ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଘରେ ପଶି ପିଇଓ ଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିିଲେ ଗାଁ ଲୋକ। ଗାଁ ଲୋକଙ୍କ ଗୋଡ଼ ଧରି ଭୁଲ ମାଗିଥିଲେ ମଧ୍ୟ ଲାଞ୍ଚୁଆ ପିଇଓ ଙ୍କୁ ଛାଡି ନଥିଲେ ଗାଁ ଲୋକେ।
![Special Report](https://news38times.com/static/c1e/client/93724/uploaded/069e858b219b7b561ac0ee6ae1df6ce1.jpg)
ରାସ୍ତା ଉପରେ ଠେଙ୍ଗାରେ ପିଟି ସେହି ପିଇଓ ର ପିଠି ଫଟାଇ ଦେଇଥିଲେ। ଗାଁ ଲୋକଙ୍କ ଆଗରେ ଧରା ପଡି ଯାଇଥିଲା ସେହି ଲାଞ୍ଚୁଆ ପିଇଓ ର ସବୁ ସତ। ଯେତେବେଳେ ପିଇଓ ଲାଞ୍ଚ ନେଉଥିଲା ସେତେବେଳେ ଗାଁ ଲୋକେ ଏସବୁ ଦେଖି ଦେଇଥିଲେ।
ଏହାପରେ ସେ ବାବୁ ଙ୍କ କଲର ଧରି ବାହରକୁ ଘୋଷାଡି ନେଇ ଆସିଥିଲେ। ଆଉ ରାସ୍ତାରେ ଉପରେ ତାଙ୍କୁ ପକାଇ ତାଙ୍କର ଲାଞ୍ଚ ନେବାର ସବୁ ନିଶା ଉତାରି ଦେଇଥିଲେ।
ସରକାର ଗରିବ ଲୋକ ମାନଙ୍କ ପାଇଁ ଅନେକ ଯୋଜନା ସବୁ କରିଥିବା ବେଳେ ସେ ସବୁ କୁ ପ୍ରଶାସନିକ ବାବୁ ମାନେ ଖୋଳ କରି ଖାଇ ଯାଇଛନ୍ତି। ସାମାନ୍ୟ କେତେଟା ଟଙ୍କା ଲାଞ୍ଚ ପାଇଁ ବଡ଼ ବଡୁଆ ବାବୁଙ୍କୁ ଦେଇ ଦେଉଥିଲେ ସବୁ।
![Special Report](https://news38times.com/static/c1e/client/93724/uploaded/e619ae9e862c45b51346ad54f9dd481a.jpg)
ହେଲେ ସେତିକି ବେଳେ ହିଁ ତାଙ୍କୁ ଘର ଭିତରେ ଗ୍ରାମବାସୀ ମାନେ ମାଡ଼ି ବସିଥିଲେ। ବାବୁ ଜଣକ ଜଣେ ପିଇଓ ହୋଇଥିବା ବେଳେ ଲୋକ ମାନଙ୍କୁ ସରକାରୀ ଯୋଜନା ପାଇଁ ସେ ନିଜ ଗୋଡ଼ ତଳେ ପକାଉ ଥିଲେ।
ଆଉ ନିଜେ ଯେଉଁ କାମ କରିଥିଲେ ସେଥିରେ ପରଦା ପକାଇବା ପାଇଁ ଗୋଡ଼ ତଳେ ପଡ଼ି ଭୁଲ ମାଗୁଛନ୍ତି। ନିଜକୁ ଛାଡି ଦେବା ପାଇଁ ଲୋକ ମାନଙ୍କ ଗୋଡ଼ ତଳେ ପଡ଼ି କାକୁତି ବିନତୀ ହେଉଥିବାର ଦେଖିବାକୁ ମିଳିଥିଲା।
ଅଯୋଗ୍ୟ ହିତାଧିକାରୀ ଙ୍କୁ ପକ୍କା ଘର ଦେଇ ଏବେ ହରଡ ଘଣା ରେ ପଡି ଯାଇଛନ୍ତି ଏହି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣକ। ବ୍ରହ୍ମଗିରି ରେ ପ୍ରଧାନମନ୍ତ୍ରୀ ଆବାସ ଘଟଣାରେ ଏଭଳି କିଛି ହୋଇଛି।
ପଲଙ୍କ ଗ୍ରାମ ପଞ୍ଚାୟତ ଏଭଳି ଏକ ଘଟଣା ଘଟି ଯାଇଛି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏଥିରୁ ଆପଣ ମାନେ ଜାଣି ପାରୁଥିବେ କି ସରକାରୀ ଯୋଜନାକୁ କିଭଳି ଅପ ବ୍ଯବହାର କରାଯାଉଅଛି।