ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଭାତ ଟେ ହେବ,ଡାଲି ଟେ ହେବ ଡ଼ାଇଲଗ ଭଲ ଭାବେ ଶୁଣି ଥିବେ।ଏହି ଡ଼ାଇଲଗ ରେ ଅଭିନୟ କରିଥିବା ପୂର୍ଣ୍ଣଚନ୍ଦ୍ର ଙ୍କୁ ଜାଣି ଥିବେ।ଆଜି ଆମେ ତାଙ୍କରି ବିଷୟ ରେ କଥା ହେବାକୁ ଯାଉଛୁ।

ଅନେକ ସିରିଏଲ୍ ରେ ସେ ଅଭିନୟ କରିଛନ୍ତି।ହେଲେ ତାଙ୍କର ଗୋଟିଏ ଡ଼ାଇଲଗ ପାଇଁ ସେ ରାତାରାତି ପ୍ରସିଦ୍ଧ ହୋଇ ଯାଇଥିଲେ।ତାଙ୍କର ଏହି କଥା କୁ ନେଇ ଅନେକ ଲୋକ ଅନେକ ରିଲସ ତିଆରି କରିଛନ୍ତି। ଆଜି ଆମେ ତାଙ୍କରି ବିଷୟ ରେ ଅଧିକ ଜାଣିବା।
କିଛି ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ସେ ସାକ୍ଷାତକାର ଦେବା ଅବସର ରେ କହିଛନ୍ତି କି ମୁ ଅନେକ ଫିଲ୍ମ ଓ ସିରିଏଲ୍ ରେ ଅଭିନୟ କରିଛି।ହେଲେ ମୋତେ ଭାତ ଟେ ହେବ,ଡାଲି ଟେ ହେବ ଡ଼ାଇଲଗ ପାଇଁ ରାତାରାତି ଅନେକ ପ୍ରଶଂସା ମିଳିଛି।

ଆଜି ସେହି କଥା ପାଇଁ ଓଡ଼ିଶା ର ଘରେ ଘରେ ପରିଚିତ।ମୁଁ ଦୁର୍ଗା,ସାହାନାଇ,ସିନ୍ଦୁରର ଅଧିକାର,ଅବୁଝା ଏ ମନ ଭଳି ଅନେକ ସିରିଏଲ୍ ରେ ମୁଁ ଅଭିନୟ କରିଛି।ହେଲେ ଲୋକ ଙ୍କ ପାଖରେ ପହଞ୍ଚି ପାରି ନ ଥିଲି।
ତାଙ୍କର ନିକଟ ରେ ଏକ କମେଡି ରିଲିଜ୍ ହୋଇଛି।ଯାହାକୁ ଆପଣ ମାନେ ଦେଖିଲେ ହସି ହସି ଗଡି ଯିବେ।ସେହି କମେଡି ର ନାମ ହେଉଚି ହିଷ୍ଟ୍ରିଆ।ଆମ ସମାଜ ରେ ଏହି ଶବ୍ଦ କୁ ନେଇ ଅନେକ ଖରାପ କଥା ରହିଛି।

ଏହି ଶବ୍ଦ କୁ ଶୁଣିଲେ ଅନେକ ଲୋକ ଖରାପ କଥା ଭାବି ଥାନ୍ତି।ହେଲେ ଏବେ ପୂର୍ଣ୍ଣଚନ୍ଦ୍ର ଏକ କମେଡି ଏହି ନାମ ରେ ସୃଷ୍ଟି କରିଛନ୍ତି।ସେ ଏହାକୁ ନେଇ କହିଛନ୍ତି କି ମୁଁ ଏହି ଶବ୍ଦ କୁ ଭଲ ଉଦ୍ଦେଶ୍ୟ ରେ ବ୍ୟବହାର କରିଛି।
ତାଙ୍କ ମତ ରେ ଯିଏ ସମସ୍ତ ଙ୍କ ହିଷ୍ଟ୍ରି ବିଷୟ ରେ ଅଳ୍ପ ଅଳ୍ପ ଜାଣି ଥାଏ ସେ ହେଉଚି ହିଷ୍ଟ୍ରିଆ।ଦର୍ଶକ ଏଥିରେ ଅନେକ କଥା ଜାଣିବାକୁ ପାଇବେ।ଏହି କମେଡି କୁ ଦେଖିଲେ ଆପଣ ମାନେ ସମସ୍ତେ ବହୁତ ହସିବେ।ସେ ଆହୁରି ମଧ୍ୟ କହିଛନ୍ତି କି ମୋର ଆଶା ଆପଣ ଏହାକୁ ଦେଖି ବହୁତ ଖୁସି ହେବେ।