ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ବର୍ତ୍ତମାନ ସମୟ ରେ କୋନ ବନେଗା କରୋଡ ପତି କାର୍ଯ୍ୟକ୍ରମ ସୋନି ଟିଭି ରେ ପ୍ରସାରିତ ହେଉଛି।
ଏହି କାର୍ଯ୍ୟ କ୍ରମ ରେ ଅନେକ ଲୋକ ଆସି ଅମିତାଭ ବଚ୍ଚନ ଙ୍କ ପ୍ରଶ୍ନ ର ଉତ୍ତର ଦେଇ କୋଟି କୋଟି ଟଙ୍କା କମାଇ ଘର କୁ ନେଇ କରି ଯାଆନ୍ତି।ଏହାର ହୋଷ୍ଟ କରନ୍ତି ବଲିଉଡ ର ନାମୀ ଦାମୀ ସୁପରଷ୍ଟାର ଅମିତାଭ ବଚ୍ଚନ।ନିକଟ ରେ ଓଡ଼ିଶା ର ଜଣେ ଶିକ୍ଷକ ସେଥିରେ ଯୋଗ ଦେଇଥିଲେ।
ଏଥିରେ ସେ ଅମିତାଭ ବଚ୍ଚନ ଙ୍କ ଅନେକ ପ୍ରଶ୍ନ ର ଉତ୍ତର ଦେଇଥିଲେ।ଅନେକ ପ୍ରଶ୍ନ ର ଉତ୍ତର ଦେବା ସହିତ ସେ ଅନେକ ସମୟ ଧରି ଅମିତାଭ ବଚ୍ଚନ ଙ୍କ ସହିତ କଥା ହୋଇ ଥିଲେ।
ଅମିତାଭ ବଚ୍ଚନ ଓଡ଼ିଶା ବିଷୟ ରେ ଅନେକ କଥା ପଚାରି ଥିଲେ।ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।ସେ ଓଡ଼ିଶା ର ପ୍ରସିଦ୍ଧ ଛେନା ପୋଡ ବିଷୟ ରେ ସେଠାରେ କହିଥିଲେ।ଏହାକୁ ଅମିତାଭ ବଚ୍ଚନ କେବେ ବି ଖାଇ ନାହାନ୍ତି।
ତାଙ୍କର ଏଭଳି କଥା ଶୁଣି ସମସ୍ତେ ହସି ବାକୁ ଲାଗିଲେ।ଅମିତାଭ ବଚ୍ଚନ ଏହା ପରେ ଖେଳ ଆରମ୍ଭ କରିଥିଲେ। ଶିକ୍ଷକ ଜଣକ ପ୍ରଥମେ ଟି କେ ଭୟବିତ ହୋଇ ଯାଇଥିଲେ।
ଏହା ପରେ ସେ ନିଜ ସାହାସ ବଳ ରେ ଖେଳ ଆରମ୍ଭ କରିଥିଲେ।ସେ ୫୦ ଲକ୍ଷ ଟଙ୍କା ପାଇଁ ଖେଳୁ ଥିଲେ।ହେଲେ ଏଥିରେ ଥିବା ପ୍ରଶ୍ନ ର ସେ ସଠିକ୍ ଉତ୍ତର ଜାଣି ନ ଥିଲେ।ଯାହା ଫଳ ରେ ସେଠାରେ ସେ ଖେଳ କୁ ବନ୍ଦ କରି ଦେଇ ଥିଲେ।
ସେ ମାତ୍ର ୨୫ ଲକ୍ଷ ଟଙ୍କା ଜିତି ଥିଲେ।ଯଦି ସେ ୫୦ ଲକ୍ଷ ଟଙ୍କା ପାଇଁ ଖେଳି ଥାନ୍ତେ ତେବେ ହାରି ଯାଇଥିଲେ ଏକାଥରେ ୩ ଲକ୍ଷ ଟଙ୍କା କୁ ଖସି ଯାଇ ଥାଆନ୍ତେ।ସେଥିପାଇଁ ଏହି ମ୍ୟାଚ୍ କୁ ସେ ନ ଖେଳି ଚାଲି ଆସିଥିଲେ।