Dec 14, 2023, 11:58 IST

ଶେଷରେ ହାର ମାନିଲା ବାଂଲାଦେଶୀ ପ୍ରେମିକା : ଓଡ଼ିଆ ପ୍ରେମିକ ଧୋକା ଦେଲା ଆଉ ଓଡ଼ିଶା ରୁ ବି ମିଳିଲାନି ନ୍ୟାୟ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରେମିକର ଘର ସାମ୍ନାରେ ଡେରା ପକାଇଥିବା ବାଂଲାଦେଶୀ ପ୍ରେମିକା ଏବେ ଶେଷରେ ଓଡ଼ିଶା ଛାଡ଼ି ଚାଲି ଯାଇଛି। ଓଡ଼ିଶା ଛାଡ଼ି ସେ ବାଂଲାଦେଶ କୁ ଚାଲି ଯାଇଛି।
Special Report
ଓଡ଼ିଶା ବାଲେଶ୍ଵର ର ବୋହୂ ହୋଇ ପାରିଲେ ନାହିଁ ବାଂଲାଦେଶ ର ଯୁବତୀ ରୂମା ମାରୀୟା। କାରଣ ତାଙ୍କ ନିକଟରେ ବିବାହ ସମ୍ବନ୍ଧୀୟ କୌଣସି ପ୍ରମାଣପତ୍ର ନାହିଁ। ଶେଷରେ ଅପସା ବୁଝାମଣା ରେ ପ୍ରେମିକ କୁ ଛାଡ଼ି ଚାଲି ଯାଇଛି ପ୍ରେମିକା।
ପ୍ରେମିକା ଏବେ ବାଂଲାଦେଶ ଫେରି ଯାଇଛି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ତରଫରୁ ଯୁବତୀ ଙ୍କୁ ଏକ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇ ଥିଲା। ସେଥିରେ ରୁମା କହିଥିଲେ କି ସେ ବିରେନ୍ଦ୍ରଙ୍କୁ ବିବାହ କରିଛନ୍ତି ବୋଲି।
ହେଲେ ତାଙ୍କ ନିକଟରେ କୌଣସି ମଧ୍ୟ ପ୍ରମାଣ ପତ୍ର ନଥିଲା। ଦୁହେଁ ପରସ୍ପର କୁ ଆଗରୁ ଜାଣିଛନ୍ତି।ହେଲେ ଦୁହିଁଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ମଧ୍ୟ ଏହା ଜଣାପଡି ଥିଲା। ଏହାକୁ ନେଇ ମଧ୍ୟ,
ବିରେନ୍ଦ୍ର ଏହା ଅଭିଯୋଗ କରି ଆସିଥିଲେ କି ରୁମା ଙ୍କ ଅଭିଯୋଗ ଭିତ୍ତିହୀନ ଅଟେ। ଆଉ ଶେଷରେ ବିରେନ୍ଦ୍ର ଙ୍କ ସ୍ତ୍ରୀ ଅନାମିକା ମଧ୍ୟ ତାଙ୍କର ଶାଶୁ ଘର ଛାଡି ବାପ ଘରକୁ ଚାଲି ଯାଇଥିଲେ।
Special Report
ଏବେ ଏହା ଆଶା କରାଯାଉଛି କି ବାଂଲାଦେଶୀୟ ଯୁବତୀ ନିଜ ଦେଶ ବାଂଲାଦେଶ ଫେରି ଯିବା ପରେ ଏବେ ଉଜାଡି ଯାଇଥିବା ସଂସାର ଟି ପୁଣି ଥରେ ଯୋଡ଼ି ଯିବ ବୋଲି। ଆଉ ପୁଣି ଥରେ ଅନାମିକା ତାଙ୍କର ଶାଶୁ ଘରକୁ ଫେରି ଆସିବେ।
ଆଉ ଏହାପରେ ସେ ବିରେନ୍ଦ୍ର ଙ୍କ ସହ ସୁଖର ସଂସାର ଗଢିବେ। ଏହି ଘଟଣା ଗତ କିଛି ଦିନ ତଳେ ଖୁବ୍ ଚର୍ଚ୍ଚା ହେବାରେ ଲାଗି ଥିଲା। ଏହାକୁ ନେଇ ଲୋକମାନେ ଅନେକ ପ୍ରକାରର ମନ୍ତବ୍ୟ ଦେଇଥିଲେ।
ହେଲେ ଏହି ଘଟଣାର ଏବେ ସମାଧାନ ହୋଇ ସାରିଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ମତାମତ କଣ ଓ ଆପଣ କଣ କହିବାକୁ ଚାହିଁବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement