ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପରୀକ୍ଷାର୍ଥୀ ଙ୍କ ନାମ ହେଉଛି ମାହାଲ୍ ମାଣ୍ଡା ଓ ବାପାଙ୍କ ନାମ ହେଉଛି ମାହାଲ୍ ମାଣ୍ଡା ପ୍ରୋ। ଏହି କଥା ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ଏକଥା ହେଉଛି ସଂପୂର୍ଣ୍ଣ ଭାବରେ ସତ।
ଓଡିଶା ଜୁନିଅର୍ ଟିଚର୍ ପରୀକ୍ଷାରେ ମାହାଲ୍ ମାଣ୍ଡା ନାମରେ କେହି ଜଣେ ପରୀକ୍ଷା ଦେଇଛନ୍ତି। ଓସେପା ର ଏହି ଆଡମିଟ୍ କାର୍ଡ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଏଭଳି ଏକ ଅଜବ ନାମକୁ ନେଇ ଜୁନିଅର୍ ଟିଚର୍ ମାନେ ସଂପୂର୍ଣ୍ଣ ଭାବରେ ରାଗି ଯାଇଛନ୍ତି। କେବଳ ଏତିକି ନୁହେଁ ଆଡମିଟ କାର୍ଡ ରେ ଫଟୋ ବଦଳରେ ଚଢ଼େଇର ଚିତ୍ର ଥିବା ଦେଖିବାକୁ ମିଳିଛି।
ଓଡ଼ିଶା ଜୁନିଅର୍ ଟିଚର୍ ଙ୍କ CBT ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ପରେ ଏହି ତୀବ୍ର ଅଶୋନ୍ତୋଷ ଦେଖିବାକୁ ମିଳିଛି। କନିଷ୍ଠ ଶିକ୍ଷକ ନିଯୁକ୍ତି ରେ ବ୍ୟାପକ ଅନିୟମିତତା ଯୋଗୁଁ ଆଶାୟୀ ମାନେ ସଂପୂର୍ଣ୍ଣ ଭାବରେ କ୍ଷୁବ୍ଧ ହୋଇ ଯାଇଛନ୍ତି।
ଏହି ଆଶାୟୀ ମାନେ ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋପ ପ୍ରଦର୍ଶନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି କି ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ପୂର୍ବରୁ କଟ ଅଫ ର ତାଲିକା ପ୍ରକାଶ କରାଯାଇ ନାହିଁ। ସେହିପରି ଚୁଡାନ୍ତ ଖାତାର ଉତ୍ତର ମଧ୍ୟ ମିଳି ନାହିଁ।
ଅଧିକ ନମ୍ବର୍ ରଖିଥିବା ଅନେକ ପ୍ରାର୍ଥୀ ମାନେ ମଧ୍ୟ ଏହି ମେରିଟ ଲିଷ୍ଟ ରେ ନାହାଁନ୍ତି। ସରକାର ୨୦ ହଜାର ଶିକ୍ଷକ ନିଯୁକ୍ତି ଘୋଷଣା କରିଥିଲେ। ହେଲେ ୧୮୭୦୦ ଙ୍କ ନାମ ପ୍ରକାଶ କରିଛନ୍ତି।
ଏହି ସଂମ୍ପର୍କରେ ଅନେକ ଆଶାୟୀ ମାନେ ମଧ୍ୟ କଟ ଅଫ୍ ଜାଣିବା ପାଇଁ ଆବେଦନ କରିଛନ୍ତି। ଅନେକ ଯୁବକ ଯୁବତୀ ଏନେଇ ଖୁବ୍ ଅସନ୍ତୁଷ୍ଠ ମଧ୍ୟ ଅଛନ୍ତି। ସେମାନେ ସବୁ ଧାରଣାରେ ମଧ୍ୟ ବସିଥିଲେ।
ତାଙ୍କୁ ମଧ୍ୟ ଡକ୍ୟୁମେଣ୍ଟ ଭେରିଫିକେଶନ ପାଇଁ ଡକା ଯାଉ ବୋଲି ସେମାନେ ଦାବି କରିଥିଲେ। ଏହି ଘଟଣାରେ ଏବେ ଖୁବ ବିବାଦ ନଜର ଆସିଛି ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।