ଷ ରଖିଛି କଂଗ୍ରେସ।

ମଧ୍ୟପ୍ରଦେଶ ର ନିର୍ବାଚନ ପାଇଁ ମଧ୍ୟ କଂଗ୍ରେସ ଜାରୀ କରିଛି ନିର୍ବାଚନୀ ଇସ୍ତେହାର। ଏଥିରେ ରାଜ୍ୟବାସୀଙ୍କ ପାଇଁ ରହିଛି ମଧ୍ୟ ଭଳିକି ଭଳି ପ୍ରତିଶ୍ରୁତି। କଂଗ୍ରେସ ଜାରି କରିଥିବା ଇସ୍ତେହାର କୁ ନେଇ ନିଜର ଜବାବ ରଖିଛି ବିଜେପି।
କୁହା ଯାଇଛି କି ଏହା ହେଉଛି ହାତ ଦଳର ଏକ ମିଛ ପତ୍ର। କଂଗ୍ରେସ ର ଏହି ଇସ୍ତେହାରପତ୍ର କୁ ମହା ମିଛ ପତ୍ର କହି ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶ ର ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂହ ଚୌହାନ।
ଶିବରାଜ୍ କହିଛନ୍ତି କି କଂଗ୍ରେସ କେବଳ ପ୍ରତିଶ୍ରୁତି ଦେବା ଜାଣେ ମାତ୍ର କେବେ ହେଲେ ମଧ୍ୟ ତାହାକୁ ପୂରଣ କରେ ନାହିଁ।୫ ବର୍ଷ ମଧ୍ୟରେ କଂଗ୍ରେସ ଦେଇଥିବା ୯୦୦ ଟି ପ୍ରତିଶ୍ରୁତି ମଧ୍ୟରୁ ସେ ନଅ ଟି ପ୍ରତିଶ୍ରୁତି ମଧ୍ୟ ପୂରା କରି ନାହାଁନ୍ତି ବୋଲି ବିଜେପି କହିଛନ୍ତି।
ତେବେ ଆପଣ ମାନଙ୍କୁ କଣ ଲାଗିଛୁ କି କଂଗ୍ରେସ୍ ଦେଇଥିବା ପ୍ରତିଶୃତି ପୁରା କରିବା ନା ଏହା କେବଳ ପ୍ରତିଶ୍ରୁତି ରେ ହିଁ ରହିଯିବ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।