ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ଖବର ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ପାଞ୍ଚ ମାସର ଗ-ର୍ଭ-ବ-ତୀ ସ୍ତ୍ରୀ ଆଗରେ ସ୍ୱାମୀକୁ ହାଣି ଦେଇଛି ଶଶୁର। ସେପଟେ ଝିଅ ଭଲପାଇ ବିବାହ କରି ଥିବାରୁ ଜ୍ବାଇଁ ଉପରେ ପୁରୁଣା ରାଗ ରଖିଥିଲା ଶଶୁର।

ଆଉ ଶେଷରେ ନିଜର ଗ-ର୍ଭ-ବ-ତୀ ଝିଅ ଆଗରେ ହିଁ ତାର ସ୍ୱାମୀ ଙ୍କୁ ହାଣି ହାଣି ଜୀବନରୁ ମାରିଦେଲା ବାପା। ସ୍ୱାମୀ ଙ୍କ ନାମ ପ୍ରଣୟ ହୋଇଥିବା ବେଳେ ସ୍ତ୍ରୀ ର ନାମ ହେଉଛି ଅମୃତା।
ପ୍ରଣୟ ଓ ଅମୃତା ଦୁହେଁ କଲେଜ୍ ରେ ପଢିବା ସମୟରେ ହିଁ ଦୁହିଁଙ୍କ ପ୍ରେମରେ ପଡ଼ି ଯାଇଥିଲେ।ଦୁହେଁ ମଧ୍ୟ ଗୋଟିଏ କଲେଜ୍ ରେ ଏମବିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ପ୍ରଣୟ ଜଣେ ମଧ୍ୟବିତ୍ତ ପରିବାରର ପୁଅ ହୋଇଥିବା ବେଳେ
ଅମୃତା କିନ୍ତୁ ଜଣେ ଧନୀ ଶ୍ରେଣୀର ଝିଅ ଥିଲେ। ଅମୃତା ଙ୍କ ବାପାଙ୍କ ଧନ ସଂପତ୍ତି ଗାଡ଼ି ବଙ୍ଗଳା କେଉଁଥିରେ ମଧ୍ଯ କମି ନଥିଲା। ହେଲେ ଏତେ ସବୁ ସମ୍ପତ୍ତି ପ୍ରଣୟର ଭଲପାଇବା ଆଗରେ ଅମୃତା ପାଇଁ କମ୍ ଥିଲା।

ଏହାପରେ ଅମୃତା ପ୍ରଣୟଙ୍କ ପ୍ରେମରେ ଏତେ ପାଗେଳି ହୋଇ ଯାଇଥିଲେ କି ସେ ପ୍ରଣୟ କୁ ବିବାହ କରିବାକୁ ମଧ୍ଯ ଜିଦି ଧରି ବସିଥିଲେ। ହେଲେ ଅମୃତା ର ବାପା ଜଣେ ମଧ୍ୟବିତ୍ତ ପରିବାର ର ପୁଅ କୁ ନିଜ ଜ୍ବାଇଁ କରିବା ପାଇଁ ସିଧା ସିଧା ମନା କରି ଦେଇଥିଲେ।
ଏହାପରେ ଅମୃତା କାହାକୁ କିଛି ନଜଣାଇ ଅମୃତା ମନ୍ଦିରରେ ପ୍ରଣୟଙ୍କୁ ବିବାହ କରି ସବୁଦିନ ପାଇଁ ତାଙ୍କ ଘରକୁ ଚାଲି ଯାଇଥିଲେ। ଦୁହେଁ ବେଶ ଖୁସୀରେ ମଧ୍ୟ ଥିଲେ।
ଏହାପରେ ଯେତେବେଳେ ଅମୃତା ଜାଣିଥିଲେ କି ସେ ମାଆ ହେବାକୁ ଯାଉଛନ୍ତି ସେତେବେଳେ ସେ ଆଉ ପ୍ରଣୟ ଖୁବ ଖୁସୀ ହୋଇ ଯାଇଥିଲେ। ହେଲେ ମେଡିକାଲ କୁ ଚିକିତ୍ସା ପାଇଁ ପ୍ରଣୟ ,
ଅମୃତାଙ୍କୁ ନେଇ ଯାଉଥିବା ବେଳେ ତାଙ୍କ ବାପା କିପରି ଜାଣି ଦେଇଥିଲେ କି ଅମୃତା ମାଆ ହେବାକୁ ଯାଉଛନ୍ତି। ଏହାପରେ ସେ ଲୋକ ଲଗାଇ ଅମୃତା ଆଗରେ ହିଁ ତାଙ୍କର ସ୍ୱାମୀ ପ୍ରଣୟ ଙ୍କୁ ହାଣି ଜୀବନରୁ ମାରି ଦେଇଥିଲେ।