ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯୁଗ ସହିତ ସମୟ ମଧ୍ୟ ବହୁତ ଆଗକୁ ଯାଇଛି। ହେଲେ ଏବେ ବି ଲୋକଙ୍କର ମାନସିକତା ବଦଳିନାହିଁ। ଆଜି ବି ରହିଛି ଯୌ-ତୁ-କ ପ୍ରଥା। ଯୌ-ତୁ-କ ପାଇଁ ଅନେକ ଝିଅ ଜୀବନ ହରାଉଛନ୍ତି।

ଏମିତି କିଛି ଘଟଣା ଘଟିଛି ଭୁବନେଶ୍ବର ଏୟାର ଫିଲ୍ଡ ଥାନା ପୁନାମା ଗେଟ୍ ନିକଟରେ। କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରିୟଙ୍କା ମିଶ୍ର ଅଢ଼େଇ ବର୍ଷ ତଳେ ପୁରୁଣା ଭୁବନେଶ୍ବର ଅଞ୍ଚଳର ସୁରଜ ଦାସଙ୍କୁ ବିବାହ କରିଥିଲେ।
ବିବାହର କିଛିଦିନ ସବୁ ଠିକ୍ ଚାଲିଥିଲା। ହେଲେ ତାପରେ ଆରମ୍ଭ ହୋଇଥିଲା ଯୌ-ତୁ-କ ଜନିତ ନି-ର୍ଯ୍ୟା-ତନା। ତେବେ ପରେ ଶ୍ବଶୁର ଘର ଲୋକ ୫ଲକ୍ଷ ଟଙ୍କା ଯୌ-ତୁ-କ ଆଣିବା ପାଇଁ ପ୍ରିୟଙ୍କାଙ୍କ ଉପରେ ଚାପ ପକାଇଥିଲେ।

ସେଥିପାଇଁ ବିଭିନ୍ନ ସମୟରେ ମା-ନ-ସି-କ ଓ ଶା-ରୀ-ରି-କ ନିର୍ଯାତନା ବି ଦେଉଥିଲେ। ନି-ର୍ଯା-ତ-ନା ସୀମା ଟପିବା ପରେ ପ୍ରିୟଙ୍କା ତାଙ୍କ ବାପା ବିଦ୍ୟାଧର ମିଶ୍ରଙ୍କୁ ଜଣାଇଥିଲେ।

ହେଲେ ସୋମବାର ସନ୍ଧ୍ୟାରେ ଶାଶୂ ପ୍ରିୟଙ୍କାଙ୍କ ମାମୁ ରଂଜନ ତ୍ରିପାଠୀଙ୍କୁ ଫୋନ୍କରି କହିଥିଲେ, ‘‘ତମ ଭାଣିଜୀ ଆ-ତ୍ମ-ହ-ତ୍ୟା କରିଛି।’’ ଏହା ଶୁଣି ପରିବାର ଲୋକ ରାତାରାତି ଆସି ପୁରୁଣା ଭୁବନେଶ୍ବରରେ ପହଞ୍ଚିଥିଲେ। ସେମାନେ ଆସିବା ବେଳକୁ ପ୍ରିୟଙ୍କାଙ୍କୁ ତଳେ ଶୁଆଇ ଦିଆ ଯାଇଥିଲା।
ତାଙ୍କ ବେକରେ ଏକ ରଶିର ଦାଗ ଥିଲା। ସେମାନେ ତୁରନ୍ତ ପୁଲିସକୁ ଫୋନ୍କରି ଘଟଣା ବିଷୟରେ ଜଣାଇଥିଲେ। ପ୍ରିୟଙ୍କାଙ୍କୁ ହ-ତ୍ୟା କରାଯାଇଥିବା ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ପ୍ରିୟଙ୍କାଙ୍କ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ସୂରଜ ସବୁବେଳେ ଜାଗା ପାଇଁ ପ୍ରିୟଙ୍କା ନିକଟରେ ଦାବି କରିଆସୁଥିଲେ। ମାତ୍ର ପରିବାର ଲୋକ ନ ଦେବାରୁ ସେ ପ୍ରିୟଙ୍କାଙ୍କୁ ନି-ର୍ଯ୍ୟା-ତ-ନା ଦେବା ଆରମ୍ଭ କରିଦେଇଥିଲେ।
ଏପରିକି ଏହାକୁ ନେଇ ଶେଷରେ ପ୍ରିୟଙ୍କାଙ୍କୁ ମାରିବାକୁ ବି ପଛାଇନଥିଲେ ଶାଶୁଘର ଲୋକ। ଏନେଇ ଥାନାରେ ଏତଲା ଦେଇଛନ୍ତି ପ୍ରିୟଙ୍କା ପରିବାର ଲୋକ। ଅଭିଯୋଗ ଅନୁଯାୟୀ ପୋଲିସ ସ୍ବାମୀ ସୁରଜ ଦାସଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।