ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାମ୍ବାଦିକା ଙ୍କୁ ଟୁଟୁ ନାୟକ ମାଡ଼ ମାରିବା ଘଟଣାରେ ଏବେ ନିଜେ ସାମ୍ବାଦିକା ଜଣକ ହିଁ ମୁହଁ ଖୋଲିଛନ୍ତି। ସେ କହିଥିଲେ କି ପ୍ରଥା ର ରିଲିଜ୍ ଡେଟ୍ ଥିଲା ଆଉ ସେ ମଧ୍ୟ ସେଠାକୁ ଯାଇଥିଲେ।
ରିଲିଜ୍ ଟାଇମ୍ ରେ ସେ ତାଙ୍କର ଖବର ସଂଗ୍ରହ କରିବା ପାଇଁ ଆସିଥିଲେ। ସେ ସ୍ବରାଜ ଙ୍କ ବାଇଟ୍ ଶୀଘ୍ର ନେବା ପାଇଁ ମଧ୍ୟ ଚାହୁଁ ଥିଲେ। ହେଲେ ତାଙ୍କ ପଛପଟୁ ଟୁଟୁ ନାୟକ ସେଠାକୁ ଆସୁଥିଲେ।
ଆଉ ସେ ରିପୋର୍ଟର ଦେବସ୍ମିତା ଙ୍କୁ ଉଠିବା ପାଇଁ ନକହି ତାଙ୍କର ଗାଲକୁ ମାରିଥିଲେ। ଅଜାଣତରେ ଯେକେହି ବି ଚାପୁଡ଼ା ମାରିଲେ ଆମେ ମାନେ ସେଥିପ୍ରତି ପ୍ରତିକ୍ରିୟା ରଖି ଥାଉ।
ଆଉ ଏହାପରେ ଯେତେବେଳେ ସେ ପ୍ରତିକ୍ରିୟା ରଖିଥିଲେ ସେତେବେଳେ ତାଙ୍କର ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ତାଙ୍କ ସହ ପିଟି ହୋଇ ତଳେ ପଡ଼ି ଯାଇଥିଲା। ଏହାପରେ ଟୁଟୁ ନାୟକ ତାଙ୍କର ତଳେ ପଡିଥିବା ଜିନିଷକୁ ଉଠାଇ ନଥିଲେ।
କି ସେ ମହିଳା ଜଣକୁ କ୍ଷମା ମଧ୍ୟ ମାଗି ନଥିଲେ ଏହାର ପ୍ରତି ବଦଳରେ ସେ ସେଠାରୁ ହସି କରି ଚାଲି ଯାଇଥିଲେ। ଆଉ ଯୁବତୀ ଜଣକ ଯେତେବେଳେ ସେଠାରୁ ରାଗିକି ପଳାଇ ଯାଇଥିଲେ ସେତେବେଳେ ମଧ୍ୟ ଟୁଟୁ ନାୟକ ଏହା କହୁ ନାହାଁନ୍ତି କି
ପିଲାଟି କଣ ପାଇଁ ଏଭଳି ଭାବରେ ଷ୍ଟେଜ ଛାଡ଼ି ପଳାଇ ଗଲା ବୋଲି। ସେ ସବୁବେଳେ ତାଙ୍କର କାମ କୁ ସମ୍ମାନ କରନ୍ତି ଆଉ ଚାହାଁନ୍ତି ନାହିଁ କି ତାଙ୍କ କାମକୁ କେହି ଅସମ୍ମାନ କରନ୍ତୁ ବୋଲି।
ଏହାପରେ ମହିଳା ସାମ୍ବାଦିକା ଜଣକ କହିଥିଲେ କି ତାଙ୍କର ବୁମ୍ କୁ ଅସମ୍ମାନ କରିବା ତାଙ୍କୁ ଖୁବ କଷ୍ଟ ଦେଇଥିଲା ଯାହାକି ସେ କେବେ ହେଲେ ମଧ୍ୟ ଏହା ସହ୍ୟ କରି ପାରିବେ ନାହିଁ।
ସେଥିପାଇଁ ସେ ଚାହିଁଛନ୍ତି କି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତାଙ୍କ ସମ୍ମାନ କୁ କିଏ ଆଞ୍ଚ ଆଣିବ ତାହା ତାଙ୍କୁ ଖୁବ୍ ବାଧେ। ସେଥିପାଇଁ ସେ ମହିଳା ସାମ୍ବାଦିକା ଜଣକ ଏବେ ଟୁଟୁ ନାୟକ ଙ୍କ ବିରୁଦ୍ଧରେ କେସ ମଧ୍ୟ କରିଛନ୍ତି।