ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ରାଜ୍ୟ ରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଚି।ଆପଣ ମାନେ ଜାଣି ଥିବେ ପ୍ରତିବର୍ଷ ଏପ୍ରିଲ ମାସ ମଧ୍ୟରେ ଗରମ ଆସି ଯାଇ ଥାଏ।ହେଲେ ବର୍ତ୍ତମାନ ସମୟ ରେ ଦେଖା ଯାଉଚି ରାଜ୍ୟ ରେ ଧୀରେ ଧିରେ ଗରମ ବଢିବାରେ ଲାଗିଚି।
ପ୍ରତି ଜିଲ୍ଲା ରେ ଏବେ ୩୫ ଡିଗ୍ରୀ ଉପରେ ତାତି ହେଉଚି।ଲୋକ ମାନେ ଏହା ଠାରୁ ଗରମ ରେ ଆଉଟୁ ପାଉଟୁ ହେଉଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ତେବେ ଏହି ଦୁଇ ଦିନ ହେବ ରାଜଧାନୀ ଭୁବନେଶ୍ଵର ରେ ପ୍ରଚଣ୍ଡ ରୌଦ୍ରତାପ ହେଉ ଥିଲା।
ମାର୍ଚ୍ଚ ମାସ ହେଇ ନାହିଁ ।ହେଲେ ଗରମ ର ମାତ୍ରା ବଢିବାରେ ଲାଗିଛି।ପ୍ରତିଦିନ ପ୍ରାୟ ଦୁଇ ରୁ ତିନି ଡିଗ୍ରୀ ତାପମାତ୍ରା ବଢିବାରେ ଲକ୍ଷ କରା ଯାଉଚି।ଏହାକୁ ଦୃଷ୍ଟି ରେ ରଖି ଲୋକ ମାନଙ୍କୁ ଖରା ସମୟ ରେ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଛି।
ବର୍ତ୍ତମାନ ସମୟ ରେ ତାପମାତ୍ରା ୩୬ ରୁ ୩୭ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରା ଯାଉଛି।ରାଜ୍ୟ ରେ ସୁସ୍ଥ ବାୟୁ ପ୍ରବାହ ଜାରି ରହିଛି।ଉଭୟ ରାତି ଓ ଦିନ ର ତାପମାତ୍ରା ପୂର୍ବ ଅପେକ୍ଷା ବଢି ଚାଲିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କିଛି ସ୍ଥାନ ରେ ପ୍ରାୟ ପ୍ରତିଦିନ ଦିନ ତିନି ଡିଗ୍ରୀ ଯାଏଁ ତାତି ବଢିବା ନେଇ ସମ୍ଭାବନା ରହିଛି।ତେବେ ଗତ କାଲି ଭୁବନେଶ୍ୱର ରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଚି।
ଅନ୍ୟ ପଟେ ବୌଦ୍ଧ ରେ ୩୬,ଭବାନୀପାଟଣା ଓ ଝାରସୁଗୁଡ଼ା ରେ ୩୪ ଓ ପାରଳାଖେମୁଣ୍ଡି ଓ ଟିଟିଲାଗଡ ରେ ୩୫.୫ ଡିଗ୍ରୀ ତାପମାତ୍ରା ଦେଖା ଯାଇ ଥିଲ।ଏହି ସମୟ ରେ ଲୋକ ମାନେ ଘରୁ ବାହାରକୁ ବାହାରି ପାରି ନାହାନ୍ତି।ବାହାର କୁ ଯିବା ସମୟ ରେ ଓଦା ଲୁଗା ଓ ଗାମୁଛା ସହିତ ଛତା ନେଇ ବାହାରକୁ ଯାଆନ୍ତୁ।
ତେବେ ଆଞ୍ଚଳିକ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଆଜି ଠାରୁ ଆସନ୍ତା ୨୪ ତାରିଖ ମଧ୍ୟରେ ରାଜ୍ୟ ର କିଛି ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି।
ବର୍ଷା ହେବା ଦ୍ବାରା ଲୋକ ମାନଙ୍କୁ ଆଶ୍ୱସ୍ତି ମିଳି ପାରିବ।ଯାହାକୁ ନେଇ ପାଣିପାଗ ବିଭାଗ ଆଗୁଆ ଲୋକ ମାନଙ୍କୁ ସୂଚନା ଦେଇଛନ୍ତି।କିଛି ସ୍ଥାନ ରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ରହିଛି।