Updated: Dec 2, 2023, 08:07 IST

ମା କଙ୍କାଳ ସହ ରହୁଥିଲେ ଦୁଇ ଝିଅ ଦେଖନ୍ତୁ ସାମ୍ନାକୁ ଆସିଲା ଭୟଙ୍କର ରହସ୍ୟ ସତ ସାମ୍ନାକୁ ଆସିଲା ପରେ ହେଲା ଏମିତି.....

Special Report

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବାରଣାସୀରୁ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ଦୁଇ ଜଣ ଝିଅ ନିଜ ମା’ର ମୃ-ତ୍ୟୁ ହେବା ପରେ ମଧ୍ୟ ଶବର ଅନ୍ତିମ ସଂସ୍କାର ନକରି ଶ-ବକୁ ଘରେ ଲୁଚାଇ ରଖିଥିଲେ। ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କ ମା’ର ଶବକୁ ଘରେ ସେହିପରି ପକାଇ ରଖିଥିଲେ।
Special Report
ଏତେ ଦିନ ଶ-ବ ଘରେ ରହିବା ଫଳରେ ଶ-ବ କଙ୍କାଳ ହୋଇ ଯାଇଥିଲା। କିନ୍ତୁ ଝିଅମାନେ ଶ-ବର ଅନ୍ତିମ ସଂସ୍କାର କରିନଥିଲେ। ଏହି ସମୟ ମଧ୍ୟରେ ସେମାନେ ଘରେ ଜନ୍ମଦିନ ପାଳନ କରିବା ସହ ଅନ୍ୟାନ୍ୟ ପର୍ବକୁ ମଧ୍ୟ ପାଳନ କରୁଥିଲେ। ତେଣୁ ପାଖ ପଡ଼ୋଶୀଙ୍କୁ ମଧ୍ୟ ମହିଳାଙ୍କ ମୃ-ତ୍ୟୁ ବିଷୟରେ କୌଣସି ସନ୍ଦେହ ନଥିଲା। 
ଦୁଇ ଝିଅ ପ୍ରଧାନ ମନ୍ତ୍ରୀ ଅନ୍ନ ଯୋଜନା ଏବଂ ମା’ର ସୁନାଗହଣା ବିକ୍ରି କରି ଯେଉଁ ଟଙ୍କା ପାଉଥିଲେ ସେଥିରେ ଘର ଖର୍ଚ୍ଚ କରୁଥିଲେ। ସୁନା ଗହଣା ବିକ୍ରି କରି ଯାହା ଟଙ୍କା ପାଇଥିଲେ ସେ ସବୁ ସରିବା ପରେ ପଲ୍ଲଭି ଏବଂ ବୈଷ୍ଣବୀ ଗତ ତିନି ଚାରି ଦିନ ଧରି ପଡ଼ୋଶୀଙ୍କ ଘରୁ ଖାଦ୍ୟ ମାଗି ଖାଉଥିଲେ।
Special Report
ଏନେଇ ପଡ଼ୋଶୀଙ୍କୁ ସନ୍ଦେହ ହେଲା ଏବଂ ସେମାନେ ଝିଅମାନଙ୍କ ସମ୍ପର୍କୀୟକୁ ଖବର ଦେଇଥିଲେ। ଖବର ପାଇ ସମ୍ପର୍କୀୟମାନେ ଘରେ ପହଞ୍ଚିଥିଲେ। ଆଉ ଘର ଖୋଲିବା ପରେ ଯେଉଁ ଦୃଶ୍ୟ ଦେଖିଥିଲେ ତାପରେ ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଦୁଇ ଜଣ ଝିଅ ମା’ର କଙ୍କାଳ ସହ ରହୁଥିବା ଦେଖିବାକୁ ପାଇଥିଲେ ସମ୍ପର୍କୀୟ। 
ଏସବୁ ଦେଖିବା ପରେ ସମ୍ପର୍କୀୟମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ-ବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି। ପୋଲିସ ମୃ-ତ ମହିଳାଙ୍କ ଝିଅମାନଙ୍କୁ ଘଟଣା ସମ୍ପର୍କରେ ପଚରା ଉଚୁରା ଜାରି ରଖିଛି।
Special Report
ଶୂନଶାନ ସ୍ଥାନରେ ଥିବା ଏହି ଘରୁ ୫୨ ବର୍ଷିୟ ଉଷା ତ୍ରିପାଠୀଙ୍କ ଶ-ବ ଜବତ କରାଯାଇଛି। ଏହି ଶ-ବ ଗତ ଏକ ବର୍ଷ ଧରିି ଘରେ ପଡ଼ି ରହିଥିଲା। ମହିଳାଙ୍କ ଶବ ସମ୍ପୂର୍ଣ୍ଣ ଭାବେ କଙ୍କାଳ ହୋଇ ଯାଇଥିଲା। ଶ-ବକୁ ଚାଦର ଏବଂ କମ୍ବଳରେ ଘୋଡ଼ାଇ ଝିଅମାନେ ଘରେ ଲୁଚାଇ ରଖିଥିଲେ। 
ତେବେ ପୋଲିସ ଝିଅମାନଙ୍କୁ ପଚରା ଉଚୁରା କରିବା ପରେ ଝିଅମାନେ ମା’ ମୃ-ତ୍ୟୁ ସମ୍ପର୍କରେ କହିଥିଲେ। ଉଷା ତ୍ରିପାଠୀଙ୍କ ମୃ-ତ୍ୟୁ ୨୦୨୨ ମସିହା ୮ ଡିସେମ୍ବରରେ ହୋଇଥିଲା। ତାଙ୍କ ବାପା ଅନେକ ବର୍ଷ ପୂର୍ବରୁ ଘର ଛାଡ଼ି ପଳାଇଥିଲେ।
ଶ-ବରୁ ଆସୁଥିବା ଦୁର୍ଗନ୍ଧକୁ ଲୁଚାଇବା ପାଇଁ ଘରେ ଧୂପ ଏବଂ ଅନ୍ୟାନ୍ୟ ଅତର ବ୍ୟବହାର କରୁଥିଲେ ଦୁଇ ଝିଅ। ତେବେ ଘର ଏକ ନିର୍ଜନ ସ୍ଥାନରେ ଥିବାରୁ ଗନ୍ଧ ବିଷୟରେ ବି ଲୋକମାନଙ୍କୁ ଜଣା ପଡ଼ି ନଥିଲା। ଝିଅମାନଙ୍କର ମାନସିକ ଅବସ୍ଥା ଠିକ୍‌ ନଥିବାରୁ ସେମାନେ ଏପରି କରିଥିବା କୁହାଯାଉଛି।

Advertisement