Updated: Aug 3, 2023, 15:04 IST

କଙ୍ଗାଳ ପାକିସ୍ତାନ କୁ ଦୟା ରେ ଭାରତ କଲା କିଛି ଆର୍ଥିକ ସାହାଯ୍ୟ , ହେଲେ ଗର୍ବୀ ପାକିସ୍ତାନ କହିଲା କି ହଁ ଚାଇନା ଆମକୁ ସାହାଯ୍ୟ କଲା , ଭାରତ କରିଲା କଣ ବଡ଼ କଥା

Pakistan

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତ ମାସରେ ଭାରତ ବସୁମତି ଧଳା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲା।ଏହି ନିଷ୍ପତ୍ତି ହେତୁ ଅନେକ ଦେଶରେ ଚାଉଳର ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ମଧ୍ୟ ରହିଥିଲା।
ଆଉ ଏହା ମଧ୍ଯ ପଡୋଶୀ ଦେଶ ପାକିସ୍ତାନ ପାଇଁ ବେଶ ଲାଭ ଦାୟକ ହୋଇ ପାରିଛି। ଏହା ଦ୍ବାରା ମଧ୍ୟ ପାକିସ୍ତାନ ବେଶ ଲାଭବାନ ହୋଇ ପାରିଛି।ପାକିସ୍ତାନ ଚାଉଳ ରପ୍ତାନିକାରୀ ସଂଘର ସଭାପତି ଚେଲା ରାମ କେୱଲାନି ଏହି ସମ୍ପର୍କରେ ମଧ୍ଯ କହିଛନ୍ତି।
VIRAl
ସେ କହିଛନ୍ତି କି ବସୁମତୀ ଚାଉଳର ରପ୍ତାନି ଉପରେ ଭାରତ ନିଷେଧାଦେଶ ଜାରୀ କରିବା ଦ୍ବାରା ପାକିସ୍ତାନୀ କମ୍ପାନୀ ଗୁଡ଼ିକ ବେଶ ଲାଭବାନ ହୋଇ ପାରିଛନ୍ତି। ପାକିସ୍ତାନୀ କମ୍ପାନୀ ଗୁଡ଼ିକର ମଧ୍ୟ ରପ୍ତାନୀ ପରିମାଣ ବୃଦ୍ଧି ପାଇଛି।
କେୱଲାନି କହିଛନ୍ତି କି ନିଷେଧାଦେଶ ପରେ ବିଶ୍ୱ ବଜାରରେ ପାକିସ୍ତାନୀ ଚାଉଳର ବହୁତ ଚାହିଦା ରହିଛି। ଆନ୍ତର୍ଜାତୀୟ କ୍ରେତାମାନେ ବର୍ତ୍ତମାନ ପାକିସ୍ତାନୀ ରପ୍ତାନିକାରୀଙ୍କ ନିକଟକୁ ଯାଉଛନ୍ତି।
Viral news
ଚଳିତ ବର୍ଷ ପାକିସ୍ତାନ ୩ ବିଲିୟନ ଡଲାରରୁ ଅଧିକ ଚାଉଳ ରପ୍ତାନି କରିବ ବୋଲି ଆଶା କରାଯାଉଛି। ବସୁମତୀ ଚାଉଳର ମୂଲ୍ୟ ଟନ୍ ପିଛା ୧୦୦ ଡଲାର ବୃଦ୍ଧି ପାଇଛି।ପାକିସ୍ତାନୀ ବସୁମତୀ ଚାଉଳର ମୂଲ୍ୟ ଟନ୍ ପିଛା ୪୫୦ ଆମେରିକୀୟ ଡଲାର ଥିଲା।
ତେବେ ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଏହା ଟନ୍ ପିଛା ୫୦୦ ଡଲାରକୁ ବୃଦ୍ଧି ପାଇଛି। ଆଉ ଏହାର ଚାହିଦା ଉପରେ ନିର୍ଭର କରି ଆଗକୁ ଏହା ୬୦୦ ଡଲାର ମଧ୍ଯ ଛୁଇଁ ପାରେ।
କେୱଲାନି କହିଛନ୍ତି ଯେ ଆମେରିକା, ବ୍ରିଟେନ ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡିକର ପାକିସ୍ତାନୀ ବସୁମତୀ ଚଉଳର ଚାହିଦା ବଢିବା ସହ ଋଷିଆ ମଧ୍ୟ ପାକିସ୍ତାନରୁ ପାଞ୍ଚ ଲକ୍ଷ ଟନ୍ ଚାଉଳ କିଣିବାକୁ ଆଗ୍ରହ ପ୍ରକାଶ କରିଛି।
Pakistan
ସେ କହିଛନ୍ତି କି ରୁଷିଆ ଚାଉଳ ରପ୍ତାନି ପାଇଁ ସେମାନେ ୨୭ ରୁଷିଆ କମ୍ପାନୀ ସହିତ ଆଲୋଚନା କରିଛନ୍ତି। ଏଥି ସହ ଚାଉଳ ରପ୍ତାନୀ ପାଇଁ ମଧ୍ୟ ମେକ୍ସିକୋ ସହ କଥା ହୋଇଛନ୍ତି। ତେବେ ଏହି ଚାଉଳ ରପ୍ତାନୀ ଦ୍ବାରା ପାକିସ୍ତାନ କୁ ହେଉଥିବା ଲାଭ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement