ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଶ୍ଵକପର ଶେଷପର୍ଯ୍ୟାୟ ପହଞ୍ଚି ସାରିଛି ଦିନିକିଆ ବିଶ୍ଵକପ। ଆସନ୍ତା ରବିବାର ଦିନ ଅହମ୍ମଦାବାଦ ଷ୍ଟାଡିୟମରେ ବିଶ୍ଵକପର ଫାଇନାଲ ମ୍ଯାଚ ଖେଳାଯିବା ପାଇଁ ଯାଉଛି।

ଏହି ବିଶ୍ଵକପର ଫାଇନାଲ ମ୍ଯାଚରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଗୋଟିଏ ପକ୍ଷରେ ଟିମ ଇଣ୍ଡିଆ ଅପରାଜିତ ରହି ଫାଇନାଲରେ ନିଜ ସ୍ଥାନ ବନାଇସାରିଛି। ଅପର ପକ୍ଷରେ ବହୁ ବାଧାବିଘ୍ନ ଦେଇ ଟିମ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚି ସାରିଛି।
ତେଣୁ ଚଳିତ ୨୦୨୩ ବିଶ୍ଵକପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଘମାଘୋଟ କ୍ରିକେଟର ଯୁଦ୍ଧ ହେବା ପାଇଁ ଯାଉଛି। ଯାହାଙ୍କୁ ନେଇ ସାରା ବିଶ୍ଵର କ୍ରିକେଟପ୍ରେମୀଙ୍କ ଖୁସି କହିଲେ ନସରେ।
ସମସ୍ତ ମନରେ ବିଶ୍ଵକପର ଫାଇନାଲ ମ୍ଯାଚ ଦେଖିବା ପାଇଁ ବହୁତ ଆଗ୍ରହ ରହିଛି। ତେବେ ବିଶ୍ଵକପ କଥା ଆସିଲା ମାତ୍ରେ ବିଶ୍ଵକପର ପ୍ରାଇସ ମନି କେତେ ରହିଛି ସେ କଥା ମଧ୍ୟ ମନକୁ ଆସିଥାଏ। ତେବେ ଯେଉଁ ଦଳ ବିଜୟ ହାସଲ କରିଥାଏ।

ସେହି ଦଳକୁ ଟ୍ରଫି ସହ କେତେ ଟଙ୍କା ମିଳିଥାଏ ? ଚଳିତ ବିଶ୍ଵକପରେ ଯେଉଁ ଦଳ ଫାଇନାଲରେ ଚମ୍ପିୟାନ ହେବ। ସେହି ଦଳକୁ ଆଇସିସି ତରଫରୁ ୪ ମିଲିୟନ ଡଲାର ମିଳିବ ବୋଲି ସୂଚନା ରହିଛି।
ଭାରତୀୟ ମୁଦ୍ରାରେ ତାହା ହେଉଛି ୩୩ କୋଟି ଟଙ୍କା। ବିଶ୍ଵକପ ଫାଇନାଲରେ ପରାଜୟ ହେଉଥିବା ଟିମକୁ ମଧ୍ୟ ଆଇସିସି ପୁରସ୍କାର ଦେଇଥାଏ। ବିଶ୍ଵକପର ରନରସପ ଦଳକୁ ଏଥର ୨ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୧୭ କୋଟି ଟଙ୍କା ପ୍ରଦାନ କରାଯିବ।
ଚମ୍ପିୟାନ ଓ ରନରସପ ଙ୍କ ବ୍ଯତୀତ ଯେଉଁ ୨ ଟି ଟିମ ବିଶ୍ଵକପର ସେମି ଫାଇନାଲରେ ପହଞ୍ଚି ଥିଲେ। ସେମାନଙ୍କୁ ମଧ୍ୟ ଅର୍ଥ ପ୍ରଦାନ କରାଯିବ। ତେବେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ icc ୭ କୋଟି ଟଙ୍କା ଅର୍ଥରାଶି ଦେବ।
ସେମି ଫାଇନାଲ ଓ ଫାଇନାଲ ପୁରସ୍କାର ବ୍ଯତୀତ ଲିଗ ସ୍ଟେଜରେ ଗୋଟିଏ ମ୍ଯାଚ ଜିତିଲେ ମଧ୍ୟ ଆଇସିସି ତରଫରୁ ଅର୍ଥ ରାଶି ପ୍ରଦାନ କରାଯାଇଥାଏ। ତେବେ ସେହି ଟିମକୁ ୩୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। କ୍ରିକେଟ ଜଗତର ଖବରର ଅପଡେଟ ପାଇବା ଲାଗି ମା ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ।