ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅନ୍ଟାଲେଣ୍ଟେଡ଼୍ ଗାୟ ଉଦୀତ୍କୁ ଗିରଫ କରିଛି ବାଲେଶ୍ବର ପୁଲିସ। ଅ-ଶ୍ଳୀ-ଳ ଭାଷା ବ୍ୟବହାର କରି ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ଉଦୀତ୍ ନାୟକ ଗତ ୨୪ ତାରିଖ ଦିନ ଗୁ-ଳି-ମାଡ ସହ ଭୁ-ଜା-ଲି-ରେ ହାଣି ଦୁଇଜଣଙ୍କୁ ଗୁରୁତର କରି ଫେରାର ହୋଇଯାଇଥିଲେ।
ତେବେ ଆଜି ପୁଲିସ ଏହି ଘଟଣାରେ ଅନ୍ଟାଲେଣ୍ଟେଡ଼୍ ଗାୟ ଉଦୀତ୍ ସହ ଅନ୍ୟ ୫ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫକରି କୋର୍ଟ ଚାଲାଣ କରିଛି।
ସେମାନଙ୍କ ନିକଟରୁ ଗୋଟିଏ ପି-ସ୍ତ-ଲ, ୨ଟି ମୋଟରସାଇକେଲ, ୭ଟି ମୋବାଇଲ ଜବତ କରିବା ସହିତ ୩ ଲକ୍ଷରୁ ଅଧିକ ଟଙ୍କା ଥିବା ବ୍ୟାଙ୍କ୍ ଆକାଉଣ୍ଟକୁ ପୁଲିସ ଫ୍ରିଜ୍ କରିଛି। ମିଳିଥିବା ସୂଚନା ଅନୁସାରେ ଉଦୀତ୍ ୟୁଟ୍ୟୁବ୍ରେ ଅନ୍ଟେଲେଣ୍ଟେଡ଼୍ ଗାୟ ନାମରେ ଏକ ଚ୍ୟାନେଲ୍ ଖୋଲି ସେଥିରେ ଅ-ଶ୍ଳୀ-ଳ ଭାଷା ବ୍ୟବହାର କରି ଭିଡ଼ିଓ ପୋଷ୍ଟ କରୁଥିଲା।
ଏହି ପୋଷ୍ଟରେ ମନ୍ଦାରପୁରର ରିଙ୍କୁ ଦାସ କମେଣ୍ଟ ଦେବାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳର ସମାଧାନ କରିବାକୁ ଗତ ୨୪ ତାରିଖରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରେମୁଣା ଗୋଲାଇରେ ମିଟିଂ ବସିଥିଲା।
ଏହି ସମୟରେ କଥା କଟାକଟିକୁ ନେଇ ଉଦୀତ୍ ଭୁ-ଜା-ଲି-ରେ ଦୁଇଜଣଙ୍କୁ ମ-ର-ଣା-ନ୍ତ-କ ଆ-କ୍ର-ମ-ଣ-କରି ଫେରାର୍ ହୋଇଯାଇଥିଲା। ମ-ର-ଣା-ନ୍ତ-କ ଆ-କ୍ର-ମ-ଣରେ ରିଙ୍କୁ ଓ ଅମିତ ଗୁରୁତର ଆହତ ହୋଇଥିଲେ।
ଦୁହେଁ ର-କ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ଉଦୀତ୍ ଓ ତାଙ୍କ ସହଯୋଗୀମାନେ ଅମିତଙ୍କ ବେକରୁ ଏକ ସୁନାଚେନ୍ ଛଡ଼ାଇ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରୁ ରିଙ୍କୁ ଓ ଅମିତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ଆଣିଥିଲେ।
ଏହି ଘଟଣା ପରଠୁ ପୁଲିସ ଉଦୀତ୍ ଓ ତାଙ୍କ ସହଯୋଗୀଙ୍କୁ ଖୋଜୁଥିଲା। ସେମାନେ ଫେରାର ଥିବା ବେଳେ ପୁଲିସ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।