Mar 22, 2024, 11:14 IST

ମୋ ପୋଖରୀ ଯୋଜନା ରେ ମତ୍ସଜୀବୀ ମାଲେମାଲ...ଗୋଟେ ଗୋଟେ ଥର କେ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା..

Hu

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କେନ୍ଦ୍ର ସରକାର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସବୁବେଳେ Yuନୂଆ ଯୋଜନା ଆଣିବାରେ ଲାଗିଛନ୍ତି। ଏହାର ଫାଇଦା ଉଠାଇ କୃଷକ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଅନେକ ସୁବିଧା ପାଆନ୍ତି।
ତେବେ ବନ୍ଧୁଗଣ ମାଛ ଚାଷ ଉତ୍ପାଦନ କ୍ଷେତ୍ରରେ ବ୍ଲକ ଅଞ୍ଚଳ ଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମି ରହିଛି। ମତ୍ସ୍ୟ ଉନ୍ନୟନ ଯୋଜନାରେ "ମୋ ମାଛ ପୋଖରୀ" ମାଧ୍ୟମରେ ମଧୁର ଜଳରେ ମାଛ ଚାଷ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି।
Hh
ବ୍ଲକ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟ ଚାଷୀଙ୍କୁ ଜମି ଯୋଗାଇ ଦିଆଯାଉଥିବା ବେଳେ ପୋଖରୀ ଖୋଳି ଚାଷୀ ମାନେ ଚାଷ କରି ଲାଭବାନ ହେଇପାରୁଛନ୍ତି। ହେକ୍ଟର ପିଛା ୮ ଲକ୍ଷ ୫୦ ହଜାର ଟଙ୍କାର ଯୋଜନା ଥିବା ବେଳେ ପ୍ରତି ଚାଷୀଙ୍କ ପାଇଁ ୪ ଲକ୍ଷ ୨୫ ହଜାର ସବସିଟି ବ୍ୟବସ୍ଥା ମଧ୍ୟ ରହିଛି।
ସୂଚନା ଅନୁସାରେ ମତ୍ସ୍ୟ ପୋଖରୀ ଖୋଳିବା ପାଇଁ ବ୍ଲକର ଚାଷୀ ମାନେ ନିଜର ନାମ ପଞ୍ଜିକରଣ କରିବା ଆବଶ୍ୟକ ଅଟେ।ମତ୍ସ୍ୟ ପୋଖରୀ ଯୋଜନାଟି ମତ୍ସ୍ୟ ବିଭାଗ ଦ୍ଵାରା ୨୦୧୭ ଏବଂ ୨୦୧୮ରୁ ଆରମ୍ଭ ହୋଇଛି। ଏହି ଯୋଜନାରେ ଯେଉଁ ମତ୍ସ୍ୟ ଚାଷୀ ପୂର୍ବରୁ କୌଣସି ପ୍ରକାର ମତ୍ସ୍ୟ ଋଣ ଗ୍ରହଣ କରିନଥିବେ।
ସେଇ ଚାଷୀ ମାନେ ନୂଆ ପୋଖରୀ ଖନନ ପାଇଁ ବ୍ଲକ ସ୍ତରୀୟ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ଏକ ହେକ୍ଟର ନୂଆ ପୋଖରୀ ଖନନ ପାଇଁ ୮ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ୫୦% ସରକାରୀ ସହାୟତା ଯୋଗାଇ ଦିଆଯାଉଛି।
ଜଣେ ମତ୍ସ୍ୟ ଚାଷୀ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ନୂଆ ପୋଖରୀ ଖଣ୍ଡନ କରିପାରିବେ। ନୂଆ ପୋଖରୀ ଖନନ ପାଇଁ ତହସିଲଦାର ପ୍ରମାଣପତ୍ର ଆବଶ୍ୟକ। ନୂଆ ମତ୍ସ୍ୟ ପୋଖରୀ ଖନନ ସହାୟତା ପାଇଁ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଅଧିକାରୀ, କୃଷି ଅଧିକାରୀ ଏବଂ ଜିଲ୍ଲାପାଳ ଅନୁମୋଦନ ପାଇବା ପରେ ଚାଷୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଯୋଗାଇ ଦିଆଯାଇଥାଏ।

Advertisement