Updated: Feb 13, 2024, 12:49 IST

ଇମ୍ରାନ ଙ୍କୁ ବଞ୍ଚାଇବାକୁ ଜେଲ୍ ଭାଙ୍ଗିଲେ ଲୋକେ ,ଆମର ଇମ୍ରାନ ଆମ ପାଇଁ ହିରୋ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାକିସ୍ତାନରେ ନିର୍ବାଚନ ସରି ଯାଇଛି ଓ ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଏବେ ଖଣ୍ଡ ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ଗୋଟେ ପଟେ ପାକିସ୍ତାନ ତେହେରିକ ଇଁସଫ ,
Special report
ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲ୍ ରେ ଥିବା ବେଳେ ଅନ୍ୟପଟେ ସୁଯୋଗ ନେଇ ହାତ ମିଳେଇ ନେଇଛନ୍ତି ମୁସଲିମ ଲିଗ୍ ନେତା ନୱାଜ୍ ସରିଫ ଏବଂ ପାକିସ୍ତାନ ପିପୂଲ୍ସ ପାର୍ଟି ନେତା ବିଲାୱାଲ ହ୍ୱାଟର ଜଦାରି।
ଜେଲ ରେ ଥିବା ପିଟିଆଇ ନେତା ଇମ୍ରାନ ଖାନ୍ ଙ୍କ ଦଳ ସର୍ବାଧିକ ଆସନ ପାଇଥିବା ବେଳେ ଏକାକୀ ବହୁ ଦଳ ଅଧିକ ଆସନ ଗ୍ରହଣ କରି ପାରି ନାହିଁ। ତେଣୁ ଏହାର ସୁଯୋଗ ନେଇ ବିରୋଧୀ ଗୋଷ୍ଠୀ ସରକାର ଗଢ଼ିବା ପାଇଁ ଷଡ଼ଯନ୍ତ୍ର ଚଳାଇ ଛନ୍ତି।
କାରଣ ବର୍ତ୍ତମାନ୍ ଶୁଦ୍ଧା ପାକିସ୍ତାନର କୌଣସି ଆସନର ଫଳାଫଳ ମିଳି ପାରି ନାହିଁ। ବର୍ତ୍ତମାନ୍ ସୁଦ୍ଧା ଆହୁରି ଆଠ ଟି ଆସନରେ ରେଜଲ୍ଟ ବାହାରିବା ବାକି ରହିଛି।
Special report
ପାକିସ୍ତାନର ମୋଟ ୨୬୩ ରୁ ୨୫୭ ଆସନର ଫଳାଫଳ ଆସିଛି। ସେଥିରୁ ଇମ୍ରାନ ଖାନ ଙ୍କ ପିଟିଆଇ ସର୍ବାଧିକ ୧୦୨ ଆସନ ଜିତି ଥିବା ବେଳେ , ପାକିସ୍ତାନ ମୁସିଲମ ଲିଗ୍ ୭୩ ଟି ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ୫୪ ଟି ଆସନ ରେ ବିଜୟୀ ହେଉଛି।
କୌଣସି ଦଳ କିନ୍ତୁ ସଂଖ୍ୟା ଗରିଷ୍ଠତା ହାସଲ କରି ପାରି ନାହିଁ। ସେପଟେ ସରକାର ବଢିବା ପାଇଁ ହାତ ବଢ଼ାଇଥିବା ଦୁଇ ଦଳ କିନ୍ତୁ ଏବେ ମଧ୍ୟ ସଂଖ୍ୟା ଗରିଷ୍ଠତା ଠାରୁ ଖୁବ ଦୂରରେ ରହିଛନ୍ତି ।
ସରକାର ଗଢ଼ିବା ପାଇଁ ୧୩୪ ଆସନ ର ଆବଶ୍ୟକତା ଥିବା ବେଳେ ସେମାନଙ୍କୁ ଆଉ ସାତଟି ଆସନର ଆବଶ୍ୟକତା ରହିଛି। ସେପଟେ ପିଟିଆଇ କୁ ଆଉ ସରକାର ଗଢିବା ପାଇଁ ୩୧ ଆସନର ଦରକାର୍ ପଡିଛି।
ପାକିସ୍ତାନ ସେନା ଙ୍କ ପାକିସ୍ତାନ ମୁସଲିମ ପ୍ରତି ଅଧିକ ସମର୍ଥନ ଥିବାରୁ ବର୍ତ୍ତମାନ୍ ସମୟରେ ତାଙ୍କର ସରକାର ଗଢ଼ିବା କଥା କୁହା ଯାଉଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement