ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ "ଲଚକ୍ ମଣି ବେବି ଲୋ ବୟଫ୍ରେଣ୍ଡ ତୋରା ହେବି ଲୋ ବୁଲେଟ୍ ଗାଡ଼ିରେ ବଜାର ବୁଲାଇ ନେବି" ଏହି ଚର୍ଚ୍ଚିତ ଗୀତର ଗାୟକ ଦେବେଶ ପତି ଏବେ ଜେଲର ଭିତରେ। ବନ୍ଧୁଗଣ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁ-ଷ୍କ-ର୍ମ ଓ ଟଙ୍କା ଲୁଟିବା ଅଭିଯୋଗରେ ନୂଆପଲ୍ଳୀ ଥାନା ପୋଲିସ୍ ଓଲିଉଡ୍ର ଏହି ଚର୍ଚ୍ଚିତ ଗାୟକଙ୍କୁ ଗିରଫ କରିଛି।

ଦେବେଶଙ୍କ ଘର ଯାଜପୁରରେ। ଗତ ବୁଧବାର ରାତିରେ ପୋଲିସ୍ ତାକୁ ଗିରଫ କରିଛି। ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ତେବେ ଭଦ୍ରକ ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅଞ୍ଚଳରେ ରୁହନ୍ତି।
ଏବଂ ମୈତ୍ରିବିହାରରେ ଥିବା ଏକ ଘରୋଇ କଲେଜରେ ଏମ୍ବିଏ ପଢ଼ୁଥିଲେ। ସେତେବେଳେ ତାଙ୍କୁ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ। ହେଲେ ଯୁବତୀ ଏହାକୁ ଗ୍ରହଣ କରିନଥିଲେ। ପ୍ରେମରେ ବିଫଳ ଉକ୍ତ ଯୁବକ ପ୍ରତିଶୋଧ ପରାୟଣ ହୋଇ ନେହାଙ୍କ ଫୋନ ନମ୍ବର ଦେବେଶଙ୍କୁ ଦେଇଥିଲେ।

ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବାକୁ ସେ ଦେବେଶଙ୍କୁ ପ୍ରସ୍ତାବ ଦେଇଥିଲେ। ଓଲିଉଡର ସୁପର ହିଟ ସିଙ୍ଗର ଯୁବତୀଙ୍କୁ ଦେବେଶଙ୍କ ପ୍ରତି ଆକର୍ଷିତ କରିଥିଲା। ଆଉ ଫୋନ ନମ୍ବର ଦିଆନିଆ ପରେ କିଛିଦିନର ଚାଟିଂ ପରେ ଉଭୟ ଉଭୟଙ୍କୁ ଭଲପାଇ ବସିଲେ।
ପ୍ରେମର ଗାଡ଼ି ଜୋର୍ରେ ଗଡିବା ପରେ ବିବାହ ପାଇଁ ଜିଦ ଧରିଥିଲେ ଯୁବତୀ ଜଣଙ୍କ। ଦେବେଶ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ। ଖାଲି ସେତିକି ନୁହେଁ, ବିଭିନ୍ନ ପର୍ଯ୍ୟାୟରେ ଦେବେଶ ଯୁବତୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ।

ହଠାତ୍ ଦିନେ ଯୁବତୀ ଜାଣିବାକୁ ପାଇଲେ ଦେବେଶ ଓଲିଉଡ୍ର ଜଣେ ଗାୟିକାଙ୍କୁ ଭଲ ପାଉଛନ୍ତି ଏବଂ ତାଙ୍କ ସହ ବୁଲାବୁଲି କରୁଛନ୍ତି। ତେବେ ଏହା ଭିତରେ ଯୁବତୀ ଗର୍ଭବତୀ ହୋଇସାରିଥିଲେ। ଦେବେଶ ଏ ବିଷୟରେ ଜାଣିବା ପରେ ଗର୍ଭନଷ୍ଟ କରିବାକୁ କହିଥିଲେ। ହେଲେ ସେ ରାଜି ହୋଇ ନଥିଲେ।
ଦେବେଶ ମଉକା ଦେଖି ନିଶା ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଥିଲେ ବୋଲି ଅଭିଯୋଗରେ କହିଛନ୍ତି ଯୁବତୀ। କିନ୍ତୁ ସେ ବିବାହ ପାଇଁ ଜିଦ ଧରିବାରୁ ଦେବେଶ ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ।
ଏଭଳି ଧମକରେ କିଛି ଦିନ ଚୁପ୍ ରହିଥିଲେ ଯୁବତୀ। ଏହାପରେ ଶେଷରେ ସେ ନୂଆପଲ୍ଳୀ ଥାନାରେ ଏତଲା ଦେଇଥିଲେ। ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ତେବେ ବନ୍ଧୁଗଣ ଗୁରୁବାର ଅଭିଯୁକ୍ତ ଦେବେଶଙ୍କୁ ପୋଲିସ୍ ଗିରଫ କରିଛି।