ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାକିସ୍ତାନ ଇନିଂସର ୧୩ତମ ଓଭର ନେଇ ଆସିଥିଲେ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଓଭରର ତୃତୀୟ ବଲରେ ସେ ଇମାମଙ୍କ କେ.ଏଲ ରାହୁଲଙ୍କ ହାତରେ କ୍ୟାଚ କରାଇ ପାଭିଲିୟନର ରାସ୍ତା ଦେଖାଇଥିଲେ।
ତେବେ ଓଭରର ତୃତୀୟ ବଲ ଫିଙ୍ଗିବା ପୂର୍ବରୁ ହାର୍ଦ୍ଦିକ ବଲକୁ ଚାହିଁ କିଛି କହିବା ସହ ବଲକୁ ଫୁଙ୍କିଥିଲେ। ଏହାପରେ ଇମାମ ଉଲ୍-ହକ୍ ଙ୍କ ବ୍ୟାଟରେ ବଲ ଲାଗି ୱିକେଟ କିପର କେ.ଏଲ ରାହୁଲଙ୍କ ହାତକୁ ଚାଲି ଯାଇଥିଲା।
ଏହି ୱିକେଟ ସହ ପାକିସ୍ତାନ ୭୩ ରନରେ ନିଜର ଦ୍ୱିତୀୟ ୱିକେଟ ହରାଇଛି । କିନ୍ତୁ ହାର୍ଦ୍ଦିକଙ୍କ ଏହି ବଲ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଯାଇଛି। ପାକିସ୍ତାନ ବିପକ୍ଷରେ ଏକ ରେକର୍ଡ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।
ଏହି ବିଜୟ ସହ ଭାରତ ଚଳିତ ବିଶ୍ୱକପରେ ଲଗାତାର ତୃତୀୟ ବିଜୟ ନିଜ ନାମରେ କରିଛି ରୋହିତ ସେନା। ପାକିସ୍ତାନର ୧୯୨ ରନର ଛୋଟ ଟାର୍ଗେଟକୁ ପିଛା କରି ମାତ୍ର ୩୦.୩ ଓଭରରେ ହିଁ ବିଜୟୀ ହୋଇଛି ଭାରତ ।
ତେବେ ଏହି ମ୍ୟାଚରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଇମାମ ଉଲ ହକ୍ ଙ୍କ ୱିକେଟକୁ ନେଇ ଚର୍ଚ୍ଚା ହେଉଛି । ଇମାମଙ୍କ ଶିକାର ପୂର୍ବରୁ ହାର୍ଦ୍ଦିକ ବଲ ସହ କିଛି ମନ୍ତ୍ର ପଢିବା ସହ ଗୁଣି କରିଥିବା ଆଲୋଚନା ହେଉଛି ।
ତେବେ ଏହାକୁ ନେଇ ସବୁ ସତ କହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକ କିଛି ତନ୍ତ୍ର ବିଦ୍ୟା ଜାଣିଥିବା ନେଇ ଆଲୋଚନା ହେଉଛି। ଯାହାକି ଏବେ ଏହା ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଧରିଛି।
ତେବେ ଏ ନେଇ ହାର୍ଦ୍ଦିକ କିଛି ଅଲଗା ବୟାନ ଦେଇଛନ୍ତି। ମ୍ୟାଚ ପରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ତାଙ୍କୁ ଏ ବିଷୟରେ ପଚାରିଥିଲେ। ସେ କହିଛନ୍ତି ଯେ, ବଲ ସହ ମୁଁ କୌଣସି ଗୁଣି କରି ନଥିଲି, କିମ୍ବା ମନ୍ତ୍ର ପଢି ନଥିଲି।
ବରଂ ଏହି ସମୟରେ ହାର୍ଦ୍ଦିକ ନିଜକୁ ଗାଳି ଦେଉଥିବା କହିଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ହେଉଥିବା ଚର୍ଚ୍ଚାକୁ ବନ୍ଦ କରିଛନ୍ତି ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା।