Jan 28, 2024, 10:57 IST

ଜନ୍ମ ହେଲା ପୁଅ ମିଠା ବାଣ୍ଟି ମରିଗଲେ ବାପା ଦେଖନ୍ତୁ ସାମ୍ନାକୁ ଆସିଲା ହୃଦୟ ବିଦାରକ ଘଟଣା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ବହୁତ କଷ୍ଟଦାୟକ ଅଟେ ।
Special report
ଘରେ ଗୋଟିଏ ଛୁଆଟିଏ ଜନ୍ମ ହେଲେ ପୁରା ପରିବାର ଖୁସି ହୋଇଥାନ୍ତି । ସବୁଠାରୁ ଅଧିକ ଖୁସି ବାପା ହୋଇଥାଏ । କିନ୍ତୁ ଭାଗ୍ୟ ଏଭଳି ଖେଳ ଖେଳିବ ସେକଥା ବା କିଏ ଜାଣିଥିଲା । ଏହି ଘଟଣା ବିଷୟରେ ଯିଏ ଶୁଣୁଛି ସେ କାନ୍ଦି ପକାଉଛି । 
ଜଣେ ପୁଅ ଜନ୍ମ ହେଲା ଆଉ ତାର ବାପା ବହୁତ ଖୁସି ହୋଇଥିଲା । ପୁଅ ହେବା ଖୁସିରେ ବାପା ଜଣକ ମେଡିକାଲ ସାରା ମିଠା ବାଣ୍ଟି ଥିଲା । ଆଉ ଏହାପରେ ସେହି ବାପା ଜଣଙ୍କୁ କିଏ ମାରି ଦେଇଥିବା ଖବର ଆସିଲା । ପୁଅକୁ ମନ ଭରି ବାପା ନ ଦେଖୁଣୁ କିଏ ବାପାର ଜୀବନ ନେଇ ଯାଇଛି ।
Special report
ଏବେ ସେହି ମୃ-ତ ପିତା ଜଣଙ୍କର ଶବ ମେଡିକାଲ ସାମ୍ନାରେ ପଡ଼ିଛି । ଏଭଳି ହୃଦୟ ବିଦାରକ ଆଉ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ସଦର ମହକୁମା ସ୍ଥିତ କିଓର ୱେଲ ଘରୋଇ ହସ୍ପିଟାଲରେ । 
ଏହି ହସ୍ପିଟାଲରେ ଜଣଙ୍କର ଜୀବନ ଯାଇଛି । ଏହି ମୃ-ତ ବ୍ୟକ୍ତି ଜଣକ ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ୍ ବରିକିନା ବରଡିପଡ଼ା ଗ୍ରାମର ଅଟନ୍ତି । ଏହି ବ୍ୟକ୍ତି ଜଣଙ୍କ ନାମ ହେଉଛି ଅରକ୍ଷିତ ବେହେରା ।
Special report
ତାଙ୍କ ସ୍ତ୍ରୀ ସ୍ଵପ୍ନାରାଣୀ ବହେରାଙ୍କର ଦ୍ଵିତୀୟ ପ୍ରସବ ପାଇଁ ତାଙ୍କୁ ମେଡ଼ିକାଲକୁ ନେଇ ଯାଇଥିଲେ । ଶୁକ୍ରବାର ଦିନ ସନ୍ଧ୍ୟାରେ ତାଙ୍କର ସନ୍ତାନ ଜନ୍ମ ହୋଇଥିଲା । ଆଉ ସନ୍ଧ୍ୟାରେ ସ୍ବାମୀ ଅରକ୍ଷିତ ମେଡିକାଲ ସାରା ମିଠା ବାଣ୍ଟି ଥିଲେ । 
ଆଉ ତା ପରଦିନ ସକାଳେ ଦେଖିଲା ବେଳକୁ ଏହି ବ୍ୟକ୍ତି ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି । ଅରକ୍ଷିତ ବେହେରାଙ୍କୁ ଏହି ମେଡ଼ିକାଲରେ ହ-ତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ମୃ-ତ ଅରକ୍ଷିତ ବେହେରାଙ୍କ ପରିବାରଲୋକ କହିବା କଥା ଯେ ତାଙ୍କ ପୁଅ ଜନ୍ମ ହେବା ପରେ କିଛି ମେଡିକାଲ କର୍ମଚାରୀ ଅରକ୍ଷିତଙ୍କୁ ଟଙ୍କା ମାଗିଥିଲେ ।
ଆଉ ସେ ଟଙ୍କା ଦେବାରୁ ମନା କରିବାରୁ ତାଙ୍କୁ ସେମାନେ ମାରି ଦେଇଛନ୍ତି । ଏବେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ସତ୍ୟ କଣ ସାମ୍ନାକୁ ଆସିବ ।

Advertisement