ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଅଜଣା ବ୍ୟକ୍ତି ଙ୍କ ଉପରେ ବିଶ୍ଵାସ କରିବା ସବୁଠୁ ବଡ ଭୁଲ।ଆମେ ଆଜି ଆପଣ ମାନଙ୍କୁ ଦୁଇ ଭଣ୍ଡ ବାବା ଙ୍କ ବିଷୟ ରେ କହିବାକୁ ଯାଉଛୁ।ଠାକୁରଙ୍କୁ ଦର୍ଶନ କରାଇ ଦେବା କହି ଲକ୍ଷାଧିକ ଟଙ୍କା ଲୁଟି ନେବା ସହିତ ସୁନା ଗହଣା କୁ ଲୁଟି ନେଇଛନ୍ତି।

ରାସ୍ତା ରେ ଲୋକ ମାନେ ଯାଉଥିବା ସମୟ ରେ ସେମାନେ କିଭଳି ମା ଝିଅ ଙ୍କ ଠାରୁ ଏତେ ଟଙ୍କା ଲୁଟି ନେଇଛନ୍ତି ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ର ଗହଳି ସ୍ଥାନ ମୀନା ବଜାର ଠାରେ।
ସୂଚନା ଅନୁସାରେ ସ୍ଵର୍ଣ୍ଣ ପ୍ରଭା ସାହୁ ଓ ତାଙ୍କ ଝିଅ ମୀନା ବଜାର ନିକଟ କୁ ଯାଇଥିଲେ।ସେ ସେଠାରେ ମୋବାଇଲ୍ ସଜାଡ଼ିଲେ।ଏହା ପରେ ସେମାନେ ଅନେକ ଜିନିଷ କିଣା କିଣି କରି ଘର କୁ ଫେରିଲେ।ଏହି ସମୟ ରେ ଦୁଇ ଜଣ ଭଣ୍ଡ ବାବା ତାଙ୍କ ନିକଟ କୁ ଆସିଲେ।
ତାଙ୍କ ସହିତ କଥା ହେବାକୁ ଆରମ୍ଭ କଲେ।ସେମାନେ କହିଥିଲେ କି ତମ ସ୍ବାମୀ ପିଲା ଛୁଆ ଙ୍କ ଉପରେ ଆଗକୁ ବହୁତ ବଡ ବିପଦ ରହିଛି।ବହୁତ ବଡ ଦୁ-ର୍ଘ-ଟ-ଣା ର ସେମାନେ ସମ୍ମୁଖୀନ ହେବେ।ଏ କଥା ରେ ମହିଳା ଜଣକ ଡରି ଯାଇଥିଲେ।ଏହା ପରେ ସେ ବାବା ଙ୍କ କଥା ରେ ବିଶ୍ଵାସ କରି ଥିଲେ।

ଭଣ୍ଡ ବାବା ଜାଣି ଥିଲା ଯେ ସ୍ଵର୍ଣ୍ଣ ପ୍ରଭା ଜଣେ ଈଶ୍ୱର ବିଶ୍ବାସୀ ମହିଳା।ସେଥିପାଇଁ ସେ ତାଙ୍କୁ କହିଥିଲା କି ତମେ ଯଦି ଆମକୁ ତମର ସୁନା ଓ ଟଙ୍କା ଦେବ ତେବେ ଆମେ ତମକୁ ଭଗବାନ ଙ୍କୁ ଦର୍ଶନ କରାଇ ଦେବୁ।ଏ କଥା ରେ ପ୍ରଥମେ ସ୍ଵର୍ଣ୍ଣ ପ୍ରଭା ବିଶ୍ଵାସ କରି ନ ଥିଲେ।
ଏହା ପରେ ବାବା ଦୁଇ ଜଣ ବାଧ୍ୟ କରିଥିଲେ।ଶେଷ ରେ ସେ ହଁ ମାରି ଥିଲେ।ମହିଳା ଜଣକ ତାଙ୍କୁ ପ୍ରାୟ ଆଠ ହଜାର ଟଙ୍କା ଦେବା ସହିତ ଗୋଟିଏ ମଙ୍ଗଳ ସୂତ୍ର,ଦୁଇ ଟି ସୁନା ଚେନ ଓ ଦୁଇ ଟି ମୁଦି ତାଙ୍କୁ ଦେଇ ଦେଇ ଥିଲେ।ଏହା ପରେ ମହିଳା ଙ୍କୁ ସେମାନେ କହିଥିଲେ କି ତମେ ୫୧ ପାଦ ଆଗକୁ ଯାଅ।
ଏହା ପରେ ଭଗବାନ ଙ୍କୁ ଦର୍ଶନ କରି ପାରିବ।ମହିଳା ଜଣକ ବାବା ଙ୍କ କହିବା ଅନୁଯାୟୀ ସେପରି କଲେ।ହେଲେ ପଛକୁ ଦେଖିଲେ ନାହିଁ।ଏହା ର କିଛି ସମୟ ପରେ ମହିଳା ଜଣକ ଯେତେବେଳେ ପଛକୁ ଦେଖିଛନ୍ତି ପଛରେ କେହି ନ ଥିଲେ।ଜୋର୍ ରେ ଚିତ୍କାର କରି ସେ ଲୋକ ଙ୍କୁ ଡକାଇଲେ।
ଲୋକ ମାନେ ଦୌଡ଼ି କି ଗଲା ବେଳ କୁ ବାବା ଖସି ପଳାଇ ଯାଇଥିଲେ।ଏହା ପରେ ମହିଳା ଜଣକ ଥାନା ରେ ଅଭିଯୋଗ କରିଛନ୍ତି।ପୋଲିସ ସେ ରାସ୍ତା ର ସି ସି ଟିଭି କ୍ୟାମେରା କୁ ଦେଖିଚି।ଏବେ ଦେଖିବାକୁ ବାକି ରହିଲା କେବେ ସେହି ଭଣ୍ଡ ବାବା ଙ୍କୁ ପୋଲିସ ଧରିବାରେ ସକ୍ଷମ ହେଉଚି।