ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବଙ୍ଗୋପସାଗର ରେ ଏକ ବଡ ଲଘୁଚାପ ସୃଷ୍ଟି ହୋଇଛି।ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ନାହିଁ।ହେଲେ ଗତ କାଲି ଠାରୁ ବର୍ଷା ର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଏହାକୁ ଦୃଷ୍ଟି ରେ ରଖି ସମସ୍ତଙ୍କୁ ସତର୍କ ରହିବା ପାଇଁ କୁହା ଯାଇଛି।ଏବେ ପାର୍ବଣ ଋତୁ ଚାଲିଛି।ଜଗତ ଜନନୀ ମା ଦୁର୍ଗା ଙ୍କ ପୂଜା ବଡ ଧୁମ୍ ଧାମରେ ରେ ପାଳିତ ହେଉଛି।ବିଭିନ୍ନ ପୂଜା ମଣ୍ଡପ ରେ ଲୋକ ଙ୍କ ଭିଡ ଦେଖିବାକୁ ମିଳୁଛି।
ବହୁ ସୁନ୍ଦର ଭାବେ ପୂଜା ମଣ୍ଡପ ର ଗେଟ୍ ଗୁଡ଼ିକ ତିଆରି କରା ଯାଇଛି।ହେଲେ ଆଗରୁ ବର୍ଷା ଥିବାରୁ ସମସ୍ତଙ୍କ ମନ ରେ ଆଶଙ୍କା ସୃଷ୍ଟି ହୋଇଛି।ଆଗରୁ ବର୍ଷା ନ ଥିବାରୁ ପୂଜା ମଣ୍ଡପ ର କର୍ମୀ ମାନେ ଏତେ ଦୃଢ଼ତା ର ସହିତ ଗେଟ୍ ଗୁଡ଼ିକ ତିଆରି କରି ନ ଥିଲେ।

ଏବେ ଜୋର୍ ରେ ବର୍ଷା ହେଲେ କାଳେ ସେହି ଗେଟ୍ ଗୁଡ଼ିକ ଭାଙ୍ଗି ଯିବ ସେଥିପାଇଁ ସମସ୍ତଙ୍କର ମନ ରେ ଭୟ ରହିଛି।ସେଥିପାଇଁ ଲୋକ ମାନଙ୍କୁ ଏବେ ଠାରୁ ସଚେତନ କରା ଯାଉଛି।
ବିଶେଷ କରି ପୂଜା ମଣ୍ଡପ କୁ ଯାଉଥିବା ଲୋକ ମାନଙ୍କୁ ଅଧିକ ସାବଧାନ କରା ଯାଉଛି।କାରଣ ପୂଜା ମଣ୍ଡପ ରେ ଥିବା ଗେଟ୍ ଗୁଡ଼ିକ କିପରି ବର୍ଷା ପବନ କୁ ସହ୍ୟ କରି ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଏଗୁଡ଼ିକ ବାତ୍ୟା ର ପବନ ଓ ବର୍ଷା ର ପ୍ରଭାବ ରେ ଭାଙ୍ଗି ଯାଇ ପାରେ।ଲୋକ ଙ୍କୁ ଟିକେ ସାବଧାନତା ର ସହିତ ସେଠାକୁ ଯିବା ଉଚିତ।ନହେଲେ ବହୁତ ବଡ ଅଘଟଣ ଘଟି ପାରେ।କାଲି ଠାରୁ ବର୍ଷା ର ପରିମାଣ ବଢି ପାରେ ବୋଲି କୁହା ଯାଉଛି।
ସୂଚନା ଅନୁସାରେ ବଙ୍ଗୋପସାଗର ରେ ଏକ ବଡ ଲଘୁଚାପ ସୃଷ୍ଟି ହୋଇଛି।ଓଡ଼ିଶା ରେ ଏହାର କୌଣସି ପ୍ରଭାବ ନାହିଁ।ବାଂଲାଦେଶ ଉପକୂଳ ରେ ଏହି ବାତ୍ୟା ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।