ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଲିଉଡ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ଆବେଦନ କଟକ ଫ୍ୟାମିଲି କୋର୍ଟରେ ଖାରଜ ହୋଇଯାଇଛି। ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ କୋର୍ଟ ଖାରଜ କରିଥିବାବେଳେ ବର୍ଷାଙ୍କ ଆବେଦନ ମଧ୍ୟ ଖାରଜ ହୋଇଛି।
ତେବେ ବନ୍ଧୁଗଣ ହିନ୍ଦୁ ବିବାହ ଆଇନର ଧାରା ୨୩ ଅନୁଯାୟୀ ଦୁଇ ପକ୍ଷ ନିଜ ନିଜ ସପକ୍ଷରେ ଅଦାଲତରୁ କୌଣସି ନିର୍ଦ୍ଧେଶ ପାଇବା ପାଇଁ ଯୋଗ୍ୟ ନୁହନ୍ତି। ଏଭଳି ସ୍ଥିତିରେ ଛାଡ଼ପତ୍ର ଓ ଦାମ୍ପତ୍ୟ ଜୀବନ ପୁନଃସ୍ଥାନପ ଦାୟର ଦୁଇ ଆବେଦନ ଖାରଜ କରାଯାଉଛି ବୋଲି ଉଲ୍ଲେଖ କରାଯାଇଛି।
ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ ଅନୁଭବ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ସେ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି। ସେହିଭଳି ବର୍ଷା ତାଙ୍କୁ ଏବଂ ତାଙ୍କ ପରିବାରକୁ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି
ଅନୁଭବ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ମଧ୍ୟ ପ୍ରମାଣ କରିପାରିନାହାନ୍ତି। ଯାହାଫଳରେ ଖାରଜ ହୋଇଛି ଛାଡ଼ପତ୍ର। ଅନ୍ୟପଟେ ବର୍ଷା ଅନୁଭବଙ୍କ ସହିତ ରହିବା ଲାଗି ଯେଉଁ ଯୁକ୍ତି ଆଣିଛନ୍ତି ତାହା ମଧ୍ୟ ଗ୍ରହଣୀୟ ନୁହେଁ।
କାରଣ ଆବେଦନ କାରିଣୀ ବର୍ଷାଙ୍କ ଅଭିଯୋଗ ଆଧାରରେ ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି। କେବଳ ସେତିକି ନୁହେଁ ଆବେଦନ କାରିଣୀ ଅନୁଭବଙ୍କ ନାମରେ ଆହୁରି ଅନେକ ମାମଲା ରୁଜ୍ଜୁ କରିଛନ୍ତି।
ସେହି ସବୁ ମାମଲା ବିଚାରଧୀନ ରହିଛି। ଯେଉଁଠି ବର୍ଷା ନିଜେ ଅନୁଭବଙ୍କ ଘରେ ସୁରକ୍ଷିତ ମନୁନାହାନ୍ତି, ସେଇଠି ପୁନର୍ବାର ସେହି ଘରେ ରହିବାକୁ ଅନୁବତୀ ଦେବା ଠିକ୍ ହେବ ନାହିଁ ବୋଲି ଅଦାଲତ ମତ ଦେଇଛନ୍ତି।
ଅଦାଲତ ରାୟରେ କହିଛନ୍ତି ଦୁଇଜଣଙ୍କ ମଧ୍ୟରେ ବିବାହ ବନ୍ଧନ ସେମାନଙ୍କ ପରିବାର କିମ୍ବା ସମ୍ପର୍କୀୟଙ୍କ ମଧ୍ୟରେ ସୀମିତ ରହିଥାଏ। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ କିନ୍ତୁ ପୁରା ସମାଜକୁ ପ୍ରଭାବିତ କରିଥାଏ।
ବିବାହ ବିଚ୍ଛେଦ ଏକ ଆଇନଗତ ବଧ୍ୟାବଧକାତ। ତେଣୁ ଉଭୟଙ୍କୁ ଏହି ଅଦାଲତରୁ କୌଣସି ଫାଇଦା ମିଳିପାରିବା ନାହିଁ ବୋଲି ପରିବାର ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି।