Nov 28, 2023, 10:50 IST

କାର୍ତ୍ତିକ ମାସ ରେ ବିଜେଡି ରେ ଯୋଗ ଦେଲେ କାର୍ତ୍ତିକ (ପାଣ୍ଡିଆନ୍), ଏବେ ବିରୋଧୀ ମାନେ ହେଲେ ଚୁପ୍

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଜେଡ଼ି ରେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ।5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ହେଉଛନ୍ତି ଭିକେ ପାଣ୍ଡିଆନ । ସେ ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ହିଁ ବିଜେଡ଼ି ରେ ସାମିଲ ହୋଇଛନ୍ତି।
Special Report
ଏହା ବିଜେଡ଼ି କୁ କେତେ ଫାଇଦା ଦେବ ତାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହିଁ ପାଣ୍ଡିଆନ ଙ୍କୁ ତାଙ୍କର ଦଳକୁ ସ୍ବାଗତ କରିଥିଲେ।
ଏବେ ବିଧିବଦ୍ଧ ଭାବରେ ବିଜେଡ଼ି ରେ ସେ କାମ ଆରମ୍ଭ କରିଛନ୍ତି। ନବୀନ ନିବାସ ରେ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତି ରେ ହିଁ ସେ ବିଜେଡ଼ି ରେ ଯୋଗ ଦେଇଛନ୍ତି।
ସେ ତାଙ୍କର ଚାକିରୀ ରୁ ସ୍ଵେଚ୍ଛାକୃତ ଭାବରେ ଅବସର ନେବା ପରେ ତାଙ୍କୁ 5T ଓ ନବୀନ ଓଡ଼ିଶାର ଅଧକ୍ଷ ଭାବରେ ନିଯୁକ୍ତି ଦିଆଯାଇ ଥିଲା। ସେ ସିଧା ସଳଖ ମୂଖ୍ୟମନ୍ତ୍ରୀ ଙ୍କ ଅଧୀନରେ ହିଁ କାମ କରୁଥିଲେ। ଏହା ସହ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମଧ୍ଯ ମିଳିଥିଲା।
Special Report
ଏହାପର ଠାରୁ ପାଣ୍ଡିଆନ ଙ୍କ ଉପରେ ହିଁ ରାଜ୍ୟବାସୀ ଙ୍କ ନଜର ଥିଲା। ସୋମବାର ଦିନ ସକାଳେ ବିଜେଡିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରେ ବରିଷ୍ଠ ନେତା ମାନଙ୍କ ଉପସ୍ଥିତି ରେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଛନ୍ତି।
ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ରାଜ୍ଯ ରାଜନୀତି ସରଗରମ ହୋଇ ଯାଇଛି। ଆଗକୁ ପାଣ୍ଡିଆନ ଙ୍କୁ କେଉଁ ବଡ଼ ଦାୟିତ୍ଵ ମିଳିବ ତାହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।
ପାଣ୍ଡିଆନ ଆମ ରାଜ୍ୟର ନିଶ୍ଚିତ ଭାବରେ ଉନ୍ନତି କରିବେ ବୋଲି ସମସ୍ତଙ୍କ ଆଶା ଅଛି। ଏହା ସହ ସମସ୍ତେ ମଧ୍ଯ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହା ଦ୍ବାରା ବିରୋଧୀ ଙ୍କ ମୁହଁ ମଧ୍ୟ ବନ୍ଦ ହୋଇ ଯାଇଛି।
କାରଣ ସେ ଯାହା ସନ୍ଦେହ କରୁଥିଲେ ତାହା ହିଁ ହୋଇଛି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement