Dec 14, 2023, 18:55 IST

ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ ଦେଖନ୍ତୁ ଆସିଲା ବହୁତ୍ ବଡ ଖବର କଲେଜ୍ ଭିତରେ ଚାଲିଥିଲା ଏମିତି....

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ଏଭଳି କିଛି ଘଟଣା ସମ୍ପର୍କରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ଯାହା ଆପଣ ଜାଣିଲା ପରେ ଏହି ସମାଜରେ ଏଭଳି ଲୋକ ରହିବା ଉଚିତ୍ ନୁହେଁ ବୋଲି କହିବେ ।
Special Report
ଗୁରୁଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି । କିନ୍ତୁ ଏହି ଦୁନିଆରେ ଏଭଳି କିଛି ଗୁରୁ ଯେଉଁମାନେ ଗୁରୁ ପଦର ଅପମାନ କରୁଛନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ।
ଏହି ଖବର ହେଉଛି କି ଜଣେ ଶିକ୍ଷକ ଛାତ୍ରୀମାନଙ୍କ ସହିତ ଅନୈତିକ ସମ୍ପର୍କ ରଖିବାକୁ କହୁଛନ୍ତି । ଆଉ ସମ୍ପର୍କ ନ ରଖିଲେ ସେ ଏହି ଛାତ୍ରୀମାନଙ୍କୁ ଫେଲ କରିଦେବେ ବୋଲି କହୁଛନ୍ତି ।
Special Report
ଶିକ୍ଷକ ହୋଇ ଛାତ୍ରୀମାନଙ୍କ ମାନଙ୍କ ସହିତ ଏଭଳି କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । କଲେଜ୍ ଛାତ୍ରୀଙ୍କ ସହିତ ଏଭଳି ବ୍ୟବହାର କରି ଫସିଗଲେ କଲେଜର ପ୍ରିନ୍ସିପାଲ୍ । ଏବେ ଛାତ୍ରୀମାନେ ପ୍ରିନ୍ସିପାଲଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ସେମାନେ ଏବେ ଥାନାରେ ପହଞ୍ଚି ଯାଇଛନ୍ତି । 
କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଅନ୍ତର୍ଗତ ସାଇ ବିଜ୍ଞାନ କଲେଜର ପ୍ରିନ୍ସିପାଲଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଏହି ଅଭିଯୋଗ ହେଉଛି କି ଏହି କଲେଜର ପ୍ରିନ୍ସିପାଲ୍ କଲେଜ ଛାତ୍ରୀମାନଙ୍କୁ ଅନୈତିକ ସମ୍ପର୍କ ରଖିବାକୁ କହୁଛନ୍ତି ।
Special Report
ଆଉ ସମ୍ପର୍କ ନ ରଖିଲେ ତାଙ୍କୁ ପରୀକ୍ଷାରେ ଫେଲ୍ କରିଦେବେ ବୋଲି ମଧ୍ୟ ଏହି ପ୍ରିନ୍ସିପାଲ୍ ଜଣକ ଧମକ ଦେଉଛନ୍ତି । ଏବେ ଏହି ଭିଡିଓରେ ଛାତ୍ରୀ ଜଣକ ଏହି ସବୁ କଥା କହିଛନ୍ତି । ୮ ବର୍ଷ ତଳେ ଏଭଳି ଘଟଣା ବି ଘଟିଥିଲା ।
ଏହି ପ୍ରିନ୍ସିପାଲ୍ ଜଣକ ଏଭଳି ନିନ୍ଦନୀୟ କାମ କରିବା ପୂର୍ବରୁ ଭାବିବା ଉଚିତ୍ । ଏହି ଘଟଣା ଏବେ ଜୟପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସାଇ ବିଜ୍ଞାନ କଲେଜର ଛାତ୍ରୀମାନେ ଅଭିଯୋଗ କରିବା ପରେ ପୋଲିସ କଲେଜକୁ ଆସିଥିଲା କିନ୍ତୁ ପ୍ରିନ୍ସିପାଲ୍ ସେଠାରେ ନଥିଲେ ।
ପ୍ରିନ୍ସିପାଲ୍ କୁଆଡେ ପଳାଇ ଯାଇଛନ୍ତି । ଏହି ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅଭିଭାବକମାନେ ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତା କରୁଛନ୍ତି । ପୋଲିସ ପ୍ରିନ୍ସିପାଲକୁ ଖୋଜୁଛନ୍ତି ଆଉ ତାଙ୍କୁ ଉଚିତ୍ ଦଣ୍ଡ ମିଳିବ ବୋଲି ଛାତ୍ରୀମାନେ ଆଶା କରିଛନ୍ତି ।

Advertisement