Nov 16, 2023, 11:32 IST

ଜୀବିତ ଝିଅ ର ପିଣ୍ଡ ଶ୍ରାଦ୍ଧ କରିଥିବା ବ୍ରାହ୍ମଣ କୁ ଚରିଆଡୁ ସମାଲୋଚନା ହେବା ପରେ ସାମ୍ନା କୁ ଆସି କହିଲେ ବ୍ରାହ୍ମଣ : ଆରେ ସେ ପିଣ୍ଡ ନୁହେଁ ତ୍ୟାଗ ହୋମ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସୋସିଆଲ ମିଡ଼ିଆ ରେ ଏକ ଘଟଣା ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଗୋଟେ ୧୮ ବର୍ଷୀୟ ଯୁବତୀ ତାଙ୍କର ପ୍ରେମିକ ସହ ଫେରାର ହୋଇ ଯାଇଥିଲେ।
Special report
ଆଉ ଏହାପରେ ତାଙ୍କର ବାପା ଝିଅଟିର ଶୁଦ୍ଧିକ୍ରିୟା କରିଥିବା ଘଟଣା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେଉଥିଲା। ହେଲେ ଏନେଇ ଏବେ ଯେଉଁ ବ୍ରାହ୍ମଣଙ୍କ ଦ୍ବାରା ସେ ସବୁ କାର୍ଯ୍ୟ କରାଯାଇ ଥିଲା,
ସେ ଏବେ ଏନେଇ ତାଙ୍କର ମୁହଁ ଖୋଲିଛନ୍ତି। ତାଙ୍କର ଘର ଲୋକ କହିଛନ୍ତି କି ଝିଅଟି ଯେଉଁ ପିଲାଟି ସହ ପଳାଇ ଯାଇଛି ସେ ହେଉଛି କୈବର୍ତ୍ତ ଘରର। ଆଉ ଯୁବତୀ ଜଣକ ତାଙ୍କର ଟିଉସନ୍ ସାର୍ ଙ୍କ ସହ ଫେରାର ହୋଇ ଯାଇଥିଲେ।
ଏହାପରେ ଯୁବତୀଙ୍କ ଘର ଲୋକ କହିଥିଲେ କି ତାଙ୍କ ଝିଅ ଅନ୍ୟ ଏକ ପିଲା ସହ ପଳାଇ ଯାଇଛି ସେଥିପାଇଁ ସେ ତାଙ୍କର ଝିଅକୁ ତ୍ୟାଗ କରିବାକୁ ଚାହୁଁଛନ୍ତି। ଆଉ ଏହାପରେ ବ୍ରାହ୍ମଣ ସେଠାକୁ ଆସିଥିଲେ।
Special report
ଆଉ ବ୍ରାହ୍ମଣ ଜଣକ ଏହା କହିଥିଲେ କି ଜୀବିତ ଲୋକ ମାନଙ୍କର କେବେ ହେଲେ ମଧ୍ୟ ପିଣ୍ଡ କରାଯାଇ ନଥାଏ। ସେଠାରେ ପିଣ୍ଡ ପଡି ନାହିଁ କି ଦଶ ଘାଟ ମଧ୍ୟ ହୋଇ ନାହିଁ। କେବଳ ସେଠାରେ ତ୍ୟାଗୀ ହୋମ ହିଁ ହୋଇଛି।
ଏହାର ଅର୍ଥ ହେଉଛି କି ସେ ତାଙ୍କର ଝିଅଙ୍କୁ ସବୁ ଦିନ ପାଇଁ ତ୍ୟାଗ କରିଲେ। ଆଉ ଯେମିତି ଛୋଟ ଛୋଟ ପିଲାଙ୍କ ପାଇଁ ମାନସିକ କରି ଚୁଟି ପକାନ୍ତି ସେଭଳି ସେ ତାଙ୍କର ଝିଅ ପାଇଁ ମଧ୍ୟ ଚୁଟି ପକାଇଲେ।
ସେ କହିଥିଲେ କି ୧୮ ବର୍ଷ ପର୍ଯ୍ୟନ୍ତ ସେ ତାଙ୍କର ଝିଅକୁ ପାଳି ଥିଲେ । ହେଲେ ତାଙ୍କର ଝିଅ ତାଙ୍କ କଥା ଶୁଣି ନଥିଲେ। ଏହାପରେ ସେଥିପାଇଁ ସେ ଶ୍ରଦ୍ଧାରେ ଚୁଟି ପକାଇଛନ୍ତି।
ଆଉ ଶୁଦ୍ଧିକ୍ରିୟା କିଛି ହୋଇ ନାହିଁ ବୋଲି ମଧ୍ୟ ବ୍ରାହ୍ମଣ ଜଣକ ସଫା ସଫା ଏହା ମନା କରି ଦେଇଛନ୍ତି। କାରଣ ପିଣ୍ଡ ଓ ଦଶ ଘାଟ ହୋଇ ନାହିଁ। ତେବେ ବ୍ରାହ୍ମଣ ଙ୍କ ଠାରୁ ଏହି କଥା ଶୁଣିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement