Dec 14, 2023, 18:26 IST

କାନ୍ଦି କାନ୍ଦି ଦୁଃଖ ବାଖାଣିଲେ ମହିଳା ଦେଖନ୍ତୁ ଅତ୍ୟଧିକ ମଦ୍ୟପାନ କରିଦେଲା ଜୀବନ ନଷ୍ଟ ଆଉ ତା ପରେ ....

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁ ଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଗୋଟିଏ ସ୍ତ୍ରୀ ପାଇଁ ତା ସ୍ବାମୀ କଣ।ହେଲେ ତାର ସ୍ଵାମୀ ଯଦି ତାକୁ ଅଧା ବାଟ ରେ ଛାଡି ଚାଲି ଯିବ ତେବେ ସେ କାହା ପାଖରେ ରହି ନିଜ ଦୁଃଖ ପ୍ରକାଶ କରିବ।
Special Report
ଏହି ଦୁଃଖ କୁ ସେ କେବେ ବି ଭୁଲି ପାରିବ ନାହିଁ।ଆଜି ଆମେ ସେଭଳି ଜଣେ ମହିଳା ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେ ମହିଳା ଜଣକ ଏବେ ଭୁବନେଶ୍ୱର ର ରାସ୍ତା କଡ଼ ରେ ବସି ଫାଷ୍ଟ ଫୁଡ୍ ବିକ୍ରୀ କରୁଛନ୍ତି।
ତାଙ୍କ ଭିତରେ ଏତେ ଦୁଃଖ ଥିଲା ତାହା ଆପଣ ମାନେ ଜାଣିଲେ ଆଖି ରୁ ଲୁହ ଆସି ଯିବ।ସେ ମହିଳା ଜଣକ ଗଣ ମାଧ୍ୟମ ପ୍ରତିନିଧି ଆଗରେ ନିଜ ଦୁଃଖ କଥା ପ୍ରକାଶ କରିଛନ୍ତି।ସେ ବାଣୀ ବିହାର ର ଛାତ୍ରୀ ରେ।
Special Report
ଏମ୍ ଏ ପାସ କରିବା ପରେ ଜଣେ ଅଧ୍ୟାପିକା ହେବାର ସ୍ବପ୍ନ ଦେଖି ଥିଲେ।ହେଲେ ଏହା ନ କରି ପ୍ରେମ କରି ବିବାହ କରି ଦେଇଥିଲେ।ବିବାହ ପରେ ତାଙ୍କ ଜୀବନ କୁ ଯେପରି ସବୁ ଦୁଃଖ ଆସି ଯାଇଥିଲା।
ତାଙ୍କ ସ୍ଵାମୀ ପ୍ରଚୁର ପରିମାଣ ରେ ମଦ ପିଉ ଥିଲେ।ଶେଷ ରେ ସେହି ମଦ ହିଁ ତାଙ୍କ ଜୀବନ ନେଇ ଗଲା।ଏହା ପରେ ମହିଳା ଜଣକ ସମ୍ପୂର୍ଣ୍ଣ ରୂପେ ଏକୁଟିଆ ହୋଇ ଗଲେ।ନିଜ କଷ୍ଟ କୁ ସହି ପାରିଲେ ନାହିଁ।ସାଙ୍ଗ ରେ ଥିଲେ ଛୋଟ ଝିଅ ଟି।
Special Report
ତାକୁ ପାଠ ପଢ଼ାଇବା ପାଇଁ ତା ର ମା ରାସ୍ତା କଡ ରେ ଏବେ ଫାଷ୍ଟ ଫୁଡ୍ ବିକୁଛନ୍ତି।ଏଥିରୁ ଯାହା କିଛି ପାଉ ଛନ୍ତି ସେଥିରେ ସେ ନିଜ ପରିବାର ଚଳାଇ ଛନ୍ତି।ତାଙ୍କର ଏହି ଦୁଃଖ କୁ ଯେ କେହି ଦେଖିଛନ୍ତି ଆଖିରୁ ଲୁହ ଆସି ଯାଉଛି।
ଏହି ମହିଳା ଜଣକ ଏତେ ପାଠ ପଢ଼ି ମଧ୍ୟ ଶେଷ ରେ ଏପରି କାମ କରୁଛନ୍ତି।ନିଜ ପିଲା କୁ ସେ ଭବିଷ୍ୟତ ରେ ଗୋଟିଏ ବଡ ଅଧ୍ୟାପିକା କରିବା ପାଇଁ ସ୍ବପ୍ନ ଦେଖିଛନ୍ତି। ଏବଂ ସେ କହିଛନ୍ତି କି ଆଜି ର ଯୁବକ ମାନେ ମଦ ପିଅନ୍ତୁ ନାହିଁ।ନ ହେଲେ ସବୁ ମହିଳା ମାନଙ୍କ ଅବସ୍ଥା ମୋ ଭଳି ହେବ।

Advertisement