ନମସ୍କାର ପାଠକ ବନ୍ଧୁ।ଏବେ ଆପଣ ମାନେ ସମସ୍ତେ ଜାଣି ଥିବେ ଠକ ଲୋକ ମାନଙ୍କ ସଂଖ୍ୟା କିଭଳି ଭାବେ ବଢି ଚାଲୁଛି।ଅର୍ଥ ପାଇଁ ଲୋକ ମାନେ କେତେ ତଳକୁ ଖସି ଯାଉଛନ୍ତି।ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଅଞ୍ଚଳ ରେ।
ଏଠାରେ ଜଣେ ମହିଳା ଦୋକାନୀ ଙ୍କୁ ମିଛ କହି ତାଙ୍କ ଠାରୁ ଅନେକ ଦିନ ହେଲାଣି ଟଙ୍କା ଲୁଟୁ ଥିଲେ।ଏଥିରେ କେବଳ ସେ ନୁହନ୍ତି ତାଙ୍କ ସ୍ବାମୀ ମଧ୍ୟ ସଂପୃକ୍ତ ଥିଲେ।ଦୋକାନୀ ଜଣକ ଥାନା ରେ ଅଭିଯୋଗ କରିବା ପରେ ଏବେ ସତ ସାମନା କୁ ଆସିଚି।
ସୂଚନା ଅନୁସାରେ ଭୁବନେଶ୍ୱର ବରଗଡ଼ ଥାନା ଅଞ୍ଚଳ ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।ଏଠାରେ ରିନି ସାହୁ ଓ ତାଙ୍କ ସ୍ଵାମୀ ନିକଟସ୍ଥ ଏକ ଏକ ଦୋକାନ କୁ କିଛି କିଣା କିଣି କରିବା ପାଇଁ ଯାଇଥିଲେ।ସେଠାରେ ସେ ଦୋକାନୀ ମାଲିକ ଙ୍କ ସହିତ କଥା ହୋଇ ଥିଲେ।
ଦୋକାନୀ ମାଲିକ ତାଙ୍କ କଥା କୁ ସବୁ ସତ ଭାବି ଦେଇଥିଲେ। ରୀନି ସାହୁ ଓ ତାଙ୍କ ସ୍ଵାମୀ ସ୍ପର୍ଶ କତର ସାହୁ ଦୋକାନୀ ଙ୍କୁ କହିଥିଲେ କି ଆମେ ହାଇଦ୍ରାବାଦ ରୁ ଜଣେ ବାବା ଙ୍କୁ ଏଠାକୁ ନେଇକି ଆସିଚୁ।ଏ ବାବା ଜଣକ ଦେଖା ଯିବେ ନାହିଁ।
ସେ କେବଳ ପବନ ରେ ଉଡୁ ଛନ୍ତି।ଆପଣ ଙ୍କ ଯେ କୌଣସି ଅସୁବିଧା ଅଛି ସେ ଖୁବ୍ କମ୍ ସମୟ ମଧ୍ୟ ରେ ତାର ସମାଧାନ କରିଦେବେ।ଆପଣ ଙ୍କ ର ଯଦି ପିଲା ଛୁଆ ନ ହେଉଛି।ତେବେ ସେ ପିଲା ଛୁଆ କରେଇ ଦେବେ।ଯଦି ଘରେ କିଛି ସମସ୍ୟା ରହିଛି।
ତେବେ ସେ ବହୁତ କମ ସମୟ ମଧ୍ୟ ରେ ତାର ସମାଧାନ କରେଇ ଦେବେ।ଏପରି ଅନେକ କଥା କହିବା ପରେ ଦୋକାନୀ ଜଣକ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ କଥା କୁ ବିଶ୍ଵାସ କରିଥିଲେ।ଏହା ପରେ ମହିଳା ଜଣକ ଅନେକ ଦିନ ଧରି ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ବା ଆରମ୍ଭ କଲେ।
ଶେଷ ରେ ଦୋକାନୀ ଜଣକ ଥାନା ର ଦ୍ବାରସ୍ଥ ହେଲେ।ଖବର ପାଇଁ ଥାନା ପୋଲିସ ମାନେ ତାଙ୍କୁ ସାଙ୍ଗେ ସଙ୍ଗେ ଗିରଫ କଲେ।ପରେ ଜଣା ପଡି ଥିଲା ସେ କେବଳ ଗୋଟିଏ ସ୍ଥାନ ରୁ ଏପରି କରି ନ ଥିଲେ।
ଅନେକ ସ୍ଥାନ ରୁ ସେ ଏପରି କରି ଲୋକ ଙ୍କ ଠାରୁ ଟଙ୍କା ଖାଉ ଥିଲେ।ଏଭଳି ଲୋକ ଙ୍କ ଉପରେ ବିଶ୍ଵାସ ନ କରିବା ପାଇଁ ପୋଲିସ ମାନେ ଲୋକ ଙ୍କୁ ପରାମର୍ଶ ଦେଇଛନ୍ତି।