Nov 14, 2023, 12:11 IST

ଯାତ୍ରା କୁ ଅଧା ରୁ ବନ୍ଦ୍ କରିଦେଲେ କୋଶଳ ସେନା : କୌଣସି କଟକିଆ ଙ୍କ ଯାତ୍ରା ଆମେ ଏଠି ଚଲେଇ ଦବୁନି

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଓଡ଼ିଶା ବିଭାଜନ ହେବା କଥା ଧୀରେ ଧୀରେ ବଢିବାରେ ଲାଗୁଚି।କୋଶଳ ସେନା ମାନେ ପଶ୍ଚିମ ଓଡ଼ିଶା ରେ ସମସ୍ତ ଓଡ଼ିଆ ଚଳଚ୍ଚିତ୍ର ଓ ଅପେରା କୁ ଏବେ ବନ୍ଦ କରି ଦେଇଛନ୍ତି।
Special report
ଏହାକୁ ନେଇ ବିବାଦ ଧୀରେ ଧୀରେ ବଢିବାରେ ଲାଗୁଛି।ନିକଟ ରେ ପଶ୍ଚିମ ଓଡ଼ିଶା ରେ ପ୍ରଥା ଚଳଚ୍ଚିତ୍ର ଟି ରିଲିଜ୍ ହୋଇ ଥିଲା।ହେଲେ ଏହି ଫିଲ୍ମ କୁ ଦର୍ଶକ ମାନଙ୍କୁ ଦେଖିବାକୁ ଦେଇ ନ ଥିଲେ କୋଶଳ ସେନା।ସେମାନେ ଅଭିନେତା ମନୋଜ ମିଶ୍ର ଙ୍କ ସମର୍ଥକ।
ଓ ପଶ୍ଚିମ ଓଡ଼ିଶା ରେ କେବଳ ମନୋଜ ମିଶ୍ର ଙ୍କ ଫିଲ୍ମ ଚାଲିବ ବୋଲି ସେମାନେ କହିଛନ୍ତି।ନିକଟ ରେ ବଲାଙ୍ଗୀର ର ସଇଁତଲା ପଞ୍ଚାୟତ ରେ ଏକ ଯାତ୍ରା ଦଳ ଯାତ୍ରା କରିବା ପାଇଁ ଆସିଥିଲେ।
ଏହାକୁ ଦେଖିବା ପାଇଁ ଅନେକ ଲୋକ ଆସିଥିଲେ।ହେଲେ ହଟାତ କୋଶଳ ସେନା ର ସମର୍ଥକ ମାନେ ସେଠାରେ ପହଞ୍ଚି ଥିଲେ।ଏହା ପରେ ସେମାନେ ଯାତ୍ରା ପେଣ୍ଡାଲ କୁ ଭାଙ୍ଗି ଦେଇଥିଲେ।
Special report
ପଶ୍ଚିମ ଓଡ଼ିଶାର ରେ କଟକିଆ ଅପେରା ଫିଲ୍ମ ଚାଲି ପାରିବ ନାହିଁ ବୋଲି ସେମାନେ କହିଥିଲେ।ଓ ଯାତ୍ରା ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ସେ ଷ୍ଟେଜ ରୁ ବାହାର କରି ଦେଇଥିଲେ।
ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ଉଠୁଛି ଯେ ଅଭିନେତା ମନୋଜ ମିଶ୍ର କହୁଥିଲେ କି ଓଡ଼ିଶା କୁ ଜାତୀୟ ସ୍ତର ରେ ପହଞ୍ଚାଇବା ପାଇଁ ସେ ସବୁବେଳେ ଚେଷ୍ଟା କରୁଛନ୍ତି।ହେଲେ କଣ ପାଇଁ ତାଙ୍କ ସମର୍ଥକ ଏପରି କରିଛନ୍ତି। କଣ ପାଇଁ ସେ ଏଯାଏଁ ମୁହଁ ଖୋଲି ନାହାନ୍ତି।
ଯେଉଁଥି ପାଇଁ ବିବାଦ ଲାଗି ରହୁଛି।ଏ ଯାଏଁ କୌଣସି କୋଶଳ ସେନା ମାନଙ୍କୁ ପୋଲିସ ଗିରଫ କରି ନାହିଁ।ଯଦି ଏପରି ହୁଏ ତେବେ କେତେ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜୀବିକା ହରାଇ ବସିବେ।ସରକାର ଏହାକୁ ଗୁରୁତର ସହିତ ନିଅନ୍ତୁ।ଓ ଲୋକ ଙ୍କୁ ସାହାର୍ଯ୍ୟ କରନ୍ତୁ।

Advertisement