Updated: Jan 31, 2024, 08:36 IST

ନିଦ ରେ ଶୋଇଥିଲେ ଯନ୍ତ୍ରୀ ହେଲା ଭିଜିଲାନ୍ସ ଚଢ଼ାଉ, ବାହାରିଲା ପୂଳା ପୁଳା ଟଙ୍କା ଆଉ ସୁନା...

Special report

ନମସ୍କାର ପାଠକ ବନ୍ଧୁ।ପୁଣି ଥରେ ଜଣେ କନିଷ୍ଠ ଯନ୍ତ୍ରୀ ଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍।ଆୟ ବହିର୍ଭୁତ ସମ୍ପତି ରଖିବା ଅଭିଯୋଗ ରେ ଭିଜିଲାନ୍ସ ହାତ ରେ ଧରା ପଡିଛନ୍ତି ମାଲକାନଗିରି ଜିଲ୍ଲାର ର କନିଷ୍ଠ ଯନ୍ତ୍ରୀ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଚି।
Special report
ଆମ ଦେଶ ରେ ଏଭଳି ଅନେକ ଲୋକ ଥିବେ ଯାହା ପାଖରେ ଆୟ ବହିର୍ଭୁତ ସମ୍ପତି ଠୁଳ ହୋଇଚି।ତେବେ ଗତ କାଲି ରାତି ରେ ଭିଜିଲାନ୍ସ ଦଳ ମାଲକାନଗିରି ଜିଲ୍ଲାର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି ଙ୍କ ଘରେ ଚଢ଼ାଉ କରିଥିଲା।ସେଠାରେ ଭିଜିଲାନ୍ସ ଦଳ ଅନେକ ଜିନିଷ ଖୋଜା ଖୋଜି କରି ଥିଲେ।
ପ୍ରଥମେ ଭିଜିଲାନ୍ସ ଦଳ ତାଙ୍କ ସରକାରୀ ବାସ ଭବନ କୁ ଯାଞ୍ଚ କରିଥିଲେ।ଏହା ପରେ ତାଙ୍କ ସରକାରୀ ଅଫିସ ରେ ପହଞ୍ଚି ଥିଲେ।ସେଠାରେ ସେ ଏକ ଲକ୍ଷ ରୁ ଅଧିକ ଟଙ୍କା ରଖି ଥିଲେ।ଏହା ପରେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି ଙ୍କୁ ଅନେକ ପ୍ରକାର ପ୍ରଶ୍ନ ପଚରା ଯାଇ ଥିଲା।
ପରେ ତାଙ୍କର ଭୁବନେଶ୍ୱର ରେ ଥିବା ଫ୍ଲାଟ ଓ ବାଲେଶ୍ଵର ରେ ଥିବା ଫ୍ଲାଟ୍ ରେ ଭିଜିଲାନ୍ସ ଚଢ଼ାଉ କରିଥିଲା।ତାଙ୍କ ପାଖରେ ତିରିଶ ଟି ଏଟିଏମ୍ କାର୍ଡ ରହିଥିବା ବେଳେ ଅନେକ ବ୍ୟାଙ୍କ ଖାତା ରହିଥିଲା।ଭିଜିଲାନ୍ସ ଦଳ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି।
Special report
ମାଲକାନଗିରି ସମେତ ନିଜ ଘର ଜଳେଶ୍ଵର ରେ ଥିବା ଏକ ଫ୍ଲାଟ୍ ଓ ପୋଖରୀପୂର୍ ରେ ଥିବା ଶ୍ୱଶୁର ଘର ସମେତ ଛଅ ଟି ସ୍ଥାନ ରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଭଡ଼ା ଘରୁ ଏ ଯାଏଁ ଏକ ଲକ୍ଷ ୨୦ ହଜାର ଟଙ୍କା ନଗଦ ମିଳିଛି।
ଏହା ପରେ ତିରିଶ ଟି ଏଟିଏମ୍ ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ପୋଲିସ।ପୋଲିସ ଏ ଯାଏଁ ମଧ୍ୟ ତଦନ୍ତ ଚାଲୁ ରଖିଛି।ଏବେ ଦେଖିବାକୁ ବାକି ରହିଲା ଆଉ କେତେ ସମୟ ପୋଲିସ କନିଷ୍ଠ ଯନ୍ତ୍ରୀ ଙ୍କ ଘରେ ଚଢ଼ାଉ ଜାରି ରଖିବେ।
ଆଜି ସକାଳ ସମୟ ରେ ଭିଜିଲାନ୍ସ ଦଳ ର ମୁଖ୍ୟ ତଥା ଏସପି ଅରୁଣ କୁମାର ନାୟକ ସଞ୍ଜୟ ଙ୍କ ଘରେ ଚଢ଼ାଉ କରି ଥିଲେ।ଏହା ପରେ ସେଠାରେ ଅନେକ ଜିନିଷ ମିଳିବା ପରେ
ସେ ତାଙ୍କର ଅନ୍ୟ ସ୍ଥାନ ଗୁଡିକ ଉପରେ ଚଢ଼ାଉ କରିଥିଲେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଜଣେ କନିଷ୍ଠ ଯନ୍ତ୍ରୀ ଙ୍କ ଘରେ ଏତେ ଟଙ୍କା ଥାଇ ପାରେ ବୋଲି କେହି ବିଶ୍ବାସ କରି ନ ଥିଲେ।

Advertisement