Dec 24, 2023, 17:48 IST

ଖାକି ବର୍ଦିରେ ଲାଗିଲା ଦାଗ ଦେଖନ୍ତୁ ମନ୍ଦିର ପଛପଟେ ମହିଳା ହୋମଗାର୍ଡଙ୍କ ସହ କଣ କରିଦେଲେ କନଷ୍ଟେବଳ

Special Report

ନମସ୍କାର ପାଠକ ବନ୍ଧୁ।ଜଣେ ମହିଳା ହୋମ ଗାର୍ଡ ଙ୍କ ସହିତ କରା ଯାଇଛି ଅସଦାଚରଣ।ମନ୍ଦିର ରେ ଡ୍ୟୁଟି କରୁଥିବା ସମୟ ରେ ଜଣେ କନେଷ୍ଟବଳ ତାଙ୍କ ସହିତ ଟଣା ଓଟରା କରିଥିଲେ।ଏହାକୁ ବିରୋଧ କରିଥିଲେ ମହିଳା ହୋମ ଗାର୍ଡ ଜଣକ।
Special Report
ନିଜ କୁ ନ୍ୟାୟ ଦେବା ପାଇଁ ସେ ଅନେକ ଉପର କର୍ମଚାରୀ ଙ୍କ ପାଖରେ ଅଭିଯୋଗ କରିଥିଲେ।ହେଲେ ମାମଲା କୁ ଚପାଇ ଦେବା ପାଇଁ ସମସ୍ତେ ଚେଷ୍ଟା କରିଥିଲେ।କିନ୍ତୁ ମହିଳା ଜଣକ ନିଜ କୁ ନ୍ୟାୟ ଦେବା ପାଇଁ ଏବେ ଚେଷ୍ଟା କରୁଛନ୍ତି।
ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେ।ସେଠାରେ ଗୋଟିଏ ମନ୍ଦିର ରେ ଜଣେ ମହିଳା ହୋମ ଗାର୍ଡ ଡ୍ୟୁଟି ରେ ଥିଲେ।ଏହି ସମୟ ରେ ସେ ତାଙ୍କର ଉପର କର୍ମଚାରୀ ଙ୍କୁ ପଚାରି ମନ୍ଦିର ଭିତର କୁ ଯାଇ ଥିଲେ।
ସେଠାରେ ଠାକୁରଙ୍କୁ ପ୍ରଣାମ କରିବା ପରେ ସେ ବାହାର କୁ ଆସୁ ଥିଲେ।ଏହି ସମୟ ରେ ଜଣେ ପୋଲିସ କନେଷ୍ଟବଳ ଅପିଲ କୁମାର ଦାସ ତାଙ୍କ ନିକଟ କୁ ଆସିଲେ।ଓ କହିଲେ କି ତମ ସହିତ ମୋର ବ୍ୟକ୍ତିଗତ କଥା ରହିଛି।
Special Report
ଏହା ପରେ ମହିଳା ଜଣ କ କହିଥିଲେ କି କହୁ ନାହାନ୍ତି କି କଥା କହୁଛନ୍ତି।ହେଲେ ସେହି କନେଷ୍ଟବଳ ଜଣକ ତାଙ୍କୁ ଜୋର୍ ଜବରଦସ୍ତ କରି ଟଣା ଓଟରା କରିଥିଲେ।ଏହା ପରେ ତାଙ୍କୁ ଧମକ ଦେଇଥିଲେ।
ମହିଳା ଜଣକ ଏ କଥା ଘର କୁ ନିଜ ସ୍ଵାମୀ ଙ୍କୁ ଜଣାଇ ଥିଲେ।ତାଙ୍କ ସ୍ଵାମୀ ଏ ନେଇ ଥାନା ରେ ଅଭିଯୋଗ କରିଥିଲେ।ହେଲେ ତାଙ୍କ ଅଭିଯୋଗ କୁ ଗୁରୁତ୍ଵ ଦିଆ ଯାଇ ନ ଥିଲା।ଏହା ପରେ ମହିଳା ଓ ତାଙ୍କ ସ୍ଵାମୀ ଉପର ଅଫିସର ମାନଙ୍କ ପାଖକୁ ନ୍ୟାୟ ପାଇଁ ଯାଇଥିଲେ।
ହେଲେ ତାଙ୍କ କଥା କେହି ଶୁଣି ନ ଥିଲେ।କନଷ୍ଟେବଳ ସଂଘ ର ମୁଖ୍ୟ ମାନସ ରଞ୍ଜନ ପାଣିଗ୍ରାହୀ କହିଥିଲେ କି ତୁ ଗୋଟେ ଛୋଟ ଜାତି ର ମହିଳା।ତୁ କଣ ଏତେ ଗପୁଚୁ।ଯା ଯାହାକୁ କହିବା କଥା କହ।
ଆମର କେହି କିଛି ବିଗାଡି ପାରିବେ ନାହିଁ।ଏହା ପରେ ମହିଳା ଜଣକ ନିଜକୁ ନ୍ୟାୟ ଦେବା ପାଇଁ ସମସ୍ତ ବଡ ଅଫିସର ମାନଙ୍କୁ କହିଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ଉକ୍ତ ମହିଳା ଙ୍କୁ ନ୍ୟାୟ ମିଳୁଛି।

Advertisement