ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
![Special report](https://news38times.com/static/c1e/client/93724/uploaded/bffc42e0c83c36ff7f1939f8b246dd11.jpg)
ଆଉ ନାହାନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି। କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଏନେଇ ପୁରା ପରିବାରରେ ଶୋକର ଛାୟା।
ଦୀର୍ଘଦିନ ହେବ ଅନୁଭବଙ୍କ ବାପା ଅସୁସ୍ଥ ଥିଲେ। ସେ ପାରାଲିସିସ୍ର ଶୀକାର ହେବା ସହିତ କିଛି ଦିନ ତଳେ ଅନୁଭବ ନିଜେ ବାପାଙ୍କ ସର୍ଜରୀ ପାଇଁ ରାଜ୍ୟ ବାହାରକୁ ଯାଇଥିଲେ।
![Special report](https://news38times.com/static/c1e/client/93724/uploaded/9d8dcd64c512f0335bc25da66500a811.jpg)
ଆଉ ଅପରେସନ୍ ମଧ୍ୟ ସଫଳ ହୋଇଥିଲା ଯାହାର ପ୍ରତିକ୍ରିୟା ଅନୁଭବ ଗଣମାଧ୍ୟମ ଆଗରେ ରଖିଥିଲେ। କିନ୍ତୁ ହଠାତ୍ ଆଜି ତାଙ୍କର ଦେହାନ୍ତ ହୋଇଥିବା ଖବର ସାରା ଓଡିଶାରେ ଚହଳ ପକାଇ ଦେଇଛି।
ସୂଚନା ଅନୁସାରେ, ଅଭୟ ଦୀର୍ଘଦିନ ଧରି କିଡନୀ ଜନିତ ସମସ୍ୟା ନେଇ ସେ ଚିକିତ୍ସା ହେଉଥିଲେ। କିଛିଦିନ ତଳେ ଅଭୟଙ୍କ କିଡନୀ ଟ୍ରାନ୍ସପ୍ଲାଟ ମଧ୍ୟ କରାଯାଇଥିଲା। ଏନେଇ ଅଭିନେତା ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ।
![Special report](https://news38times.com/static/c1e/client/93724/uploaded/9ecb0bfff1f283ecf6e1747842172f8e.jpg)
ଏଥିସହ ଅଭିନେତା ନିଜ ବାପାଙ୍କ ସୁସ୍ଥତା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ। ତେବେ ସତଚେଷ୍ଟା ସତ୍ତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ। ଶେଷରେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଛନ୍ତି।
ଭୁବନେଶ୍ୱରରେ ଦେହାନ୍ତ ପରେ କଟକ ଚୌଧୁରୀ ବଜାର ସ୍ଥିତ ବାସଭବନରେ ଅଭୟଙ୍କ ପାର୍ଥିବ ଶରୀର ନିଆଯାଇଥିଲା। ସମ୍ପର୍କୀୟଙ୍କ ସମେତ ଇଣ୍ଡଷ୍ଟ୍ରିର ବହୁ କଳାକାର ତାଙ୍କର ଶେଷ ଦର୍ଶନ କରିଛନ୍ତି।
ଏହି ସମୟରେ ଦୁଇ ପୁଅ ଅନୁଭବ ଏବଂ ଅନୁପ୍ରାସଙ୍କ ସମେତ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି। ସେପଟେ କଳାକାର ସମେତ ମାନଗଣ୍ୟ ବ୍ୟକ୍ତି ଅଭୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି।