Oct 7, 2023, 16:16 IST

ଝିଅ କୁ ଭୁବନେଶ୍ୱର ପଠେଇ ବହୁତ୍ ବଡ଼ ଭୁଲ୍ ଟେ କରିଦେଲି, ମୋ ଝିଅ ଭଳିଆ ଆଉ ଯାହା ସହ ଏମିତି ନ ହେଉ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ବହୁତ ଦୂର ରୁ ପାଠ ପଢିବା ପାଇଁ ଝିଅ ମାନେ ଓଡ଼ିଶା ଆସୁଛନ୍ତି।ହେଲେ ତାଙ୍କ ସହିତ ଏପରି କିଛି ଘଟଣା ଘଟୁଛି ଯେଉଁଥି ପାଇଁ ସେମାନେ ମୃ-ତ୍ୟୁ ର ରାସ୍ତା ବାଛି ନେଉଛନ୍ତି।
Special report
ଆଜି ଆମେ ଏଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି ଭୁବନେଶ୍ୱର ର ଭରତପୁର ଥାନା ଅଞ୍ଚଳ ରେ।ଏଠାରେ ଜଣେ ଡାକ୍ତରୀ ଛାତ୍ରୀ ରୁମ୍ ଭିତରେ ଆ-ତ୍ମ-ହ-ତ୍ୟା କରିଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ମୃଣାଳି ଦାସ ଙ୍କ ଘର ହେଉଛି ପଶ୍ଚିମବଙ୍ଗ ରେ।ଅଧିକ ରୁ ଅଧିକ ପାଠ ପଢ଼ିବା ପାଇଁ ତାଙ୍କ ମନ ରେ ରହିଥିଲା ପ୍ରବଳ ଆଗ୍ରହ।ସେଥିପାଇଁ ସେ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲ କଲେଜ ରେ ଡେଣ୍ଟିଷ୍ଟ ଭାବେ ନାମ ଲେଖାଇ ଥିଲେ।
କିଏ ଜାଣି ଥିଲା ସେଠାରେ ତାଙ୍କ ସହିତ ଏପରି କିଛି ଘଟିବ।ଯେଉଁଥିପାଇଁ ତାଙ୍କ ଜୀବନ ଚାଲି ଯିବ।ଘଟଣା ଦିନ ରାତି ରେ ଝିଅ ଟି ନିଜ ମା ଙ୍କ ସହିତ ଭଲ ସେ କଥା ହୋଇ ଥିଲା।ହେଲେ ତାର କୌଣସି ସମସ୍ୟା ବିଷୟ ରେ ମା ଙ୍କୁ ଜଣାଇ ନ ଥିଲା।
Special report
ଏହା ଫୋନ୍ କାଟି ଦେଇଥିଲା।ଏହା ର ପରଦିନ ସକାଳୁ ହଷ୍ଟେଲ ରୁମ୍ ଭିତରୁ ମୃଣାଳି ଙ୍କ ମୃ-ତ ଦେହ ମିଳି ଥିଲା।କଲେଜ ର କିଛି କର୍ମଚାରୀ ଏ ବିଷୟ ରେ ସୂଚନା ପାଇଁ ପୋଲିସ କୁ ଖବର ଦେଇଥିଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝିଅ ର ପରିବାର ଲୋକ ଙ୍କୁ ଏ ବିଷୟ ରେ କୁହା ଯାଇଥିଲା।ଏହି ଘଟଣା ଶୁଣିବା ପରେ ତାଙ୍କ ପରିବାର ଆଖି ରୁ ଲୁହ ଶୁଖି ନାହିଁ।ତାଙ୍କ ବାପା କହିଛନ୍ତି କି ମୁଁ ଝିଅ କୁ ଭୁବନେଶ୍ୱର ପଠାଇ ବହୁତ ବଡ ଭୁଲ କରି ଦେଲି।
ଯା ପଢ଼ିବାର ଥିଲା ସେହି ଠାରେ ପଢି ଥିଲେ ଭଲ ହୋଇ ଥାନ୍ତା। ଏବଂ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଝିଅ ର ଅନ୍ୟ କାହା ସହିତ କିଛି ବି ସମ୍ପର୍କ ନ ଥିଲା।ଝଗଡ଼ା ବି କାହା ସହିତ ସେ କରନ୍ତି ନାହିଁ।ଏହା ପରେ ପୋଲିସ ଝିଅ ର ଶବ କୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଦେଇଛି।ଓ ଘଟଣା ର ତଦନ୍ତ ଜାରି ରଖିଛି।

Advertisement