Nov 10, 2023, 12:36 IST

ଜେଲ ଭିତରେ ଟୁଟୁ ଙ୍କ ଫିଲ୍ମ କାହାଣୀ ଶୁଣି କାନ୍ଦିଲେ ଅନ୍ତେବାସୀ, ଟୁଟୁ ଭାଇ ତମେ ଫିଲ୍ମ କଲେ ଆମକୁ ନିଶ୍ଚୟ ଟିକେଟ ଦେବ ଆମେ ବି ଆସିବୁ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜେଲ ର ସେହି ଚାରି କାନ୍ଥ ମଧ୍ୟରେ ଚାରିଦିନ କିଭଳି ଭାବରେ ବିତିଗଲା ସେ ସମ୍ପର୍କରେ କିଛି ଜାଣି ପାରିଲେ ନାହିଁ ଟୁଟୁ ନାୟକ। କାରଣ ଟୁଟୁ ନାୟକ ଙ୍କ ସହ ଥିଲେ ସାଥୀ କଏଦୀ।
Special report
ସେମାନଙ୍କ ସହ ଦିନ ରାତି ଟୁଟୁ ନାୟକ କଥା ହେଉଥିଲେ। ଆଉ ତାଙ୍କର ଫିଲ୍ମ୍ ଦୁନିଆ ସଂପର୍କରେ ମଧ୍ୟ ସେମାନଙ୍କୁ ଅନେକ କଥା କହିଥିଲେ। ଆଉ କଣ ପାଇଁ ସେ ଜେଲ ଯାଇଛନ୍ତି ତାହାର କାରଣ ମଧ୍ଯ କହିଥିଲେ।
ଆଉ ସେହି ସବୁ କଥା କହି ସେ ନିଜେ ହସିବା ସହ ତାଙ୍କ ସାଥିରେ ଥିବା ସାଥୀ କଏଦୀ ମାନଙ୍କୁ ମଧ୍ଯ ସେ ହସାଇ ଥିଲେ। ନିଜର ବିଳାସ ପୂର୍ଣ୍ଣ ଜୀବନରୁ ବାହାରି ସଧାରଣ ଲୋକଙ୍କ ଭଳି ଜୀବନ ବଞ୍ଚି ଥିଲେ ପ୍ରଯୋଜକ ଟୁଟୁ ନାୟକ।
ଜେଲ ଭିତରେ ଆମିଷ ଖାଇବାର ବ୍ୟବସ୍ଥା ଥିଲେ ମଧ୍ଯ ସେ ନିରାମିଷ ଖାଇ ତାଙ୍କର ଜୀବନ କାଟୁ ଥିଲେ। ଆଉ ଜେଲ ଭିତରେ କଏଦୀ ମାନଙ୍କ ପାଇଁ ହୋଇଥିବା ସରକାର ଙ୍କ ବ୍ୟବସ୍ଥା ଦେଖି ଖୁସୀ ହୋଇ ଯାଇଥିଲେ ଟୁଟୁ ନାୟକ।
Special report
ଜେଲ ଭିତରେ କଏଦୀ ଙ୍କ ମନୋରଞ୍ଜନ ପାଇଁ ମଧ୍ଯ ପ୍ରୋଜେକ୍ଟର ର ବ୍ୟବସ୍ଥା କରାଯାଇଛି। ଯାହା ସାହାଯ୍ୟରେ କି ସେମାନେ ଫିଲ୍ମ୍ ମଧ୍ୟ ଦେଖୀ ପାରିବେ। ଯେଉଁ ଫିଲ୍ମ୍ ରୁ କିଛି ଶିକ୍ଷା ମିଳି ପାରିବ ସେଠାରେ ସେଭଳି ଫିଲ୍ମ ହିଁ ପ୍ରଦର୍ଶିତ ହେଉଛି।
ଐତିହାସିକ ,ପୌରାଣିକ ଓ ପରିବେଶ ସୁରକ୍ଷା ଭଳି ଫିଲ୍ମ୍ ବ୍ୟବସ୍ଥା ରହିଛି। ଏହା ସହ ସାଉଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି କଏଦୀ ମାନଙ୍କୁ ସକାଳ ଓ ସନ୍ଧ୍ୟା ରେ ଆଧ୍ୟାତ୍ମିକ ଓ ପୌରାଣିକ ଭଜନ ଶୁଣିବାକୁ ଦିଆ ଯାଉଛି।
ଯାହା ଦ୍ଵାରା ତାଙ୍କ ମଧ୍ୟରେ ସକାରାତ୍ମକ ଭାବନା ଜାତ ହେବ। କଏଦୀ ମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ଯେପରିକି ଝାରପଡ଼ା ଜେଲ ରେ କଏଦୀ ମାଠିଆ ତିଆରି କରିବା ସହ ଶାଢ଼ୀ ଡ୍ରେସ ତିଆରି କରିବା ବ୍ୟବସ୍ଥା ମଧ୍ୟ କରାଯାଇଛି।
ଯାହା ଦ୍ବାରା ତାଙ୍କର ମନ ପରିବର୍ତନ ହେବା ସହ ନିଜକୁ ମଧ୍ୟ ପରିବର୍ତ୍ତନ କରିବାର ଏହା ଏକ ସଠିକ୍ ଉପାୟ ହେବ ବୋଲି କୁହାଯାଉଛି। ତେବେ ଆପଣଙ୍କୁ ଏହି ସମ୍ପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement