Jan 9, 2024, 11:51 IST

Hi - Tech ହସ୍ପିଟାଲ ର ସବୁ କଳା ସତ ଆସିବ ବାହାରକୁ... CEO ସହ ସମସ୍ତେ ଯିବେ କି ଜେଲ୍???

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଯାବତୀୟ ଦୁର୍ନୀତିର ପେଡ଼ି ପାଲଟିଛି ହାଇ ଟେକ୍ ମେଡିକାଲ। ରୋଗୀ ଏଠାକୁ ସୁସ୍ଥ ହେବା ପାଇଁ ଆସୁଥିବା ବେଳେ ଏଠାରୁ କିନ୍ତୁ ସେମାନେ ଶବ ହୋଇ ଫେରୁଛନ୍ତି।
Special Report
ଆଉ ସବୁକିଛି ଟଙ୍କା ପାୱାର ଆଗରେ ଦବି ମଧ୍ୟ ଯାଉଛି। ହାଇ ଟେକ ହସ୍ପିଟାଲ ରେ ଘଟିଥିବା ଘଟଣାରେ ତିନି ଜଣଙ୍କ ମୃ-ତ୍ୟୁ ହୋଇ ଯାଇଛି। ଏବେ ବଳିଷ୍ଠ ପ୍ରମାଣ ହେଉଛନ୍ତି ଚତୁର୍ଥ ରୋଗୀ।
ତାଙ୍କର ନାମ ହେଉଛି ସିମାଞ୍ଚଳ। ତାଙ୍କର ଗୋଟେ ବୟାନ ହିଁ ସବୁ କିଛି ଦୋହଲାଇ ଦେବ। ହାଇଟେକ୍ ମେଡିକାଲ୍ ର ସିଇଓ ଗୋଟେ ମିଛ କୁ ଲୁଚାଇବାକୁ ଯାଇ ବାରମ୍ବାର ମିଛ କହୁଥିବା ଅଭିଯୋଗ ହେଉଛି।
ହାଇଟେକ୍ ମେଡିକାଲ୍ ବିରୋଧରେ ଅନେକ ଅଭିଯୋଗ ହୋଇଛି। କୁହା ଯାଇଛି କି ହସ୍ପିଟାଲ ରେ ସେଫ୍ଟୀ ସିକ୍ୟୁରିଟି ନଥିଲା। ଟେକ୍ନିସିଆନ ମାନଙ୍କ ପାଇଁ ଯଥେଷ୍ଟ ସରଞ୍ଜାମ ମଧ୍ୟ ନଥିଲା।
Special Report
ଏଭଳି କି ସମୟ ପରେ କାମ କରିବାକୁ ମଧ୍ୟ କୁହା ଯାଉଥିଲା। ସବୁଠାରୁ ବଡ଼ ଅଭିଯୋଗ ହେଉଛି ଥର୍ଡ ପାର୍ଟି କାମ କରିଥିଲେ ମଧ୍ୟ ମେଡିକାଲ ତାର କୌଣସି ସିକ୍ୟୁରିଟି ଏଜେନ୍ସି କୁ ଏହାକୁ ତଦାରଖ କରିବାକୁ କହି ନଥିଲା।
ଆଉ ଏହି କାରଣ ପାଇଁ ହିଁ ଏତେବଡ଼ ଏକ ଘଟଣା ଘଟିଗଲା। ଅନ୍ୟପଟେ ହସ୍ପିଟାଲ ର ସିଇଓ ଏନେଇ ରୋକଠୋକ ମନା କରି ଦେଇଛନ୍ତି। ମାତ୍ର ସୁସ୍ଥ ହେବା ପରେ ସିମାଞ୍ଚଳ ସବୁ ସତ କହି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଏଭଳି ସାଙ୍ଘାତିକ ଅଭିଯୋଗ ଆସିବା ପରେ ଏବେ ଚର୍ଚ୍ଚାରେ ହାଇଟେକ ମେଡିକାଲ ରହିଛି। ଧୀରେ ଧୀରେ ଏହାର ଅନେକ ଗୁମର ମଧ୍ୟ ଖୋଲିବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି।
ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ। ଆଗକୁ ଅନେକ ଗୁମର ମଧ୍ୟ ଖୋଲିବା ନେଇ ଏବେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।

Advertisement