Updated: Jan 27, 2024, 18:47 IST

ଘଟିଲା ଭୟଙ୍କର ଦୁର୍ଘଟଣା ଜଣେ ପୁରୁଷ ୪ ଜଣ ମହିଳା ଘାଟି ତଳକୁ ଓଲଟି ପଡ଼ିଲା କାର ଆଉ ତା ପରେ ....

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁ ଅଞ୍ଚଳର ଘଟଣା ଦୁର୍ଘଟଣା ବିଷୟରେ ଜାଣିପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏକ ଦୁର୍ଘଟଣା ବିଷୟରେ ଜାଣିପାରିବେ । ଏବେ ତ ସବୁଆଡେ ଦେଖିବେ ଲୋକମାନେ ବୁଲାବୁଲି କରିବାକୁ ଯାଉଛନ୍ତି । ପର୍ଯ୍ୟଟନ ସ୍ଥଳୀ ସବୁ ଏବେ ଭିଡ ରହୁଛି । 
ଅନେକ ସ୍ଥାନରୁ ଲୋକମାନେ ବୁଲାବୁଲି କରି ଆସୁଛନ୍ତି । କିନ୍ତୁ ବୁଲାବୁଲି କରିବାକୁ ଆସିଥିବା ଲୋକଙ୍କ ସହିତ ଏଭଳି ଘଟଣା ଘଟି ଯାଉଛି ଯାହା ଦୁଃଖର ବିଷୟ ଅଟେ । ଏବେ ଏଭଳି କିଛି ଦୁର୍ଘଟଣା ଘଟିଛି ।
Special report
ଆପଣମାନେ ସମସ୍ତେ ତ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ୍ ଅଧୀନ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ ବିଷୟରେ ଶୁଣିଥିବେ । ଏହି ପର୍ବତକୁ ଏକ କାରରେ ଚାରିଜଣ ମହିଳା ବୁଲିବାକୁ ଯାଇଥିଲେ । ଆଉ ସେମାନଙ୍କ ଗାଡ଼ି ପାହାଡ ତଳକୁ ଗଳି ପଡ଼ିଥିଲା ।
ଏହି କାରରେ ଡ୍ରାଇଭର ଏବଂ ଚାରିଜଣ ମହିଳା ଥିଲେ । ଗାଡ଼ି ପାହାଡ ତଳକୁ ଖସି ଯିବା ପରେ ଗାଡ଼ିରେ ବସିଥିବା ଲୋକଙ୍କ ଅବସ୍ଥା ଗୁରୁତର । ସେମାନେ ଏବେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ପାଞ୍ଚ ଜଣ ବ୍ୟକ୍ତି ଆହତ ହୋଇ ଯାଇଛନ୍ତି ।
Special report
କାରରେ ବସିଥିବା ଏହି ପାଞ୍ଚ ଜଣ ବ୍ୟକ୍ତି ବ୍ରହ୍ମପୁର ସହରରୁ ବୋଲି ଜଣାପଡିଛି । ଐତିହାସିକ ସ୍ଥାନ ମହେନ୍ଦ୍ରଗିରି ବୁଲିବାକୁ ଯାଇ ଏଭଳି ଦୁର୍ଘଟଣା ତାଙ୍କ ସହ ଘଟିଥିଲା । ପ୍ରାୟ ୩୦ ଫୁଟ ତଳକୁ ଏହି କାର ଖସି ଯାଇଥିଲା ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ଦୁର୍ଘଟଣାର ଶିକାର ଯାଉଥିବା ଗାଡ଼ିକୁ ଦେଖିପାରିବେ । ପ୍ରଥମେ ଏହି ପାଞ୍ଚ ଜଣ ଆହତ ବ୍ୟକ୍ତି ମାନଙ୍କୁ କଇଁପୁର ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ତାପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବେ ଏହି ଘଟଣାର ତଦନ୍ତ କରୁଛି ପୋଲିସ । ଗାଡ଼ି ତଳକୁ କେମିତି ଖସିଲା ଏହାର କାରଣ ଖୋଜୁଛି ପୋଲିସ ।

Advertisement