Updated: Nov 25, 2023, 20:32 IST

ହସୁଥିଲେ ଇଂରେଜ ଏହିଘରେ ବନ୍ଦୀ ହୋଇ ରହିଥିଲେ ସହିଦ ବୀର ଲକ୍ଷ୍ମଣ ନାୟକ ଦେଖନ୍ତୁ ଏହି ଘର

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଭାରତ ସ୍ଵାଧିନତା ବିଷୟରେ ଅନେକ କଥା ଜାଣିଥିବେ । ଭାରତ ସ୍ଵାଧିନତା ହେବାରେ ଅନେକ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ହାତ ଅଛି । ଅନେକ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଦ୍ଵାରା ଆମେ ସ୍ଵାଧୀନତା ପାଇଛେ ।
Special Report
ଏବେ ଜଣେ ସ୍ଵାଧୀନତା ସଂଗ୍ରାମୀଙ୍କ ବିଷୟରେ ଆପଣମାନେ ଜାଣିପାରିବେ । ଆପଣମାନେ ସ୍ଵାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କୁ ଜାଣିଥିବେ । ଏହି ସଂଗ୍ରାମୀ ଜଣଙ୍କୁ ନେଇ ଏବେ ଖବର ଆସିଛି ।
ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ବିଷୟରେ ଅନେକ ଲୋକ ଜାଣିନଥିବେ । ତାଙ୍କୁ ବ୍ରହ୍ମପୁରର ଏକ କାରାଗାରରେ ଇଂରେଜମାନେ ବନ୍ଦୀ କରି ରଖିଥିଲେ । ବ୍ରହ୍ମପୁର ମଣ୍ଡଳ କାରାଗାରରେ ଲକ୍ଷ୍ମଣ ନାୟକ ଥିଲେ ।
Special Report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଘର ଦେଖିପାରିବେ । ଏହି ଘର ଭିତରେ ସେ ଯନ୍ତ୍ରଣା ଭୋଗୁଥିଲେ ଆଉ ଏହାପରେ ତାଙ୍କୁ ଫାଶୀ ଦିଆଯାଇଥିଲା । ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଫାଶୀ ଦେଇଥିଲେ ଇଂରେଜମାନେ ।
ସହିଦ ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲା ତେନ୍ତୁଳିଆ ଗ୍ରାମରେ ଜନ୍ମ ହୋଇଥିଲେ । ଏକ ଭୂମିଆ ପରିବାରରେ ସେ ଜନ୍ମ ହୋଇଥିଲେ । ଘରୋଇ ଭାବରେ ସେ ଶିକ୍ଷାଲାଭ କରିଥିଲେ । ତାଙ୍କର ବାଲ୍ୟ ଜୀବନ ସେ ବଣ ଜଙ୍ଗଲରେ କାଟିଥିଲେ।
Special Report
ଏହି ସମୟରେ ଭାରତ ପରାଧୀନ ଥିଲା । ସେତେବେଳେ ବ୍ରିଟିଶମାନେ ଆଦିବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଏହାକୁ ସହି ପାରୁନଥିଲେ ସହିଦ ଲକ୍ଷ୍ମଣ ନାୟକ । ଆଉ ଏହାର ବିରୋଧ କରିଥିଲେ ସେ ।
Special Report
ମହାତ୍ମା ଗାନ୍ଧୀଙ୍କ ମାର୍ଗରେ ସେ ଚାଲୁଥିଲେ । ଏହାପରେ ତାଙ୍କୁ ସଜା ଦେଇଥିଲେ ଇଂରେଜମାନେ ।୧୯୪୨ ମସିହା ଅଗଷ୍ଟ ୨୧ ତାରିଖରେ ମାଥିଲି ଥାନା ସେ ଘେରାଉ କରିଥିଲେ । ଏକ ମିଛ କେସରେ ତାଙ୍କୁ ଗିରଫ କରାଗଲା । ମାର୍ଚ୍ଚ ୨୯ ତାରିଖ ୧୯୪୩ ମସିହାରେ ସହିଦ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଗଲା ।
ଆଉ ଏବେ ଏହି ଘଟଣା ସଂପର୍କରେ ସବୁ ଏହି ସ୍ଥାନକୁ ଦେଖିଲେ ମନେ ପଡୁଛି । ନଭେମ୍ବର ୨୨ ତାରିଖ ତାଙ୍କର ଜନ୍ମ ଜୟନ୍ତୀ ଅଟେ । ଏହି ସମ୍ପର୍କରେ ଅର୍ଥାତ୍ ସହିଦ ଲକ୍ଷ୍ମଣ ନାୟକଙ୍କ ବିଷୟରେ ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Advertisement